ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଶୀତ ମହୋତ୍ସବ ଉଦଘାଟିତ, ସଙ୍ଗୀତରେ ଝୁମିଲେ ଦର୍ଶକ

Published By : Suraj Kumar | January 11, 2025 9:39 PM

ଦାରିଙ୍ଗବାଡି,୧୧/୧(ଆପ୍ର): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ଶନିବାର ଶୀତ ମହୋତ୍ସବ ଉଦଘାଟିତ ହୋଇଯାଇଛି ।  ଉଦଘାଟନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗ ଦେଇଥିଲେ । ଅତିଥି ଭାବେ ଆସ୍କା ସାଂସଦ ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ପୂର୍ବତନ ବିଧାୟକ ଯାକବ ପ୍ରଧାନ, ସରପଞ୍ଚ ଚନ୍ଦ୍ରିକା ମଲିକ, ଜିଲ୍ଲା ପରିଷଦ ସଦସ୍ୟା ଦୀପିକା ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । 

ମୁଖ୍ୟ ଅତିଥି କହିଥିଲେ କି ଏହି ଶୀତ ମହୋତ୍ସବ ରାଷ୍ଟ୍ରୀୟ ଉତ୍ସବ ଠୁ କମ ନୁହଁ ।  ଆଗାମୀ ଦିନରେ କେନ୍ଦ୍ରୀୟ ସ୍ତରରେ ନେତା ଆସି ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେବେ । ଆଗାମୀ ଦିନରେ ଦାରିଙ୍ଗବାଡି ର ରହିଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ବିକାଶ ହେବ । ଅଞ୍ଚଳର ବିକାଶ ପ୍ରତି ଗୁରୁତ୍ଵ ଦେବୀ ବୋଲି କହିଥିଲେ ।

 ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିଥିଲା କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ଓ ସୌରଭ ଭରଦ୍ୱାଜ ଙ୍କ ସଙ୍ଗୀତ । ସଙ୍ଗୀତରେ ଝୁମିଥିଲେ ଦର୍ଶକ । ଏଥି ସହିତ ସ୍ଥାନୀୟ କଳାକାର ତଥା କନ୍ଧମାଳ ଜିଲ୍ଲାର ପାରମ୍ପରିକ ନୃତ୍ୟ ମଧ୍ୟ ପରିବେଷଣ ହୋଇଥିଲା । ଏଙ୍କର ଶିବାନନ୍ଦ ଓ ଲିସା ମଞ୍ଚ ସଞ୍ଚାଳନ କରୁଥିଲେ । କମିଟିର ସମ୍ପାଦକ ତଥା ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର ଙ୍କ ସମେତ କମିଟିର ଅନ୍ୟ କର୍ମକର୍ତ୍ତା ସହୋହୋଗ କରିଥିଲେ । ଥାନା ଅଧିକାରୀ କନକ ମାଝୀ ଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।  କାର୍ଯ୍ୟକ୍ରମରେ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ । ଆଜି ଦାରିଙ୍ଗବାଡି ଅଞ୍ଚଳରେ ଅଧିକ ମାତ୍ରାରେ ତୁଷାରପାତ ହୋଇଥିଲା । ଫଳରେ ଶୀତ ମହୋତ୍ସବରେ ଲୋକେ ପ୍ରକୃତ ଶୀତର ମଜା ନେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.