ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆଇଆଇଟି କାନପୁରର ବଡ଼ ଉପଲବ୍ଧି, ୧ ମିନିଟ୍‌ରେ ମୁଖ କର୍କଟ ଚିହ୍ନିବ ଡିଭାଇସ୍‌

Published By : Prameya | October 5, 2024 12:23 PM

କାନପୁର ୦୫/୧୦: ଆଇଆଇଟି କାନପୁରର ବଡ଼ ଉପଲବ୍ଧି । ଏହା ଏକ ଉନ୍ନତ ଉପକରଣ ପ୍ରସ୍ତୁତ କରିଛି, ଯାହା  ମାତ୍ର କିଛି ମିନିଟ୍‌ ମଧ୍ୟରେ ମୁଖ କର୍କଟ ଚିହ୍ନଟ କରିବ । କର୍କଟ କେଉଁ ଷ୍ଟେଜ୍‌ରେ ଅଛି, ତା’ର ମଧ୍ୟ  ସବିଶେଷ ତଥ୍ୟ ଦେବ । ଭାରତରେ କର୍କଟ ଚିହ୍ନଟ କ୍ଷେତ୍ରରେ ଏହା ଏକ ବଡ଼ ସଫଳତା । କର୍କଟ ଚିକିତ୍ସାରେ ଏହା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । ଏହା ଏକ ମାଉଥ୍‌ ଟେଷ୍ଟର୍‌ ଡିଭାଇସ୍‌ । ଏହା ପାଟି ଭିତରର ଫଟୋ ଉଠାଇବ । ତା’ପରେ ଫଟୋର  ବିଶ୍ଳେଷଣ କରି ୧ ମିନିଟ୍‌ରେ ରିପୋର୍ଟ ଦେବ । କର୍କଟର ଷ୍ଟେଜ୍‌ ବି କହିବ । ସ୍କାନ୍‌ ଜେନି କମ୍ପାନିରେ  କେମିକାଲ ଇଞ୍ଜିନିୟରିଙ୍ଗ ବିଭାଗର ପ୍ରଫେସର ଜୟନ୍ତ କୁମାର ସିଂହଙ୍କ ସହାୟତାରେ ଏହି  ଡିଭାଇସ୍‌ ପ୍ରସ୍ତୁତ ହୋଇଛି । ଆସନ୍ତା ଡିସେମ୍ବର ସୁଦ୍ଧା ଡିଭାଇସ୍‌କୁ ବଜାରକୁ ଆଣିବା ପାଇଁ ଚୂଡ଼ାନ୍ତ  ପ୍ରସ୍ତୁତି ହୋଇଛି ।

ପ୍ରଫେସର ଜୟନ୍ତ କୁମାର ଓ ତାଙ୍କ ଟିମ୍‌କୁ ଏହି ଡିଭାଇସ୍‌ ପ୍ରସ୍ତୁତି ଲାଗି ୬ ବର୍ଷ ସମୟ  ଲାଗିଲା । ଏହାକୁ ଛୋଟ ବ୍ୟାଗ୍‌ରେ ରଖି ଯେକୌଣସି ସ୍ଥାନକୁ ନିଆଯାଇ ପାରିବ । ଏହା ଟୁଥ୍‌ବ୍ରଶ୍‌ ଆକାରଯୁକ୍ତ । ଏଥିରେ ଉଚ୍ଚ ଗୁଣବତ୍ତାସମ୍ପନ୍ନ କ୍ୟାମେରା ଓ ଏଲ୍‌ଇଡି ଲାଗିଛି । ଏହାକୁ ସ୍ମାର୍ଟଫୋନ୍‌, ଟ୍ୟାବ୍‌ଲେଟ୍‌ ବା ଆଇପ୍ୟାଡ୍‌ ସହ ସଂଯୋଗ କରାଯାଇ ପାରିବ ବୋଲି ଜୟନ୍ତ କୁମାର କହିଛନ୍ତି । ମୁହଁ  ଭିତରର ଫଟୋ ଉଠାଇବା ପରେ କ୍ୟାମେରା ମୋବାଇଲକୁ ସମ୍ପୂର୍ଣ୍ଣ ରିପୋର୍ଟ ପଠାଇବ ।

ପାୱାର ବ୍ୟାକ୍‌ଅପ୍‌ ସହିତ ଏହା ଟ୍ରାକିଂ ପାଇଁ ସ୍ୱାସ୍ଥ୍ୟ ସମ୍ପର୍କିତ ଇତିହାସ ସଂଗ୍ରହ କରେ । ୯୦ ପ୍ରତିଶତ  ସଠିକତା ସହିତ ଏହା ଯାଞ୍ଚ୍‌ କରେ। ଏହାର ପ୍ରୟୋଗ ଦ୍ୱାରା କୌଣସି ଯନ୍ତ୍ରଣା ହୁଏ ନାହିଁ । ଏହାର ଯାଞ୍ଚ୍‌ ଲାଗି ପ୍ରତିଷ୍ଠାନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ କ୍ୟାମ୍ପ୍‌ କରାଯାଇ ପ୍ରାୟ ୩୦୦୦  ଲୋକଙ୍କ ଉପରେ ପରୀକ୍ଷା ହୋଇଥିଲା । ପରୀକ୍ଷଣରୁ ୨୨ ବର୍ଷୀୟଙ୍କଠାରେ ମଧ୍ୟ କର୍କଟ ଚିହ୍ନଟ  ହୋଇଥିଲା । ଏହାର ମୂଲ୍ୟ ଦେଢ଼ରୁ ୨ ଲକ୍ଷ ଟଙ୍କା ମଧ୍ୟରେ ରହିବ । ଏଥିରେ ଉପଯୋଗ  ହୋଇଥିବା ଗ୍ୟାଜେଟ୍‌ ଅନ୍ୟ ଦେଶରୁ କିଣିବାକୁ ପଡୁଛି । ସେଥିପାଇଁ ମୂଲ୍ୟ ଟିକିଏ ଅଧିକ ବୋଲି  ଜୟନ୍ତ କୁମାର କହିଛନ୍ତି । ଗୋଟିଏ ଡିଭାଇସ୍‌ରେ ୫ ଲକ୍ଷ ରୋଗୀଙ୍କ ଯାଞ୍ଚ୍‌ କରାଯାଇ ପାରିବ ।  ଗୋଟିଏ ଦିନରେ ପ୍ରାୟ ୩୦୦ ରୋଗୀଙ୍କ ଯାଞ୍ଚ୍‌ କରାଯାଇ ପାରିବ ବୋଲି ସେ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.