ନୂଆଦିଲ୍ଲୀ : ଇସ୍ରାଏଲୀୟ ସେନା ଲଗାତାର ଗାଜା ପଟ୍ଟିରେ ନିଜର ଅଭିଯାନକୁ ଜାରି ରଖିଛନ୍ତି। ଏହି କ୍ରମରେ ଏକ ଅଭିଯାନ ବେଳେ ସେମାନଙ୍କୁ ବଡ଼ ସଫଳତା ମିଳିଛି। ସେନା ଗାଜା ପଟ୍ଟିର ଘନ ଜନବସତି ଥିବା ସହର ତଳେ ଏକ ବଡ଼ ସୁଡ଼ଙ୍ଗ ନେଟୱର୍କକୁ ଖୋଜି ବାହାର କରି ପାରିଛନ୍ତି। ଏହି ସୁଡ଼ଙ୍ଗ ଭିତରେ ତାଙ୍କୁ ୨୦୧୪ରୁ ନିଖୋଜ ଥିବା ଜଣେ ସୈନିକଙ୍କ ଅବଶେଷ ମଧ୍ୟ ମିଳିଛି। ଇସ୍ରାଏଲୀୟ ସେନା ଏହି ପୂରା ଅପରେସନର ସୂଚନା ଦେଇ କହିଛି ଯେ, ଅବଶେଷର ଯାଞ୍ଚ କରିବା ଦ୍ୱାରା ଏହି କଥାର ସ୍ପଷ୍ଟ ହୋଇଛି ଯେ, ଏହି ଅବଶେଷ ଲେଫ୍ଟନାଣ୍ଟ ହଦାର ଗୋଲଡିନଙ୍କ। ତାଙ୍କୁ ଏଠାରେ ରଖାଯାଇ ଥିଲା। 

ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଆକ୍ଟିଭ୍ ଇସ୍ରାଏଲୀୟ ସେନା ଏହି ସୁଡ଼ଙ୍ଗର ଭିଡ଼ିଓ ମଧ୍ୟ ସେୟାର କରି ଥିଲେ। ସେନା ମୁତାବିକ , ଏହି ସୁଡ଼ଙ୍ଗ ରଫାର ଘନ ଜନବସତିର ତଳୁ ବାହାରି ସଂଯୁକ୍ତ ରାଷ୍ଟ୍ର ପାଲେଷ୍ଟାଇନ୍ ଶରଣାର୍ଥୀ ଏଜେନ୍ସିର ପରିସର, ମସଜିଦ୍, କ୍ଲିନିକ୍ ଓ କିଣ୍ଡରଗାର୍ଟନର ତଳ ମଧ୍ୟ ଦେଇ ଯାଇଛି। ଆଇଡିଏ ମୁତାବିକ, ଏହି ସୁଡ଼ଙ୍ଗର ଲମ୍ୱ ପାଖାପାଖି ୭ କିଲୋମିଟର। ଏହା ୨୫ ମିଟରର ଗଭୀର। ଏବେସୁଦ୍ଧା ଏଥିରେ ୮୦ଟି କୋଠରୀ ଥିବା ସୂଚନା ମିଳିଛି।

ଗାଜାରେ ଲଗାତାର ଅପରେସନ ଚଳାଇ ଥିବା ଇସ୍ରାଏଲୀୟ ସେନା ନିଜର ସୈନିକ ଲେଫ୍ଟନାଣ୍ଟ ଗୋଲଡିନଙ୍କୁ ଖୋଜିବା ପାଇଁ ପୂର୍ବରୁ ମଧ୍ୟ ଅନେକ ଅପରେସନ ଚଲାଇ ଥିଲେ। କିନ୍ତୁ ସେମାନଙ୍କୁ ସଫଳତା ମିଳିପାରି ନଥିଲା। ଗୋଲଡିନଙ୍କୁ ୨୦୧୪ରେ ଗାଜା ପଟ୍ଟିରେ ଏକ ହମଲା ବେଳେ ହମାସ କଏଦ କରି ନେଇଥିଲା। ଇସ୍ରାଏଲୀୟ ସେନା ମୁତାବିକ , ଜୁଲାଇ ପର ଠାରୁ ସେ ଲଗାତାର ଗୋଲଡିନଙ୍କ ମୃତଦେହକୁ ଫେରେଇ ଆଣିବାକୁ ଅପରେସନ ଚଳାଇ ଥିଲେ। ଏହି ଅଭିଯାନ ମଧ୍ୟ ସେହି କ୍ରମର ଅଂଶ ଥିଲା। ଏହାର ଉଦ୍ଦେଶ୍ୟ ଗୋଲଡିନଙ୍କ ମୃତଦେହକୁ ଇସ୍ରାଏଲ ଫେରେଇ ଆଣିବାର ଥିଲା। ଆଉ ଏକ ଅଲଗା ପୋଷ୍ଟରେ ସେନା କହିଛି ଯେ , ସେହି ଗୁମ୍ଫାରୁ ଆତଙ୍କୀ ଅଲ୍-ହମ୍ସକୁ ମଧ୍ୟ ଗିରଫ କରାଯାଇଛି। ସେ ଗୋଲଡିନଙ୍କ ହତ୍ୟାରେ ସାମିଲ ଥିଲା।

ଉଲ୍ଲେଖନୀୟ ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା କରାଯାଇ ଥିବା ଅସ୍ତ୍ରବିରତି ପରେ ମଧ୍ୟ ଗାଜାରେ ମୃତ୍ୟୁର ପ୍ରକ୍ରିୟା ଥମି ନାହିଁ। ଗୁରୁବାର ଇସ୍ରାଏଲୀୟ ସେନା ପକ୍ଷରୁ କରାଯାଇ ଥିବା ବିମାନ ଆକ୍ରମଣରେ ଖାନ୍ ୟୁନିସ୍‌ରେ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଛି।