ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଦିଲ୍ଲୀରେ ବଢିଚାଲିଛି ବାୟୁ ପ୍ରଦୂଷଣ, ନଜର ରଖିବ ଡ୍ରୋନ୍

Published By : Anindita Ratha | October 26, 2024 10:28 AM

ନୂଆଦିଲ୍ଲୀ,୨୬/୧୦: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ ଗୁରୁତର ସମସ୍ୟା। ବିଶେଷକରି ଶୀତ ଋତୁରେ ଏହି ସମସ୍ୟା ବଢିଯାଏ। ତେବେ ବାୟୁ ପ୍ରଦୂଷଣ ବଢ଼ିଚାଲିଥିବା ବେଳେ ଅଧିକାଂଶ ଦିଲ୍ଲୀ ବାସିନ୍ଦା ଏବେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କଲେଣି । ପାଇଲଟ୍ ପ୍ରୋଜେକ୍ଟ ମାଧ୍ୟମରେ ରାଜଧାନୀର ହଟସ୍ପଟ୍ ଜୋନରେ ପ୍ରଦୂଷଣର କାରଣଗୁଡିକ ଚିହ୍ନଟ କରିବାକୁ ଦିଲ୍ଲୀ ସରକାର ଡ୍ରୋନ୍ ମନିଟରିଂ କରିଛନ୍ତି । ଡ୍ରୋନ୍ ୧୨୦ ମିଟର ଉଚ୍ଚତା ଠାରୁ ୨୦୦ ମିଟର ଉଚ୍ଚତା ମଧ୍ୟରେ ପର୍ଯ୍ୟନ୍ତ ପ୍ରଦୂଷଣର ବିଭିନ୍ନ ସ୍ତର ବିଷୟରେ ପରିବେଶ ବିଭାଗ ଏବଂ ଡିପିସିସିକୁ ସୂଚନା ପ୍ରଦାନ କରିବ । ଦିଲ୍ଲୀର ୧୩ଟି ହଟସ୍ପଟରେ ପ୍ରଦୂଷଣ ସ୍ତର ସାଧାରଣ ଅପେକ୍ଷା ଅଧିକ ।

ତେବେ ପ୍ରଦୂଷଣର କାରଣଗୁଡିକ ପ୍ରଭାବଶାଳୀ ଭାବରେ ହ୍ରାସ କରିବା ପାଇଁ ଶୁକ୍ରବାର ଠାରୁ ସର୍ଭେ ଅଫ୍ ଇଣ୍ଡିଆର ଏକ ତାଲିକାଭୁକ୍ତ ଏଜେନ୍ସିଦ୍ୱାରା ୱାଜିରପୁର ହଟସ୍ପଟରେ ଡ୍ରୋନ୍ ମ୍ୟାପିଂ କରାଯାଇଛି । ଟେକ୍ନୋଲୋଜିର ଆଧୁନିକୀକରଣର ସର୍ବାଧିକ ବ୍ୟବହାର କରି ପ୍ରଦୂଷଣକୁ ହଟାଇବା ଏହାର ଉଦ୍ଦେଶ୍ୟ ହେବ  । ପରିବେଶ ଏବଂ ଡିପିସିସି ଇଞ୍ଜିନିୟରମାନେ ଏହାକୁ ବିଶ୍ଳେଷଣ କରିବେ ଏବଂ ରିପୋର୍ଟ ଉପରେ ଆଧାର କରି  ପଦକ୍ଷେପ ଗ୍ରହଣ କରାଯିବ । ଯଦି ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ହୁଏ, ତେବେ ଏହା ଅନ୍ୟ ହଟସ୍ପଟ୍ ଗୁଡିକରେ ମଧ୍ୟ କାର୍ଯ୍ୟକାରୀ ହୋଇପାରିବ । ଏନେଇ  ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଶୀତ ଋତୁରେ ପ୍ରଦୂଷଣର ସମସ୍ୟାର ମୁକାବିଲା ପାଇଁ ସରକାର ୨୧ ଟି ଫୋକସ ପଏଣ୍ଟ ଉପରେ ଆଧାରିତ ଓ୍ବିଣ୍ଟର ଆକ୍ସନ ପ୍ଲାନ ଘୋଷଣା କରିଛନ୍ତି । ଡ୍ରୋନ୍ ଟେକ୍ନୋଲୋଜି ବ୍ୟବହାର କରି ହଟସ୍ପଟ୍ ଗୁଡିକରେ ପ୍ରଦୂଷଣ ଉପରେ ନଜର ରଖିବା ଏହାର ଏକ ମୁଖ୍ୟ ଦିଗ  । ଡ୍ରୋନ୍ ମାଧ୍ୟମରେ ପ୍ରଦୂଷଣ ଉପରେ ନଜର ରଖିବା ପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବରେ ପରିବେଶ ବିଭାଗ ଦ୍ୱାରା ପ୍ରଥମ ଥର ପାଇଁ ଏହି ହଟସ୍ପଟ୍ ଗୁଡିକରେ ଡ୍ରୋନ୍ ମ୍ୟାପିଂ ପ୍ରଦର୍ଶନ କରାଯାଇଥିଲା । ଯଦି ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ହୁଏ ତେବେ ଏହା ଦିଲ୍ଲୀର ଅନ୍ୟ ହଟସ୍ପଟ୍ ପର୍ଯ୍ୟନ୍ତ ବିସ୍ତାର ହେବ ବୋଲି ସେ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.