ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

‘ପୁଷ୍ପା ୨’ର ନିର୍ଦ୍ଦେଶକ ସୁକୁମାରଙ୍କ ଘରେ ଆଇଟି ରେଡ୍, ଏୟାରପୋର୍ଟରୁ ଉଠାଇ ନେଲେ !

Published By : Gurupada Nath | January 22, 2025 4:59 PM

ହାଇଦ୍ରାବାଦ, ୨୨/୧ :  ‘ଗେମ୍ ଚେଞ୍ଜର’ ଭଳି ପିଲ୍ମକୁ ପ୍ରଡ୍ୟୁସ କରିଥିବା ପ୍ରଯୋଜକ ଦିଲ ରାଜୁଙ୍କ ପରେ ବୁଧବାର ବି ହାଇଦ୍ରାବାଦର କେତେକ ସ୍ଥାନରେ ଆଇଟି ରେଡର ଖବର ସାମ୍ନାକୁ ଆସିଛି । ଏଥିରେ ସବୁଠାରୁ ବଡ଼ ନାଁ ରହିଛି ‘ପୁଷ୍ପା ୨’ର ନିର୍ଦ୍ଦେଶକ ସୁକୁମାରଙ୍କ। ‘ସାକ୍ଷୀ ପୋଷ୍ଟ’ର ରିପୋର୍ଟ ଅନୁସାରେ ବୁଧବାର ସୁକୁମାରଙ୍କ ଘରେ ଏବଂ ଅଫିସରେ ରେଡ କରାଯାଇଛି । ଖାଲି ଏତିକି ନୁହେଁ ଆଇଟି ଅଧିକାରୀ ସୁକୁମାରଙ୍କୁ ହାଇଦ୍ରାବାଦରୁ ତାଙ୍କ ଘର ବି ନେଇଯାଇଥିଲେ । 

ଆଇଟି ରେଡ ବୁଧବାର ସକାଳେ କେତେ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ରିପୋର୍ଟରେ ଏହା ବି କୁହାଯାଇଛି କି ସୁକୁମାର ହାଇଦ୍ରାବାଦ ଏୟାରପୋର୍ଟରୁ କେଉଁ ଆଡ଼େ ଯାଉଥିଲେ କିନ୍ତୁ ଆଇଟି ବିଭାଗ ତାଙ୍କୁ ଏୟାରପୋର୍ଟରୁ ହିଁ ଉଠାଇ ନେଲେ । ମାତ୍ର ଏବେ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ କି ଏହି ରେଡ୍ କାହିଁକି ହୋଇଛି । ପ୍ରକାଶ ଯେ, ନିର୍ଦ୍ଦେଶକ ଏବଂ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ତରଫରୁ ବୟାନ ସାମ୍ନାକୁ ଆସିନାହିଁ ।  

ସୁକୁମାର ନିକଟରେ ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ୨’କୁ ନେଇ ଚର୍ଚ୍ଚାରେ ଥିଲେ । ତାଙ୍କର ଏହି ଫିଲ୍ମ ବକ୍ସ ଅଫିସରେ ବ୍ଲକ ବଷ୍ଟର ରହିଥିଲା । ଯେଉଁଥିରେ ଅଲ୍ଲୁଙ୍କ ବ୍ୟତୀତ ଫହାଦ ଫାସିଲ ଏବଂ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ଥିଲେ । ଫିଲ୍ମ ବକ୍ସ ଅଫିସରେ ୧୮୦୦କୋଟିରୁ ଅଧିକର ବ୍ୟବସାୟ ବି କରିଥିଲା । 

୨୧ଜାନୁଆରୀ ମଙ୍ଗଳବାର ବି ଇନକମ୍ ଟ୍ୟାକ୍ସ ତରଫରୁ ରେଡର ଖବର ସାମ୍ନାକୁ ଆସିଥିଲା । ଯେଉଁଥିରେ ଜଣାପଡ଼ିଥିଲା କି ବିଭାଗର ୫୫ଟିମ୍ ୮ରୁ ଅଧିକ ସ୍ଥାନରେ ରେଡ୍ କରିଥିଲେ । ଏଥିରେ ପୁଷ୍ପା ୨ର ପ୍ରଯୋଜକ ନବୀନ ୟେରନେନୀ ଏବଂ ମୈତ୍ରୀ ମୁଭି ମେକର୍ସର ସଂସ୍ଥାପକ ରବିଶଙ୍କର ୟେଲମଞ୍ଚିଲିରୁ ନେଇ ଦିଲ ରାଜୁଙ୍କ ନାଁ ସାମିଲ ଥିଲା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.