ମୁମ୍ବାଇ,୧/୭ : ଭାରତୀୟ ଓ୍ବିକେଟକିପର ବ୍ୟାଟର ଇଶାନ କିଶନ କମାଲ୍ କରିଛନ୍ତି । ଟି-୨୦ ରାଙ୍କିଂରେ ନମ୍ବର ଓ୍ବାନର ପଜିଶନ ହାସଲ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ (ICC) ବୁଧବାର ତାଜା ରାଙ୍କିଂ ଜାରି କରିଛି । ଯେଉଁଥିରେ ଇଶାନ କିଶନ ଟି-୨୦ରେ ଟପରେ ରହିଛନ୍ତି ।
ଇଶାନ ସାଥି ଖେଳାଳୀ ଅଭିଷେକ ଶର୍ମାଙ୍କଠାରୁ ପ୍ରଥମ ସ୍ଥାନ ଛଡ଼ାଇ ନେଇଛନ୍ତି । ଯିଏ ଏବେ ଦ୍ବିତୀୟ ନମ୍ବରରେ ଅଛନ୍ତି । ଇଶାନଙ୍କ ରେଟିଂ ୮୭୬ହୋଇଯାଇଛି । ଯାହାକି ଅଭିଷେକ ରେଟିଂ ୮୬୯ ଅଟେ । ଟପ୍ ରାଙ୍କିଂରେ ପାକିସ୍ତାନର ବ୍ୟାଟର ସାହିବଜାଦତା ଫରହାନ ବି ଅଛନ୍ତି, ଯିଏ ତୃତୀୟ ସ୍ଥାନରେ ଅଛନ୍ତି । ତାଙ୍କ ରେଟିଂ ୮୪୮ର ଅଟେ । ମାତ୍ର ତାଜା ରାଙ୍କିଂରେ ତାଙ୍କ ପଜିଶନରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଆଗକୁ ବଢି ଇଂଲଣ୍ଡର ଫିଲ ସାଲ୍ଟ ୭୯୨ ରେଟିଂ ସହ ଚତୁର୍ଥ ଏବଂ ଶ୍ରୀଲଙ୍କାର ପଥୁମ ନିଶାଙ୍କା ୭୫୧ରେଟିଂ ସହ ପଞ୍ଚମ ନମ୍ବରରେ ଅଛନ୍ତି । ଏହିଭଳି ଭାବେ ରାଙ୍କିରେ ଟପ୍-୫ରେ ଭାରତର ଦୁଇ, ପାକିସ୍ତାନର ଜଣେ, ଇଂଲଣ୍ଡର ଜଣେ ଏବଂ ଶ୍ରୀଲଙ୍କାର ଜଣେ ଖେଳାଳୀ ସାମିଲ ଅଛନ୍ତି । ପ୍ରଥମ ୭ମରେ ଥିବା ସୂର୍ଯ୍ୟକୁମାର ଯାଦବ ୮ମ ସ୍ଥାନକୁ ଖସି ଆସିଛନ୍ତି । ପ୍ରକାଶ ଯେ, ଅଧିନାୟକତ୍ବ ଯିବା ସହ ସୂର୍ଯ୍ୟ ଟିମ୍ ଇଣ୍ଡିଆରୁ ବି ବାହାରି ଯାଇଛନ୍ତି । ଟିମରେ ତାଙ୍କର ଫେରିବାର ବି ଆଶା ବହୁତ କମ୍ ନଜର ଆସୁଛି । ଟପ-୧୦ ଭିତରେ ପ୍ରାୟ ୪ ଭାରତୀୟ ବ୍ୟାଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ଷଷ୍ଠ ନମ୍ବରରେ ତିଲକ ବର୍ମା ବି ଉପସ୍ଥିତ ଅଛନ୍ତି ।
ଯଦି ଆମେ ବୋଲିଂର ଟି-୨୦ ରାଙ୍କିଂ ଉପରେ ନଜର ପକାଇବା ତେବେ ସେଥିରେ ବି ଭାରତୀୟ ଖେଳାଳୀଙ୍କୁ କ୍ଷତି ହୋଇଥିବା ଦେଖାଯାଉଛି । ଟପ-୫ ଭିତରେ ଜଣେ ଭାରତୀୟ ବୋଲର ବଋଣ ଚକ୍ରବର୍ତ୍ତି ଗୋଟିଏ ସ୍ଥାନ ତଳକୁ ଖସି ୩ନମ୍ବରରେ ଅଛନ୍ତି । ଏବେ ବଋଣଙ୍କ ରେଟିଂ ୭୨୫ଅଟେ । ସେହିଭଳି ପୂର୍ବରୁ ୫ମ ନମ୍ବରରେ ଥିବା ଭାରତୀୟ ପେସର ଜସପ୍ରୀତ ବୁମରାହ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ବୁମରାହଙ୍କ ରେଟିଂ ୬୮୮ ରହିଛି । ବଋଣ ଏବଂ ବୁମରାହ ବୋଲିଂ ରାଙ୍କିଂରେ ଟପ-୧୦ ଭିତରେ ଉପସ୍ଥିତ ଥିବା କେବଳ ଦୁଇ ଭାରତୀୟ ଅଟନ୍ତି ।