ପ୍ରମୂଖ ଖବର
  • କାମାକ୍ଷାନଗର : ବାଇକ ଉପରେ ମାଡିଗଲା ବସ , ୩ ମୃତ
  • ||
  • ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ, ୨ଟି ବୋଟ୍ ଜବତ
  • ||
  • ମାଲକାନଗିରି- ଆନ୍ଧ୍ର ସୀମାନ୍ତରେ ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ, ଯାତ୍ରୀବାହୀ କାର୍‌କୁ ଜାଳିଦେଲେ
  • ||
  • ବଲାଙ୍ଗୀର: ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ
  • ||
  • ବାଙ୍ଗିରିପୋଷି: ମର୍ଣିଂ ୱାକ କରୁଥିବା ବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଶିକ୍ଷୟତ୍ରୀ ମୃତ
  • ||
  • କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ବିଳମ୍ବିତ ରାତିରେ ୯୨ ବର୍ଷରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି, ଗଣତିମଣତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ
  • ||
  • କୁର୍ଲାରେ ଭୟଙ୍କର ସଡକ ଦୁର୍ଘଟଣା, ବ୍ରେକ ଫେଲ ହୋଇ ୩୦ ଗାଡି ଉପରେ ମାଡିଗଲା ବସ୍ ୪ ମୃତ, ୨୬ ଆହତ
  • ||
  • କାଲୁଆ କଲା କୋହଲା ପାଗ; ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ବର୍ଷା, ଆସନ୍ତା ୫ ଦିନ କୋହଲା ରହିବ ପାଗ
  • ||

ଶୃଙ୍ଖଳିତ ଜୀବନ ଚାହୁଁଛନ୍ତି କି ? ପ୍ରତିଦିନ ସକାଳୁ ଆପଣାନ୍ତୁ ଏହି ୧୦ ଟିପ୍ସ୍

Published By : Prameya | November 4, 2024 1:18 PM

ନୂଆଦିଲ୍ଲୀ ,୦୪/୧୧: ଶୃଙ୍ଖଳିତ,ସୁନ୍ଦର ଓ ଶାନ୍ତିର ଜୀବନ କାହାକୁ ବା ପସନ୍ଦ ନୁହେଁ । ଶୃଙ୍ଖଳା ବିନା ଜୀବନରେ ସଫଳ ହେବା ସହଜ ନୁହେଁ । କଣ କରିବେ କଣ ନ କରିବେ ଦିନଟି କେମିତି କଟିବ ସେ ନେଇ ରୁଟିନ ପ୍ରସ୍ତୁତ କରନ୍ତୁ । ଯଦି ଆପଣ ଅଧିକରୁ ଅଧିକ ଶୃଙ୍ଖଳିତ ଜୀବନ ଚାହୁଁଛନ୍ତି ତେବେ ପଢନ୍ତୁ ଏହି ସମ୍ପୂର୍ଣ୍ଣ ଖବର । ଆପଣାନ୍ତୁ ୧୦ଟି ଟିପ୍ସ ଯାହା ଆପଣଙ୍କୁ ଶୃଙ୍ଖଳିତ କରିବ ।  

୧. ସଅଳ ଉଠନ୍ତୁ- ଶୃଙ୍ଖଳିତ ଜୀବନ ପାଇଁ ସଅଳ ଉଠିବା ନିହାତି ଦରକାର । ରାତିରେ ଶୀଘ୍ର ଶୁଅନ୍ତୁ ସକାଳୁ ଶୀଘ୍ର ଉଠନ୍ତୁ । ଶୃଙ୍ଖଳାର ଚମ୍ପିଆନ୍ ସର୍ବଦା ଶୀଘ୍ର ଉଠନ୍ତି ଏହା ପ୍ରମାଣିତ । ସଫଳ ଓ ଶୃଙ୍ଖଳିତ ବ୍ୟକ୍ତି ସବୁବେଳେ ସଅଳ ଉଠି ଦିନ ଆରମ୍ଭ କରିଥାନ୍ତି । ଶୃଙ୍ଖଳିତ ହେବାକୁ ହେଲେ ଜଲଦି ଉଠିବାକୁ ଆଲାରାମ ସେଟ୍ କରି ନିଅନ୍ତୁ ।

୨. ସ୍ବାସ୍ଥ୍ୟକର ସକାଳ ଭୋଜନ କରନ୍ତୁ- ଶୃଙ୍ଖଳା ସହଜ ପସନ୍ଦ ହୋଇନପାରେ ମାତ୍ର ସଠିକ ପସନ୍ଦ ନିଶ୍ଚିତ ହେବ । ପ୍ରତିଦିନ ସ୍ବାସ୍ଥକର ସକାଳ ଭୋଜନ କରନ୍ତୁ। ସକାଳ ଭୋଜନ କରନ୍ତୁ ମନ ଓ ସ୍ବାସ୍ଥ୍ୟ ଉଭୟ ଭଲ ରହିବ । ଶୃଙ୍ଖଳିତ ଜୀବନ ପାଇଁ ସ୍ବାସ୍ଥ୍ୟକର ଭୋଜନ ନିହାତି ଦରକାର ।

