ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅବ୍ୟବସ୍ଥିତ ଡିଜିଟାଲ ଟ୍ରାଫିକ ସିଗ୍ନାଲ; ଜେବ୍ରା କ୍ରସିଂକୁ ନେଇ ସଚେତନତା ଅଭାବ

Published By : Harapriya Sethi | July 11, 2025 10:25 AM

କେସିଙ୍ଗା,୧୧/୦୭: କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଜଗନ୍ନାଥ ମନ୍ଦିର ଛକରେ ଡିଜିଟାଲ ଟ୍ରାଫିକ ସିଗ୍ନାଲ ବ୍ୟବସ୍ଥା ଅବ୍ୟବସ୍ଥିତ ଢଙ୍ଗରେ ରହିଛି । ଟ୍ରାଫିକ ସିଗ୍ନାଲ ନିୟମକୁ ଲୋକେ ଯେଉଁ ଭଳି ଭାବେ ମାନିବା କଥା ତାହା ହେଉନାହିଁ । ସଠିକ ଭାବରେ ଟ୍ରାଫିକ ସିଗ୍ନାଲକୁ ପରିଚାଳନା କରିବା ପାଇଁ ଟ୍ରାଫିକ ପୁଲିସ ମଧ୍ୟ ନାହାନ୍ତି । ଏପରିକି ସ୍ଥାନୀୟ ପୁଲିସ ମଧ୍ୟ ନିଜ କାମ ଠିକ ଭାବରେ କରୁନାହିଁ ।

ଅପରପକ୍ଷରେ ଡିଜିଟାଲ ଟ୍ରାଫିକ ସିଗ୍ନାଲକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଥିବା ପରିଲକ୍ଷିତ ହେଉଛି । ଜେବ୍ରା କ୍ରସିଂ ନିୟମ ସମ୍ପର୍କରେ ଲୋକେ ଜାଣିଛନ୍ତି କି ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ? ଟ୍ରାଫିକ ଛକରେ ଛିଡ଼ା ହେବା ବେଳେ ପଥଚାରୀଙ୍କୁ ରାସ୍ତା ଅତିକ୍ରମ କରିବା ପାଇଁ ଅପେକ୍ଷା କରିବାକୁ ପଡୁଛି । ଗୋଟିଏ ପଟେ ସିଗ୍ନାଲ ଛଡ଼ା ହେଲେ ସେପଟେ ଲୋକ ଯିବା ନିୟମ ଥିବାବେଳେ ସଙ୍କୁଚିତ ରାସ୍ତାରେ ଅମାନିଆ ବାଇକ୍ ଚାଳକ ରାସ୍ତା ଛାଡୁ ନାହାନ୍ତି ।‌ ତେଣୁ ଟ୍ରାଫିକ ଓ ଜେବ୍ରା କ୍ରସିଂ ନିୟମ କଡାକଡି ଲାଗୁ କରିବା ସହିତ ନିୟମ ଭାଙ୍ଗୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଇଛି ।‌ ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.