ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଲାଖବାହାଳି ଖଣିରୁ ଅବୈଧ ବିସ୍ଫୋଟକ ଜବତ,୪ ଅଟକ

Published By : Anindita Ratha | June 5, 2025 12:59 PM

ଭବାନୀପାଟଣା,୫।୬: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅର୍ନ୍ତଗତ ଲାଖବହଳି ପଥର ଖଣିରୁ ଅବୈଧ ବିସ୍ଫୋଟକ ଜବତ।  ସମ୍ପୃକ୍ତ ୪ ଅବିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେପଟେ ଏହି ଘଟଣାକୁ ନେଇ ଜୟପଟଣା ଥାନାରେ ମାଇନିଙ୍ଗ ବିଭାଗ ପକ୍ଷରୁ ରୁଜୁ ହୋଇଛି ମାମଲା ।

ସୂଚନା ଅନୁସାରେ, ଆଜି ସକାଳୁ  କନିଷ୍ଠ ଖଣି ଅଧିକାରୀ ପ୍ରଶାନ୍ତ କାର୍ଜି ଜୟପଟଣା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ସେ ଦେଇଥିବା ରିପୋର୍ଟ ଅନୁସାରେ, ଗତ ୪ ତାରିଖରେ କଳାହାଣ୍ଡି ପୁଲିସର ଏକ ଯୁଗ୍ମ ଚଢ଼ାଉ ବେଳେ ଲଖବହଳି ଖଣିରେ ଦୁଇ କଣ୍ଟେନର ଗାଡ଼ିରୁ ୬,୫୦୦ କି.ଗ୍ରା. ବିସ୍ଫୋଟକ ଜବତ କରାଯାଇଛି।ଜବତ ବିସ୍ଫୋଟକରେ ୧୦୦ ଆଇଡିଏଲ ବୁଷ୍ଟ ସିଡିଏ କାର୍ଟୁସ୍ , ଆପେକ୍ସ କର୍ଡ ଓ ୧୧୫ଟି ଡିଟୋନେଟର୍  ଜବତ୍ ହୋଇଛି। ଅଭିଯୋଗ ଅନୁସାରେ ଖଣି ମାଲିକ  ଜନାର୍ଦନ ପଣ୍ଡା ବିନା ମାନ୍ୟତାପ୍ରାପ୍ତ ଖଣି ଯୋଜନା ଓ ଭଣ୍ଡାରଣ ଲାଇସେନ୍ସର ବ୍ୟବସ୍ଥା ବିନା ବିସ୍ଫୋଟକ ମାଗାଇଥିବା ନେଇ କଳାହାଣ୍ଡି ପୁଲିସ ପକ୍ଷରୁ ଜଣଯାଇଛି। ଏହି ମାମଲାରେ ଏକ ଘରୋଇ କମ୍ପାନୀ ଓ ତାଙ୍କ ପ୍ରତିନିଧିଙ୍କ ଉପରେ ବି ଅଭିଯୋଗ ହୋଇଛି। ତଦନ୍ତରେ ଖଣିର ସୁପରଭାଇଜର ଜଗନ୍ନାଥ ତିୱାରୀ ଓ ଗାଡ଼ି ଚାଳକ ଧର୍ମ ପୋଢ଼ ସମ୍ପୃକ୍ତ ଥିବା ପ୍ରମାଣ ମିଳିଛି। ଏହି ଘଟଣାରେ ଜୟପଟଣା ଥାନାରେ ଧାରା ୫୧(୧) ଓଏମ୍ଏମସି ନିୟମାବଳୀ ଓ ଏକ୍ସପ୍ଲୋସିଭ୍ ସଵସ୍ଟାନ୍ସ ଧାରା ୪ ଓ ୫ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ନେଇ କଳାହାଣ୍ଡି ଏସପି ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.