ଭୁବନେଶ୍ୱର,୨୪/୧୨ : ଅବକାରୀ ବିଭାଗ ଓ ପୁଲିସ ବିଭାଗର ମିଳିତ ସହଯୋଗରେ ସାରା ରାଜ୍ୟରେ ଚାଲୁଥିବା ସ୍ୱତନ୍ତ୍ର ଚଢ଼ଉ ଅଭିଯାନର ଚତୁର୍ଥ ଦିନ ଅର୍ଥାତ ୨୩ଡିସେମ୍ବର ୨୦୨୫ତାରିଖରେ ହୋଇଥିବା ଚଢ଼ଉରେ ମୋଟ ୧,୧୪,୬୨,୯୭୪ର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ ହୋଇଛି ।

ଏହି କାର୍ଯ୍ୟାନୁଷ୍ଠାନରେ NDPS Act ଅଧୀନରେ ୪ଟି ମାମଲା ସହ ମୋଟ ୨୩୯ଟି ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ୧୩୪ଜଣଙ୍କୁ ଗିରଫ କରାଯାଇଥିବାବେଳେ ୧୩ଟି ଗାଡ଼ିକୁ ଜବତ କରାଯାଇଛି । ଚଢ଼ଉ ଅଭିଯାନରେ ୧୦,୨୮୪ଲିଟର ବେଆଇନ ଦେଶୀ ମଦ, ୪୨୨ଲିଟର duty-paid liquor, ୨୨କିଲୋଗ୍ରାମ ଭାଙ୍ଗ, ୮୧,୬୦୦ଲିଟର ମହୁଲ ପୋଚ ଓ ୪,୧୩୦କିଲୋଗ୍ରାମ ଗୁଡ଼ ପୋଚ ଜବତ କରାଯାଇଛି । ଏଥି ସହିତ ୬୨କିଲୋଗ୍ରାମ ଗଞ୍ଜେଇ ମଧ୍ୟ ଜବତ କରାଯାଇଛି ।