• ଫ୍ୟାନ୍ସଙ୍କୁ ଟିମ୍ ଇଣ୍ଡିଆର ଭେଟି
  • ଆଇସିସି ରାଙ୍କିଂରେ ଭାରତୀୟ ଖେଳାଳିଙ୍କ କମାଲ 
  • ଟେଷ୍ଟରୁ ଟି-୨୦ ସବୁଥିରେ ନମ୍ବର ଓ୍ବାନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ପ୍ରଂଶସକଙ୍କ ପାଇଁ ଖୁସି ଖବର । ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଂରେ ଭାରତୀୟ ଦଳକୁ ଅନେକ ସଫଳତା ମିଳିଛି । ନୂଆବର୍ଷରେ ଫ୍ୟାନ୍ସଙ୍କ ପାଇଁ ଖେଳାଳିଙ୍କ ବଡ଼ ଉପହାର । ଆଇସିସି ରାଙ୍କିଂରେ ଭାରତୀୟ ଖେଳାଳିମାନେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିବା ଦେଖିବାକୁ ମିଳିଛି । ୬ ଜଣ ଖେଳାଳି ବଜାୟ ରଖିଛନ୍ତି ନମ୍ବର ଓ୍ବାନ ସ୍ଥାନ ।

ଦିନିକିଆ ଏବଂ ଟି-୨୦ରେ ଭାରତୀୟ ଦଳ ନମ୍ବର ଓ୍ବାନ ରହିଛି । ଦଳର ପ୍ରଦର୍ଶନ ୨୦୨୫ରେ ଉଚ୍ଚ କୋଟିର ରହିଥିଲା । ଯାହାର ଫଳ ଏବେ ମିଳିଛି । ସେପଟେ କିନ୍ତୁ ଟେଷ୍ଟ କ୍ରିକେଟରେ ଭାରତୀୟ ଏକ ନମ୍ବର ସ୍ଥାନ ଅକ୍ତିଆର କରିପାରିନାହିଁ । ଟେଷ୍ଟରେ ଅଷ୍ଟ୍ରେଲିଆ ଏକ ନମ୍ବର ସ୍ଥାନରେ ରହିଛି ।

୧- ଟେଷ୍ଟ କ୍ରିକେଟରେ ଯଶପ୍ରୀତ ବୁମରା ନମ୍ବର ଓ୍ବାନ୍ ବୋଲର ରହିଛନ୍ତି

୨- ପ୍ରକାଶିତ ଆଇସିସି ରାଙ୍କିଂ ; ଟେଷ୍ଟ କ୍ରିକେଟର ନମ୍ବର ଓ୍ବାନ୍ ଅଲରାଉଣ୍ଡର ରହିଛନ୍ତି ରବିନ୍ଦ୍ର ଜାଡେଜା

୩ – ଦିନିକିଆ ବ୍ୟାଟିଂ ରାଙ୍କିଂରେ ହିଟମ୍ୟାନ ରୋହିତ ଶର୍ମା ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି ।

୪ – ଟି-୨୦ ବ୍ୟାଟିଂରେ ନିଜର ଏକ ନମ୍ବର ସ୍ଥାନରେ ରହିଛନ୍ତି ଯୁବ କ୍ରିକେଟର ଅଭିଶେକ ଶର୍ମା

୫- ସେହିଭଳି ଟି-୨୦ରେ ଏକ ନମ୍ବର ବୋଲର ରହିଛନ୍ତି ବରୁଣ ଚକ୍ରବର୍ତ୍ତୀ

୬- ସେପଟେ ମହିଳା କ୍ରିକେଟରେ ଦିପ୍ତୀ ଶର୍ମା ନମ୍ବର ଓ୍ବାନ ବୋଲର ରହିଛନ୍ତି ।