ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପାକିସ୍ତାନକୁ ଜିଦ୍ ପଡିପାରେ ମହଙ୍ଗା, ହାତରୁ ଚାଲିଯାଇପାରେ ଚମ୍ପିଆନ୍ସ ଟ୍ରଫି

Published By : Ankita S | November 30, 2024 1:05 PM

ନୂଆଦିଲ୍ଲୀ, ୩୦/୧୧: ବୁଝୁନି ପିସିବି । ପାକିସ୍ତାନକୁ ଜିଦ୍ ପଡିପାରେ ମହଙ୍ଗା । ଚମ୍ପିଆନ୍ସ ଟ୍ରଫିରୁ ବିଦା ହୋଇପାରେ ପାକିସ୍ତାନ । ପୁଣି ବିସିସିଆଇ ଓ ପିସିବିକୁ ସମୟ ଦେଇଛି ଆଇସିସି । ଦୁଇ ଦିନ ଭିତରେ ସମାଧାନ ବାଟ ବାହାରି ପାରେ । ନିଷ୍ପତ୍ତିକୁ ମାନି ଯାଅ ନଚେତ ହାତରୁ ଖସି ଯାଇପାରେ ଚମ୍ପିଆନ୍ସ ଟ୍ରଫି । ପାକିସ୍ତାନ କ୍ରିକେଟ ବୋର୍ଡକୁ ଅଲଟିମେଟ୍ ଦେଇଛି ଆଇସିସି ।

ଆଇସିସି ପାକିସ୍ତାନକୁ ଦେଲା ଅଲଟିମେଟ୍

ଆଇସିସ ଚମ୍ପିଆନ୍ସ ଟ୍ରଫିର ୧୦୦ ଦିନ ପୂର୍ବରୁ କ୍ରୀଡା ସୂଚୀ ଚୂଡାନ୍ତ ହେବା କଥା । ମାତ୍ର ଏ ଯାଏଁ ଆଇସିସି ସୂଚୀ ଘୋଷଣା କରି ନାହିଁ । ଆୟୋଜକ ପାକିସ୍ତାନ କ୍ରିକେଟ ବୋର୍ଡ ନିଜ ଜିଦରେ ଅଟଳ  ରହିଛି । ପୁଣି ପିସିବି ଓ ବିସିସିଆଇକୁ ବୁଝାମାଣା ପାଇଁ ସମୟ ଦେଇଛି ଆଇସିସି । ଆସନ୍ତା ଦୁଇ ଦିନ ଭିତରେ ସମାଧାନ ବାହାରିବ ବୋଲି ଆଶା କରାଯାଉଛି । ଏଥର ୨୦୨୫ ଚମ୍ପିଆନ୍ସ ଟ୍ରଫି ପାକିସ୍ତାନ ଆୟୋଜନ କରୁଛି । ଆସନ୍ତା ଫେବୃଆରୀ ୧୯ରୁ ଲାହୋର, କରାଚୀ ଓ ରାୱଲପିଣ୍ଡିରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ । କିନ୍ତୁ ଭାରତ ପାକିସ୍ତାନ ଯିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି । 

ତେବେ ଏ ନେଇ ହାଇବ୍ରିଡ ଫର୍ମୁଲା ଆପଣାଯାଇପାରେ ବୋଲି ଆଲୋଚନା ହେଉଛି । ହାଇବ୍ରିଡ ଫର୍ମୁଲାରେ ଚମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ କରିବାକୁ ଆଇସିସି ଯୋଜନା କରୁଛି । କିନ୍ତୁ ପିସିବି ଅଧ୍ୟକ୍ଷ ନକଭି ଏହା ସପକ୍ଷରେ ନାହାନ୍ତି । ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟ ଖେଳାଯାଉ ବୋଲି ଜିଦରେ ଅଟଳ ରହିଛନ୍ତି  । ଅନ୍ୟ ଦଳ ହାଇବ୍ରିଡ ଫର୍ମୁଲା ପାଇଁ ରାଜି ଅଛନ୍ତି । ଯଦି ପାକିସ୍ତାନ ରାଜି ନହୁଏ ତେବେ ଚମ୍ପିଆନ୍ସ ଟ୍ରଫିରୁ ବାଦ ପଡିପାରେ ବୋଲି ଆଇସିସି ଅଲଟିମେଟ  ଦେଇଛି ।

କୋଟି ଟଙ୍କାର କ୍ଷତି ସହିବ ପିସିବି- ବର୍ତ୍ତମାନ ଚମ୍ପିଆନ୍ସ ଟ୍ରଫି ପାଇଁ ହାଇବ୍ରିଡ ଫର୍ମୁଲା ହିଁ ଏକମାତ୍ର ସମାଧାନ ବାଟ । ଯଦି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରାଯାଏ ତେବେ ପିସିବିକୁ ୬୦ ଲକ୍ଷ ଡଲାର ( ୫୦ କୋଟି)ର କ୍ଷତି ସହିବାକୁ ପଡିବ । ଯଦି ପାକିସ୍ତାନ ହାତରୁ ଟୁର୍ଣ୍ଣାମେଣ୍ଟ ଖସିଯାଏ ତେବେ ପୁରା ଟୁର୍ଣ୍ଣାମେଣ୍ଟ ଦୁବାଇ କିମ୍ବା ଅନ୍ୟ ସ୍ଥାନରେ ଖେଳାଯାଇପାରେ ବୋଲି ଆଲୋଚନା ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.