୩. ପ୍ରତିଦିନ ବ୍ୟାୟମ କରନ୍ତୁ- ଯୋଗ ବ୍ୟାୟମ କେବଳ ଶରୀରକୁ ସୁସ୍ଥ ରଖେନାହିଁ ମନକୁ ମଧ୍ୟ ଶାନ୍ତି ଦିଏ । ପ୍ରତିଦିନ ବ୍ୟାୟମ ମସ୍ତିଷ୍କ ଉପରେ ସୁପ୍ରଭାବ ପକାଏ । ଚିନ୍ତାରୁ ମୁକ୍ତି ଦିଏ । ଷ୍ଟ୍ରେସ ହ୍ୟାଣ୍ଡେଲ ପାଇଁ ଧୌର୍ଯ୍ୟ ଦିଏ ।

୪. ଦିନ ପାଇଁ ଯୋଜନା କରନ୍ତୁ- ପ୍ଲାନ କରି ଦିନ ଆରମ୍ଭ କରନ୍ତୁ । ଦିନରେ ଆପଣଙ୍କୁ କଣ କଣ କରିବାର ଅଛି । ପରିବର୍ତ୍ତନ ଓ ପ୍ଲାନ ବିନା ଶୃଙ୍ଖଳିତ ହେବା ସମ୍ଭଭ ନୁହେଁ । ପ୍ରତି ସକାଳୁ ଦିନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରନ୍ତୁ ।

୫. ମାନସିକ ଭାବେ ଶାନ୍ତ ରୁହନ୍ତୁ- ଦୌଡୁଥିବା ଦୁନିଆରେ ଚାପ ରହିବ । ଏହାକୁ ଏଡାଇବା ପାଇଁ ମାନସିକ ସୁସ୍ଥତା ନିହାତି ଦରକାର । ଶୃଙ୍ଖଳାର ଏକ ସିକ୍ରେଟ୍ ହେଉଛି ମାଇଣ୍ଡଫୁଲନେସ୍ । ବର୍ତ୍ତମାନକୁ ସର୍ବାଦା ଫୋକସ୍ କରନ୍ତୁ  । ମାଇଣ୍ଡକୁ ଟ୍ରେଣ୍ଡ କରନ୍ତୁ ।

୬. କୃତଜ୍ଞ ରୁହନ୍ତୁ- ସବୁବେଳେ ନମ୍ର କୃତଜ୍ଞ ରହୁନ୍ତୁ । ଅନ୍ୟଙ୍କ ପ୍ରତି କୃତଜ୍ଞ ରହିବା ଶୃଙ୍ଖଳାର ଏକ ସୋପାନ । କୃତଜ୍ଞ ରହିଲେ ମନରୁ ନକାରାତ୍ମକ ଚିନ୍ତାଧାରା ଦୂରେଇ ଯାଏ। ଶୃଙ୍ଖଳିତ ଜୀବନ ପାଇଁ କୃତଜ୍ଞ ପ୍ରଗତି ଆଣିଥାଏ ।

୭. ଟେକ୍ନୋଲୋଜିର ସ୍ବଳ୍ପ ବ୍ୟବହାର- ଟେକ୍ନିକାଲ ଯୁଗରେ ଟେକ୍ନୋଲୋଜିର ବ୍ୟବହାର ଭଲ ହେଲେ ମାତ୍ରାଧିକ ବ୍ୟବହାର ଖରାପ ହୋଇଥାଏ । ସାଧାରଣତଃ ସକାଳୁ ଉଠିଲେ ଆମେ ଫୋନ ଦେଖୁ ସୋସିଆଲ ମିଡିଆରେ ଆକ୍ଟିଭ୍ ଥାଉ। ଶୃଙ୍ଖଳିତ ଜୀବନ ପାଇଁ ଏହା ଆଦୌ ଠିକ୍ ନୁହେଁ ।

୮. ଶାନ୍ତିକୁ ଆପଣାନ୍ତୁ- ମନ ଶାନ୍ତି ଥିଲେ ଦିନଟି ଭଲ ଯାଏ । ତେଣୁ ଯଥା ସମ୍ଭବ ମନକୁ ଶାନ୍ତ ରଖନ୍ତୁ । ଶୃଙ୍ଖଳିତ ହେବାକୁ ଶାନ୍ତି ନୀରବତା ଏକ ଶକ୍ତିଶାଳୀ ସାଧନ ।

୯. ହାଇଡ୍ରେଟ୍- ଏହା ବହୁତ ସାଧାରଣ । ପ୍ରତିଦିନ ସକାଳୁ ଗୋଟିଏ ଗ୍ଲାସ ପାଣି ପିଅନ୍ତୁ ଓ ଦିନ ଆରମ୍ଭ କରନ୍ତୁ । ଡିହାଇଡ୍ରେଟରୁ ମୁକ୍ତି ପାଇଁ ସକାଳୁ ପାଣି ପିଇବା ନିହାତି ଦରକାର । ଏହା ବ୍ୟତୀତ ପାଣି ଶରୀରକୁ ସୁସ୍ଥ ରଖିଥାଏ ।

୧୦. ସ୍ଥିରତା- ଶୃଙ୍ଖଳାର ହୃଦସ୍ପନ୍ଦନ ହେଉଛି ସ୍ଥିରତା । ଏହା ବିନା ଦିନ ଆରମ୍ଭ ଫଳପ୍ରଦ ହୁଏ ନାହିଁ । ଶୃଙ୍ଖଳା ଏକ କାର୍ଯ୍ୟ ନୁହେଁ ଏହା ଅଭ୍ୟାସ । ଏହା ହିଁ ଶୃଙ୍ଖଳାର ପ୍ରକୃତ ସିକ୍ରେଟ୍ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.