ନୂଆଦିଲ୍ଲୀ,୨୮।୩: ଇରାନ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ବନ୍ଦ ପାଇଁ ପାକିସ୍ତାନ ନିଜକୁ ମଧ୍ୟସ୍ଥି ଭାବରେ ଦେଖାଇବାକୁ ଚେଷ୍ଟା କରୁଛି। କିନ୍ତୁ ବାସ୍ତବରେ ପାକିସ୍ତାନର ସ୍ଥିତି ଏତେ ଖରାପ ହୋଇପଡିଛି ଯେ, ପୁଣିଥରେ ଋଣ ନେବାକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ନିକଟରେ ଆବେଦନ କରିଛି। କାରଣ ପଶ୍ଚିମ ଏସିଆର ସଙ୍କଟ ପାକିସ୍ତାନର ଦୁର୍ବଳ ଅର୍ଥନୀତିକୁ ଦୁଇଗୁଣ ଆଘାତ ଦେଇଛି। ତେଲ ଏବଂ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି, ଯାହା ଫଳରେ ମୁଦ୍ରାସ୍ଫୀତି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହି କାରଣରୁ ଆର୍ଥିକ ସହାୟତାର ଭିକ୍ଷା ମାଗିଛି। ଆଇଏମ୍ଏଫ୍ ପୁଣି ଥରେ ପାକିସ୍ତାନକୁ ଋଣ ପ୍ରଦାନ କରିପାରେ। ଏଥର, ପଡ଼ୋଶୀ ଦେଶକୁ ୧.୨ ବିଲିୟନ ଡଲାର ଋଣ ପ୍ରଦାନ କରିବା ପାଇଁ ଏକ ପ୍ରାରମ୍ଭିକ ଚୁକ୍ତି ହୋଇଛି।
ଆଇଏମଏଫ୍ ଘୋଷଣା କରିଛି ଯେ ପାକିସ୍ତାନ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟରେ ଏକ ପ୍ରାରମ୍ଭିକ ଋଣ ଚୁକ୍ତିନାମା ହୋଇଛି। ତଥାପି, ୧.୨ ବିଲିୟନ ଡଲାର ପାଣ୍ଠି ଏପର୍ଯ୍ୟନ୍ତ ମଞ୍ଜୁର ହୋଇନାହିଁ। ଏହି ଚୁକ୍ତିନାମା ଆଇଏମଏଫ୍ ବୋର୍ଡ ଦ୍ୱାରା ଅନୁମୋଦନ ପାଇଁ ଅପେକ୍ଷାରତ ଅବସ୍ଥାରେ ରହିଛି। ଏହି ଚୁକ୍ତିନାମାକୁ ଏପର୍ଯ୍ୟନ୍ତ ଆଇଏମ୍ଏଫ୍ ବୋର୍ଡ ବୋର୍ଡ ଅନୁମୋଦନ କରିନାହିଁ। ଏହା ପରେ ହିଁ ପାକିସ୍ତାନ ବିସ୍ତାରିତ ପାଣ୍ଠି ସୁବିଧା ଅଧୀନରେ ୧ ବିଲିୟନ ଡଲାର ଏବଂ ସ୍ଥିରତା ଏବଂ ସ୍ଥାୟୀତ୍ୱ ସୁବିଧା ଅଧୀନରେ ୨୧୦ ମିଲିୟନ ଡଲାର ଯୋଗାଇ ଦିଆଯିବ। ଏହା ସହିତ, ବର୍ତ୍ତମାନର କାର୍ଯ୍ୟକ୍ରମ ଅଧୀନରେ ଜାରି କରାଯାଇଥିବା ମୋଟ ପରିମାଣ ୪.୫ ବିଲିୟନ ଡଲାରରେ ପହଞ୍ଚିବ। ଏହାର ଅର୍ଥ ହେଉଛି ପାକିସ୍ତାନ ଏପର୍ଯ୍ୟନ୍ତ ଆଇଏମଏଫ୍ ଠାରୁ ୩.୩ ବିଲିୟନ ଡଲାର ଋଣ ପାଇସାରିଛି।
ପାକିସ୍ତାନ ମୁଦ୍ରାସ୍ଫୀତିର ଆହୁରି ଖରାପ ହୋଇଛି। ଯାହା ଜାନୁଆରୀରେ ୫.୮ ପ୍ରତିଶତ ଥିଲା, ଫେବୃଆରୀରେ ୭% ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ବ୍ୟତୀତ, ପାକିସ୍ତାନର ଅର୍ଥନୀତି ଏକ ଭୟଙ୍କର ସ୍ଥିତିରେ ଅଛି, ବିକାଶଶୀଳ ଦେଶଗୁଡ଼ିକଠାରୁ ମଧ୍ୟ ତଳେ ପଡ଼ିଯାଇଛି। ଏହି କାରଣରୁ ପାକିସ୍ତାନ କେତେବେଳେ ପଡ଼ୋଶୀ ଦେଶମାନଙ୍କୁ ତ ଆଉ କେତେବେଳେ ବିଶ୍ୱ ବ୍ୟାଙ୍କ ଏବଂ ଆଇଏମଏଫକୁ ସାହାଯ୍ୟ ପାଇଁ ଅନୁରୋଧ କରୁଛି।