ପ୍ରମୂଖ ଖବର
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ବୈଷ୍ଣୋଦେବୀ ପୀଠରେ ଅଘଟଣ; ପାହାଡ ପାଦଚଲା ରାସ୍ତାରେ ଭୂ-ସ୍ଖଳନ, ୫ ମୃତ ଓ ୧୪ ଆହତ

Published By : Bijay Swain | August 26, 2025 7:26 PM

Image courtesy: indiatoday

ତ୍ରୀକୁଟ: ମଙ୍ଗଳବାର ଅପରାହ୍ନ ସମୟରେ ମାତା ବୈଷ୍ଣୋଦେବୀଙ୍କ ମନ୍ଦିର ଥିବା ତ୍ରୀକୁଟ ପାହାଡରେ ଭୂସ୍ଖଳନ ହେବା ଯୋଗୁଁ ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏହାସହ ସ୍ଥାନୀୟ ଅଞ୍ଚଳରେ ଭାରି ବୃଷ୍ଟିପାତ ଲାଗି ରହିଥିବା କାରଣରୁ ଆଗକୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଉପାରେ ବୋଲି ଅନୁମାନ କରାଯାଉଛି। ତେବେ ଏହି ଦୁର୍ଘଟଣା ପରେ ଜମ୍ମୁ ଏବଂ କାଶ୍ମୀରର ରିଆସି ଜିଲ୍ଲାରେ ଥିବା ଏହି ପବିତ୍ର ତୀର୍ଥଯାତ୍ରାକୁ ସ୍ଥଗିତ ରଖାଯାଇଥିବା ନେଇ ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି।

ଖବର ମୁତାବକ, ଅଧକ୍ୱାରି ନିକଟରେ ଥିବା ଇନ୍ଦ୍ରପ୍ରସ୍ଥ ଭୋଜନାଳୟ ନିକଟରେ ଅପରାହ୍ନ ୩ଟା ସମୟରେ ହଠାତ୍ ଏକ ଭୂସ୍ଖଳନ ହୋଇଥିଲା। ମନ୍ଦିରକୁ ଯାଇଥିବା ରାସ୍ତାର ମଧ୍ୟଭାଗରେ ପଡୁଥିବାରୁ ଅନେକ ଲୋକ ଏଠାରେ ବିଶ୍ରାମ ନେବା ସହ ଖାଦ୍ୟ ଖାଉଥିଲେ ବୋଲି ଜଣାପଡିଛି। ମନ୍ଦିରଠୁ ଏହି ସ୍ଥାନ ମାତ୍ର ୧୨ କିଲୋମିଟର ଦୁରରେ ରହିଥିବାରୁ ଏହା ତୀର୍ଥଯାତ୍ରୀଙ୍କ ପାଇଁ ଏକ ରହଣୀସ୍ଥଳଭାବେ କାର୍ଯ୍ୟ କରୁଥିଲା। ତେବେ  ଦୁର୍ଘଟଣା ଘଟିବା ନେଇ ସୂଚନା ମିଳିବା ପରେ ସ୍ଥାନୀୟ ଲୋକ ଓ ସେନା ମିଳିତ ଭାବେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

ଦୀର୍ଘ ୩ଦିନ ହେବ ଜମ୍ମୁ ଓ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ବୃଷ୍ଟିପାତ ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ହିମକୋଟି ଟ୍ରେକ ରୁଟରେ ହେଉଥିବା ଯାତ୍ରାକୁ ଆଜି ପାଇଁ ରଦ୍ଦ କରାଯାଇଥିଲା। ଏଣୁ ତୀର୍ଥଯାତ୍ରୀମାନେ ଏହି ପୁରୁଣା ରାସ୍ତା ଦେଇ ବୈଷ୍ଣୋଦେବୀ ମନ୍ଦିର ଯାତ୍ରା କରୁଥିଲେ। ତେବେ ବୃଷ୍ଟିପାତ ନକମିବାରୁ ଅଧିକାରୀମାନେ ଦିନ ୧ଟା ୩୦ରେ ଏହି ରାସ୍ତା ଦେଇ ହେଉଥିବା ଯାତ୍ରାକୁ ମଧ୍ୟ ରଦ୍ଦ କରିଥିଲେ। ନଚେତ୍ ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ଘଟିଥାନ୍ତା ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।  

ସେହିଭଳି ଆଜି ଡୋଡା ଜିଲ୍ଲାରେ ବାଦଲଫଟା ବୃଷ୍ଟିପାତ ଯୋଗୁଁ ଚାରିଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ୨୪ ଘଣ୍ଟା ମଧ୍ୟରେ ଜମ୍ମୁ ଓ କାଶ୍ମୀର ଅଞ୍ଚଳରେ ଭାରି ବୃଷ୍ଟିପାତ ଯୋଗୁଁ ୯ ଜଣ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ସେହିଭଳି ଡାଉନପୁର ଅଞ୍ଚଳରେ ବୃଷ୍ଟିପାତ ଯୋଗୁଁ ୧୦ରୁ ଅଧିକ ଘର ଭାସିଯାଇଥିବା ବେଳେ ଅପଟିକାଲ କେବୁଲ ଛିଡିଯିବା ଯୋଗୁଁ ନେଟୱାର୍କ ସେବାରେ ବ୍ୟାଘାତ ସୃଷ୍ଟି ହୋଇଛି। ଅନ୍ୟପଟେ ବିପର୍ଯ୍ୟୟୁ ଦୃଷ୍ଟିରେ ରଖି ନର୍ଥେନ ରେଲୱେ କଟରା, ଉଦ୍ଧମପୁର ଓ ଜମ୍ମୁ ରେଳ ଷ୍ଟେସନରୁ ୧୮ଟି ଟ୍ରେନକୁ ବାତିଲ କରିଛି। 

ଜମ୍ମୁ ଓ କାଶ୍ମୀର ସମସ୍ତ ନଦୀ ବିରଦ ସଙ୍କେତ ଉପରେ ପ୍ରବାହିତ ହେବା ଲହ ତଳିଆ ଅଞ୍ଚଳରେ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଲାଣି। ଏଣୁ ସ୍ଥାନିୟ ଅଧିକାରିମାନେ ତଳିଆ ଅଞ୍ଚଳ ଓ ପାହାଡ ପାଦଦେଶରୁ ଦୁରେଇ ରହିବାକୁ ପରାମର୍ଶ ଜାରି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.