ନୂଆଦିଲ୍ଲୀ,୨୯/୧୧: ଚାରି ବର୍ଷ ବ୍ୟବଧାନ ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସୁଛନ୍ତି। ସେ ଡିସେମ୍ବର ୪ ରୁ ୫ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ। ସେ ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ଏହି ରାଜକୀୟ ଗସ୍ତ କରୁଛନ୍ତି ପୁଟିନ। ଗତ କିଛି ମାସ ମଧ୍ୟରେ ଭାରତ-ରୁଷ ସମ୍ପର୍କ ମଜବୁତ ହୋଇଛି। ୟୁକ୍ରେନରେ ଯୁଦ୍ଧ ଅପରାଧ ଅଭିଯୋଗରେ ମାର୍ଚ୍ଚ ୨୦୨୩ରେ ପୁଟିନଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) ଗିରଫ ପରୱାନା ଜାରି କରିଥିଲା। ତଥାପି, ଏହି ପରୱାନା ମଧ୍ୟରେ ପୁଟିନ ଭାରତ ଯାତ୍ରା କରୁଛନ୍ତି। ଆସନ୍ତୁ ଜାଣିବା ଏହି ପରୱାନା ଭାରତ ପାଇଁ ଲାଗୁ ହେବ କି? କ'ଣ ରୁଷ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବ କି ନୂଆଦିଲ୍ଲୀ? ଏହାର ସିଧାସଳଖ ଉତ୍ତର ହେଉଛି ନା'।

'ଣ ଏହି ଆଇସିସି?

ନେଦରଲ୍ୟାଣ୍ଡର ହେଗରେ ଅବସ୍ଥିତ ଆନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) ହେଉଛି ଏକ ବିଶ୍ୱସ୍ତରୀୟ ଅଦାଲତ ଯାହାର ଆନ୍ତର୍ଜାତୀୟ ସମ୍ପ୍ରଦାୟ ଦ୍ୱାରା କରାଯାଇଥିବା ସବୁଠାରୁ ଗମ୍ଭୀର ଅପରାଧ ପାଇଁ ବିଶ୍ୱ ନେତା ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାର କ୍ଷମତା ଅଛି। ଏହା ତଦନ୍ତ କରେ ଏବଂ ଆବଶ୍ୟକ ହେଲେ, ନରସଂହାର, ଯୁଦ୍ଧ ଅପରାଧ, ମାନବତା ବିରୋଧୀ ଅପରାଧ ଏବଂ ଆକ୍ରମଣର ଅଭିଯୋଗର ତଦନ୍ତ କରେ।

ପୁଟିନଙ୍କ ବିରୁଦ୍ଧରେ ଗିରଫ ପରଓ୍ବାନା କାହିଁକି?

ଆଇସିସି ୨୦୦୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ମାର୍ଚ୍ଚ ୨୦୨୩ ରେ, କୋର୍ଟ ପୁଟିନଙ୍କ ବିରୁଦ୍ଧରେ ଯୁଦ୍ଧ ଅପରାଧ ପାଇଁ ଗିରଫ ପରୱାନା ଜାରି କରିଥିଲେ। ତଥାପି, ଗିରଫ ପରୱାନା ସତ୍ତ୍ୱେ, ପୁଟିନଙ୍କୁ ଅନ୍ୟ କୌଣସି ଦେଶରେ ଅଟକ ରଖିବାର ସମ୍ଭାବନା କମ୍।

ପରଓ୍ବାନାକୁ ନେଇ କ'ଣ ରହିଛି ଋଷର ଆଭିମୁଖ୍ୟ କ'?

ରୁଷ କିମ୍ବା ୟୁକ୍ରେନ ଆଇସିସିର ସଦସ୍ୟ ନୁହଁନ୍ତି। ୱାରେଣ୍ଟ ଜାରି ହେବା ପରେ, କ୍ରେମଲିନ୍ ମୁଖପାତ୍ର ପେସ୍କୋଭ କହିଛନ୍ତି ଯେ ଅନ୍ୟ ଅନେକ ଦେଶ ପରି ରୁଷ ମଧ୍ୟ କୋର୍ଟର ଅଧିକାରକୁ ସ୍ୱୀକାର କରେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ କୋର୍ଟର ଯେକୌଣସି ନିଷ୍ପତ୍ତି ରୁଷ ଫେଡେରେସନ ପାଇଁ ଆଇନଗତ ଭାବରେ ଅପ୍ରାସଙ୍ଗିକ।

'ଣ କରିବ ଭାରତ?

୧୨୪ଟି ଦେଶ ଦ୍ୱାରା ଆଇସିସି କୁ ଅନୁମୋଦନ କରାଯାଇଛି। ତଥାପି, ଭାରତ ଆଇସିସି ର ଅଂଶ ନୁହେଁ, କିମ୍ବା ନୂଆଦିଲ୍ଲୀ ଏହାର ମୁଖ୍ୟ ଚୁକ୍ତିନାମାରେ ସ୍ୱାକ୍ଷର କରିନାହିଁ। ତେଣୁ, ଭାରତ ଏହାର ସର୍ତ୍ତାବଳୀରେ ଆବଦ୍ଧ ନୁହେଁ। ଭାରତ ପୂର୍ବରୁ ଆଇସିସି କାର୍ଯ୍ୟର ସମ୍ମୁଖୀନ ହେଉଥିବା ନେତାମାନଙ୍କୁ ଆତିଥ୍ୟ ଦେଇଆସିଛି। ୨୦୧୫ ମସିହାରେ, ସୁଦାନର ତତ୍କାଳୀନ ରାଷ୍ଟ୍ରପତି ଓମାର ହାସନ ଅଲ-ବଶିର ଭାରତ-ଆଫ୍ରିକା ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ନୂଆଦିଲ୍ଲୀ ଗସ୍ତ କରିଥିଲେ। ସେ ଦାରଫୁରରେ ସାଧାରଣ ଜନତାଙ୍କ ଉପରେ ଆକ୍ରମଣକୁ ଉସୁକାଇବା ପାଇଁ ଆଇସିସି ଦ୍ୱାରା ଅଭିଯୁକ୍ତ ହୋଇଥିବା ପ୍ରଥମ ଶାସକ ହୋଇଥିଲେ।