ପ୍ରମୂଖ ଖବର
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କୋଲକାତା ଆଇଆଇଏମ୍‌ରେ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଛାତ୍ରକୁ ଗିରଫ କରି ତଦନ୍ତ କରୁଛି ପୁଲିସ

Published By : Tapas Panda | July 12, 2025 4:54 PM

କୋଲକାତା: ପଶ୍ଚିମବଙ୍ଗରେ ପୁଣି ଦୁଷ୍କର୍ମ । କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ।  ଦକ୍ଷିଣ କୋଲକାତା ଆଇନ ମହାବିଦ୍ୟାଳୟର ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲାର ତଦନ୍ତ ଚାଲିଥିବା ବେଳେ ଆଉ ଏକ ଦୁଷ୍କର୍ମ ଘଟଣା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କୋଲକାତାର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (IIM)ର ହଷ୍ଟେଲରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଶୁକ୍ରବାର ଘଟିଛି । ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଛାତ୍ରକୁ ଗିରଫ କରିଥିବା ଜଣାପଡ଼ିଛି । ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ସେ ହରିଦେବପୁର ଥାନାରେ ଏତଲା ଦେଇଥିଲେ । ପୀଡିତାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରି ତଦନ୍ତ ଚଳାଇଛି  ।

ପୋଲିସ ଅନୁଯାୟୀ, ପୀଡିତା  ଏବଂ ବେଙ୍ଗାଲୁରୁର ବାସିନ୍ଦା ଅଭିଯୁକ୍ତ ପରମାନନ୍ଦ ଆଇଆଇଏମର ଦ୍ୱିତୀୟ ବର୍ଷ ଛାତ୍ର-ଛାତ୍ରୀ । ଦୁହେଁ ପରସ୍ପରକୁ ବେଶ ଭଲ ଭାବେ ଜାଣିଥିଲେ । ଦୁହିଁଙ୍କ ସାକ୍ଷାତ ପ୍ରଥମେ ଅନଲାଇନ ମାଧ୍ୟମରେ ହୋଇଥିଲା ଏବଂ ପରେ ପଠାପଢା ଓ କ୍ୟାରିୟକୁ ନେଇ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା । ଶୁକ୍ରବାର ଅଭିଯୁକ୍ତ ଜଣକ କାଉନସେଲିଂରେ ସହଯୋଗ କରିବାକୁ କହି ଯୁବତୀଙ୍କୁ କ୍ୟାମ୍ପସକୁ ଡକାଇଥିଲା । ପୀଡିତା ଥାନାରେ କହିଛନ୍ତି, ଯେତେବେଳେ ସେ କ୍ୟାମ୍ପସରେ ପହଞ୍ଚିଥିଲେ ତାଙ୍କୁ ଭିଜିଟର ରେଜିଷ୍ଟରରେ ନାଁ ଲେଖିବାକୁ ମନା କରାଯାଇଥିଲା । ଏହା ସତ୍ତ୍ୱେ ସେ ଅଭିଯୁକ୍ତ ଛାତ୍ରଙ୍କ ଉପରେ ଭରସା କରି କ୍ୟାମ୍ପସ ଭିତରକୁ ଯାଇଥିଲେ ।

ଅଭିଯୁକ୍ତ ଜଣକ କାମର ବାହାନା ଦେଖାଇ ଯୁବତୀଙ୍କୁ ବୟଜ ହୋଷ୍ଟେଲ ନେଇ ଯାଇଥିଲା । ସେଠାରେ ପିଜା ଓ ଏକ ପାନୀୟ ଦେଇଥଲା । ପିଜା ଖାଇବା ପରେ ସେ ଚେତା ଶୂନ୍ୟା ହେବା ଭଳି ମନେ କରିଥିଲେ ବୋଲି କହିଛନ୍ତି ପୀଡ଼ିତା । ପ୍ରଥମେ ସେ ୱାଶରୁମକୁ ଯିବାକୁ ଚାହୁଁଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ଚେଷ୍ଟା କରିଥିଲା । ସେ ଏହାର ବିରୋଧ କରିବାରୁ ଅଭିଯୁକ୍ତ ମାଡ ମାରିବା ପରେ ତାଙ୍କୁ ଦୁଷ୍କର୍ମ କରିଥିଲା ବୋଲି ଛାତ୍ରୀ ଅଭିଯୋଗ କରିଛନ୍ତି । ପୀଡିତା ପୁଲିସକୁ କହିଛନ୍ତି ଯେ, କିଛି ସମୟ ପରେ ସେ ବେହୋସ ହୋଇପଡ଼ିଥିଲେ । ସନ୍ଧ୍ୟାରେ ଯେବେ ତାଙ୍କୁ ଚେତା ଫେରିଲା ସେ ନିଜକୁ ବୟଜ ହୋଷ୍ଟେଲ ରୁମରେ ପାଇଥିଲେ । ଏହା ପରେ ସେ, କୌଣସି ଜଣେ ସାଙ୍ଗକୁ ଫୋନ କରି ବୟଜ ହୋଷ୍ଟେଲରୁ ବାହାରି ସିଧାସଳଖ ଥାନାରେ ପହଞ୍ଚିଥିଲେ ।

ସେପଟେ ଏହି ଘଟଣା ବିଷୟରେ ସୂଚନା ଦେଇ ଯୁଗ୍ମ ସିପି (କ୍ରାଇମ୍) କହିଛନ୍ତି ଯେ, ଗତକାଲି ସନ୍ଧ୍ୟାରେ ଜଣେ ଝିଅ ହରିଦେବପୁର ପୋଲିସ ଷ୍ଟେସନରେ ଅଭିଯୋଗ କରିଛି।  ଜଣେ ଛାତ୍ର ତାଙ୍କୁ IIM କ୍ୟାମ୍ପସରେ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି । ପୀଡିତାଙ୍କ ଅଭିଯୋଗ ଆଧାରରେ, ଏକ ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତ ଛାତ୍ରକୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଦକ୍ଷିଣ କୋଲାକାତାର ଲ' କଲେଜରେ ଗଣଦୁଷ୍କର୍ମ ଅଭିଯୋଗ ଆସିଥିଲା। କଲେଜ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍କ କରାଯାଇଥିଲା ।  ଏହି ମାମଲାରେ ଜଣେ ପୂର୍ବତନ ଛାତ୍ର ସମେତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା ପୁଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.