ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଆଇସିସି ମହିଳା ଟି-ଟ୍ୱେଣ୍ଟି ମାନ୍ୟତା ତାଲିକା, ତୃତୀୟକୁ ଉଠିଲେ ସ୍ମୃତି ମନ୍ଧନା

Published By : Prameya | July 2, 2025 1:04 PM

ଦୁବାଇ, ୦୨/୦୭: ସଦ୍ୟ ଘୋଷିତ ଆଇସିସି  ମହିଳା ଟି-ଟ୍ୱେଣ୍ଟି ମାନ୍ୟତା ତାଲିକାରେ ଭାରତୀୟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧନାଙ୍କ ସ୍ଥାନରେ ଉନ୍ନତି ଘଟିଛି ।  ବ୍ୟାଟିଂ ତାଲିକାରେ ସେ ଗୋଟିଏ ସ୍ଥାନ ଉଠି ତୃତୀୟରେ  ରହିଛନ୍ତି । ତାଙ୍କ ରେଟିଂ ପଏଣ୍ଟ ୭୭୧ ରହିଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ମନ୍ଧନା କ୍ୟାରିୟରରେ ପ୍ରଥମ  ଟି-ଟ୍ୱେଣ୍ଟି ଶତକ ଅର୍ଜନ କରିଥିଲେ । ସେ ୬୨ଟି ବଲ୍‌ରେ  ୧୧୨ (୧୫ଚୌକା, ୩ଛକା) ରନ୍‌ ସଂଗ୍ରହ କରିଥିଲେ ।  

ଦିନିକିଆ ପରେ ଟି-ଟ୍ୱେଣ୍ଟିରେ ମଧ୍ୟ ତାଙ୍କ ନିକଟରେ ଶୀର୍ଷ  ସ୍ଥାନ ଦଖଲ କରିବାର ସୁଯୋଗ ରହିଛି । ଅଷ୍ଟ୍ରେଲିଆର  ବେଥ୍‌ ମୁନି (୭୯୪) ପ୍ରଥମ ଓ ୱେଷ୍ଟଇଣ୍ଡିଜର ହାୟଲି  ମାଥ୍ୟୁସ (୭୭୪) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅନ୍ୟ  ଭାରତୀୟ ଓପନର ଶେଫାଳି ବର୍ମା ୧୩ତମ ଏବଂ ହର୍ଲିନ ଦେଓଲ ୮୬ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।  ବୋଲିଂ ମାନ୍ୟତା ତାଲିକାରେ ଭାରତର ଦୀପ୍ତି ଶର୍ମା  ତୃତୀୟ ଏବଂ ରେଣୁକା ସିଂହ ଷଷ୍ଠ ସ୍ଥାନକୁ ଖସିଛନ୍ତି ।  ପାକିସ୍ତାନର ସାଦିଆ ଇକ୍‌ବାଲ ପୂର୍ବଭଳି ଶୀର୍ଷ ସ୍ଥାନ  ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆର ଆନାବେଲ ସୁଦରଲାଣ୍ଡ ଦ୍ୱିତୀୟକୁ ଉଠିଛନ୍ତି । ସେହିପରି ଅଲରାଉଣ୍ଡର ତାଲିକାରେ  ଦୀପ୍ତି ତୃତୀୟ ସ୍ଥାନ ବଜାୟ ରଖିଛନ୍ତି । ୱେଷ୍ଟଇଣ୍ଡିଜ୍‌ର  ମାଥ୍ୟୁସଙ୍କ ଶୀର୍ଷ ସ୍ଥାନ ଅପରିବର୍ତ୍ତିତ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.