ନୂଆଦିଲ୍ଲୀ : ପାକିସ୍ତାନରୁ ଏମିତି ଏକ ଖବର, ଯାହାକି ପୂରା ଦେଶକୁ ଦୋହଲାଇ ଦେଇଛି। ଏହାସହ ପାକିସ୍ତାନରେ ସୁପ୍ରିମ ପାୱାର ସାଜିଥିବା ଆସିମ ମୁନିର ପ୍ରବଳ ବିରୋଧର ଶିକାର ହୋଇଛନ୍ତି। ପାକିସ୍ତାନରେ ରାଓଲପିଣ୍ଡିରୁ ନେଇ ଇସଲାମାବାଦ ଯାଏ ଏବଂ ଲାହୋରରୁ ନେଇ ପେଶାୱର ଯାଏ , ଇମ୍ରାନ ଖାନଙ୍କ ପାଇଁ ଏକ ଝଡ଼ ସୃଷ୍ଟି ହୋଇଛି। ଯେବେ ଠାରୁ ଗୁଜବ ଉଠିଛି , ଇମ୍ରାନ ଖାନଙ୍କ ଜେଲ୍ରେ ହତ୍ୟା କରି ଦିଆ ଯାଇଛି ,ସେବେଠାରୁ ଇମ୍ରାନ ଖାନଙ୍କ ତିନି ଭଉଣୀ ଆସିମ ମୁନିରଙ୍କ ବିରୋଧରେ ବିଦ୍ରୋହର ବାନା ଉଡ଼ାଇଛନ୍ତି।

ଏବେ ଗୋଟେ ପଟେ ଏହି ତିନି ଭଉଣୀ ଜେଲ୍ରେ ବନ୍ଦୀ ଥିବା ଇମ୍ରାନ ଖାନଙ୍କୁ ଭେଟିବାକୁ ନିଜ ଜିଦିରେ ଅଟଳ ଅଛନ୍ତି। ଅନ୍ୟପଟେ ତାଙ୍କ ସହ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସମର୍ଥନ ମିଳିଛି , ସାଧାରଣ ଜନତା ମଧ୍ୟ ରାୱଲପିଣ୍ଡିର ଅଡିଆଲା ଜେଲ୍ ବାହାରେ ଧାରଣା ଦେଉଛନ୍ତି। ଏସବୁ ଭିତରେ ,ଇମ୍ରାନ ଓ ଜେମିମା ଖାନଙ୍କ ପୁଅ କାସିମ ଜେଲ୍ରେ ବନ୍ଦୀ ଇମ୍ରାନ ଖାନଙ୍କ ଜୀବନ୍ତ ଥିବାର ପ୍ରମାଣ ମାଗିଛନ୍ତି। ପ୍ରଶ୍ନ ଉଠିଛି ଯେ, ପ୍ରକୃତରେ ଇମ୍ରାନ ଖାନଙ୍କ ଉପରେ ଆସିମ୍ ମୁନିର କାହିଁକି ଏତେ ସସ୍ପେନ୍ସ ସୃଷ୍ଟି କରୁଛନ୍ତି ?

ଗୋଟେପଟେ, ପାକିସ୍ତାନର ଆର୍ମୀ ଚିଫ୍ ଆସିମ୍ ମୁନିର ଆର୍ମୀ, ନେଭି, ଏୟାରଫୋର୍ସ ଓ ନ୍ୟୁକ୍ଲିୟର ଅସ୍ତ୍ରଶସ୍ତ୍ର ଉପରେ କଣ୍ଟ୍ରୋଲ ରଖିଥିବା ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଫୋର୍ସେଜ୍ ହୋଇଛନ୍ତି। ପାକିସ୍ତାନର କନଷ୍ଟିଟ୍ୟୁସନାଲ ଆମେଣ୍ଡମେଣ୍ଟ ତାଙ୍କୁ , ମୁଶରଫଙ୍କ ପରେ ସବୁଠୁ ଶକ୍ତିଶାଳୀ ଜେନେରାଲ କରିଛି। ଅନ୍ୟପଟେ ଆସିମ୍ ମୁନୀରଙ୍କ ପାକିସ୍ତାନରେ ସୁପର ପାୱାର ହେବାକ୍ଷଣି ସବୁଠୁ ବଡ଼ ବିଦ୍ରୋହ ଆରମ୍ଭ ହୋଇ ଯାଇଛି।