ପ୍ରମୂଖ ଖବର
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ଯୁବପିଢ଼ିଙ୍କଠୁ ପୁରୁଣା ଲୋକ ଶିଖିବା ଜରୁରୀ...ସିନେ ଜଗତରେ ପ୍ରାସଙ୍ଗିକ ରହିବାର ମନ୍ତ୍ର ଦେଲେ ଇମ୍ରାନ୍‌

Published By : Prameya | April 21, 2025 11:01 AM

ମୁମ୍ବାଇ ୨୧/୦୪: ସିନେ ଜଗତରେ ପ୍ରାସଙ୍ଗିକ ରହିବାର ଚାବିକାଠି ହେଉଛି ଖୋଲାମନ ରଖିବା ଏବଂ ଯୁବପିଢ଼ିଙ୍କ ଚିନ୍ତାଧାରା ଓ କାମକୁ ବୁଝିବା ବୋଲି କହିଛନ୍ତି ଅଭିନେତା ଇମ୍ରାନ୍‌ ହାସ୍‌ମୀ । ବଲିଉଡ୍‌ରେ ନିଜକୁ ଜଣେ ପ୍ରତିଭାଶାଳୀ ଅଭିନେତା ଭାବେ ପ୍ରତିଷ୍ଠିତ କରିଥିବା ଇମ୍ରାନ୍‌ ଏକ ସାକ୍ଷାତକାରରେ କହିଛନ୍ତି, ନିଜକୁ ପୁଣି ଖୋଜିବା ଗୁରୁତ୍ୱପୂର୍ଣ୍ଣ । ଏହା ସମକାଳୀନ ଫିଲ୍ମ ନିର୍ମାତାଙ୍କ ସହ ମିଶି କରାଯାଇପାରିବ । ଏକ ନିର୍ଦ୍ଦିଷ୍ଟ ସମୟରେ ନୂଆ କିସମର ଅଭିନେତା, ଫିଲ୍ମ ନିର୍ମାତା ଆସିଗଲେ ପୁରୁଣା ଲୋକଙ୍କୁ ସେମାନଙ୍କଠାରୁ ଶିଖିବା ଜରୁରି ହୋଇପଡ଼େ । ସେତେବେଳେ ନିଜକୁ ନୂଆ କରି ଖୋଜିବାକୁ ପଡ଼େ, ନୂଆ ଦୃଷ୍ଟିକୋଣ ରଖିବାକୁ ହୋଇଥାଏ । ସେଠାରୁ ହିଁ ପ୍ରାସଙ୍ଗିକତାର ପୂରା ଖେଳ ଆରମ୍ଭ ହୋଇଥାଏ । ଏବେର ଯୁବପିଢ଼ି କ’ଣ ଚାହୁଁଛନ୍ତି, କିପରି ଚିନ୍ତାଧାରା ରଖୁଛନ୍ତି ତାହା ଜାଣିବାକୁ ପଡ଼ିବ ।

ସେ ଆହୁରି କହିଛନ୍ତି, ଜଣେ କଳାକାର ଭାବେ ମୋତେ ପରିବର୍ତ୍ତନକୁ ସ୍ୱୀକାର କରିବା ଏବଂ ନିଜକୁ ଚାଲେଞ୍ଜ ଦେବାକୁ ମଜା ଲାଗେ । ୪୬ ବର୍ଷୀୟ ଇମ୍ରାନ୍‌ ସିନେଜଗତର ଆତ୍ମସନ୍ତୁଷ୍ଟି ଉପରେ ଚିନ୍ତା ବ୍ୟକ୍ତ କରି କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ସିନେମା ଉଦ୍ୟୋଗ ଏପରି ଏକ ପର୍ଯ୍ୟାୟ ଦେଇ ଗତି କରୁଛି ଯେଉଁଠି ଫିଲ୍ମର ପ୍ରକାର ଉପରେ ପୁନର୍ବିଚାର କରିବା ଆବଶ୍ୟକତା ରହିଛି । ଏପରି ଫିଲ୍ମ ବନାଯାଉ ଯାହା କି ପ୍ରାସଙ୍ଗିକ ହେବା ସହ ଦର୍ଶକଙ୍କ ପାଇଁ ପୂରା ଭାରତର ଭାବନାକୁ ସାମ୍‌ନାକୁ ଆଣିପାରୁଥିବ । କେବଳ ଆଭିଜାତ୍ୟପୂର୍ଣ୍ଣ ଫିଲ୍ମ ବନାଇଲେ ହେବନାହିଁ । କାରଣ ସେଭଳି ପ୍ରସଙ୍ଗର ଅନେକ ଉଚ୍ଚକୋଟୀର ଫିଲ୍ମ ଏବଂ ପାଶ୍ଚାତ୍ୟ ସମ୍ବେଦନପୂର୍ଣ୍ଣ କଣ୍ଟେଣ୍ଟ ଓଟିଟିରେ ଉପଲବ୍ଧ ବୋଲି ଇମ୍ରାନ୍‌ କହିଛନ୍ତି । ତେବେ କେତେକ ପ୍ରସଙ୍ଗରେ ଇମ୍ରାନ୍‌ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସମର୍ଥନ ମଧ୍ୟ କରିଛନ୍ତି । ପ୍ରକାଶଥାଉ କି, ଇମ୍ରାନ୍‌ଙ୍କ ଫିଲ୍ମ ‘ଗ୍ରାଉଣ୍ଡ ଜିରୋ’ ଆସନ୍ତା ୨୫ ତାରିଖରେ ସିନେମାହଲ୍‌ରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ଇମ୍ରାନ୍‌ଙ୍କୁ ପ୍ରଥମ କରି ନୂଆ ଅନ୍ଦାଜ୍‌ରେ ଦେଖିବାକୁ ମିଳିବ । ଏହାର କାହାଣୀ ବିଏସ୍‌ଏଫ୍‌ ଅଫିସର ନରେନ୍ଦ୍ର ନାଥ ଧର ଦୁବେଙ୍କ ଉପରେ ଆଧାରିତ ଏବଂ ଇମ୍ରାନ ଏହି ଚରିତ୍ରରେ ଅଭିନୟ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.