ପ୍ରମୂଖ ଖବର
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ମହିଳା ଦିନିକିଆ ବିଶ୍ୱକପ ଟ୍ରଫି ଉନ୍ମୋଚିତ; ପ୍ରତିବନ୍ଧକ ଭାଙ୍ଗି ଆଗକୁ ଯିବାକୁ ଚାହୁଁଛୁ- ହର୍ମନପ୍ରୀତ

Published By : Ankita S | August 11, 2025 3:14 PM

ନୂଆଦିଲ୍ଲୀ,୧୧/୦୮: ଆଇସିସି ମହିଳା ଦିନିକିଆ ବିଶ୍ୱକପ ୨୦୨୫କୁ ଆଉ ୫୦ ଦିନ ବାକି ରହିଛି । ଶ୍ରୀଲଙ୍କା ଓ ଭାରତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିବେ । ଏହାରି ଭିତରେ ଆଜି ମହିଳା ବିଶ୍ୱକପ୍ ଉନ୍ମୋଚିତ ହୋଇଛି । ଏହି ଅବସରରେ ଆଇସିସି ଅଧ୍ୟକ୍ଷ ଜୟ ଶାହ, ବିସିଆଇ ଉପସଭାପତି ଦେବଜିତ୍ ସାଇକିଆ, ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଓ ମିଥାଲି ରାଜ୍, ଭାରତୀୟ କ୍ରିକେଟ ଦଳର ଅଧିନାୟକ ହର୍ମନପ୍ରୀତ କୌର, ସ୍ମୃତି ମାନ୍ଧନା ଓ ଜେମିମା ଉପସ୍ଥିତ ରହିଥିଲେ । ଟ୍ରଫି ଉନ୍ମୋଚନ ଅବସରରେ କ୍ୟାପ୍ଟେନ ହର୍ମନପ୍ରୀତ କହିଛନ୍ତି ଦେଶର ଟ୍ରଫି ଜିତିବା ଆଶାରେ ପୂର୍ଣ୍ଣଚ୍ଛେଦ ପକାଇବୁ ।

‘ଆମକୁ ବିଶ୍ୱକପ୍ ଜିତିବାକୁ ପଡିବ’- ଟ୍ରଫି ଲଞ୍ଚ କାର୍ଯ୍ୟକ୍ରମରେ ହର୍ମନପ୍ରୀତ କୌର କହିଛନ୍ତି ଯେ, ସେ ଏବଂ ତାଙ୍କ ଦଳ ଆଇସିସି ମହିଳା ODI ବିଶ୍ୱକପର ମରୁଡ଼ି ଶେଷ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦଳ କଠିନ ପରିଶ୍ରମ କରୁଛି । ଆମେ ଟ୍ରଫି ଜିତିବା ପାଇଁ ଅପେକ୍ଷାର ଅନ୍ତ କରିବାକୁ ଚାହୁଁଛୁ । ବିଶ୍ୱକପ୍ ସବୁବେଳେ ସ୍ୱତନ୍ତ୍ର, ମୁଁ ସବୁବେଳେ ଦେଶ ପାଇଁ କିଛି ସ୍ୱତନ୍ତ୍ର କରିବାକୁ ଚାହେଁ । ଯେତେବେଳେ ମୁଁ ଯୁବରାଜ ଭାଇଙ୍କୁ ଦେଖେ, ମୋତେ ବହୁତ ପ୍ରେରଣା ମିଳେ ।


ସେ ଆହୁରି କହିଛନ୍ତି,୨୦୧୭ ବିଶ୍ୱକପରେ, ମହିଳା  ଦଳର ଅଧିନାୟିକା ହରମନପ୍ରୀତ କୌର ଅଷ୍ଟ୍ରେଲିଆ ବିପକ୍ଷରେ ୧୭୧ ରନର ଇନିଂସ ଖେଳିଥିଲେ । ହର୍ମନପ୍ରୀତ କହିଛନ୍ତି ଯେ, ସେହି ଇନିଂସ ପରେ ଭାରତରେ ତାଙ୍କୁ ଯେଉଁଭଳି ସ୍ୱାଗତ କରାଯାଇଥିଲା ତାହା ଦେଖି ମୋର ଲୋମ ଟାଙ୍କୁରୀ ଯାଇଥିଲା । ସେହି ଇନିଂସ ମୋ ପାଇଁ ଏବଂ ସମଗ୍ର ମହିଳା କ୍ରିକେଟ ପାଇଁ ସ୍ୱତନ୍ତ୍ର ଥିଲା । ସେହି ଇନିଂସ ପରେ ମୋ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା । ଯେତେବେଳେ ଆମେ ଭାରତ ଫେରିଲୁ, ବହୁତ ଲୋକ ଆମ ପାଇଁ ଅପେକ୍ଷା କରିଥିଲେ, ଆମକୁ ଉତ୍ସାହିତ କରୁଥିଲେ, ଯଦିଓ ଆମେ ହାରିଗଲୁ, କିନ୍ତୁ ଆମକୁ ସମର୍ଥନ କରିଥିଲେ, ଆଜି ମଧ୍ୟ ଏହା ଭାବିଲେ ମୋତେ ଖୁସି ଲାଗେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.