ମୁମ୍ବାଇ,୬/୬ : ଭାରତୀୟ କ୍ରିକେଟ ଟିମ୍ ଆସନ୍ତା ମାସ ଇଂଲଣ୍ଡ ଗସ୍ତରେ ଯିବ । ଯାହା ଲାଗି BCCI ୧୫ଜଣିଆ ସ୍କ୍ବାର୍ଡ଼ର ଘୋଷଣା ବି କରି ଦେଇଛି । ଅଧିନାୟକତ୍ବରେ ସବୁଠାରୁ ବଡ଼ ପରିବର୍ତ୍ତନ ଦେଖାଯାଇଛି । କାରଣ ସୂର୍ଯ୍ୟକୁମାର ଯାଦବ ଟିମରୁ ଡ୍ରପ ହୋଇଯାଇଛନ୍ତି ଏବଂ ଶ୍ରେୟସ ନୂଆ ଟି-୨୦ ଅଧିନାୟକ ହୋଇଛନ୍ତି । ସେହିଭଳି ୧୫ବର୍ଷର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଥମ ଥର ଟିମ୍ ଇଣ୍ଡିଆରେ ଚୟନ ହୋଇଛି ।
ଇଂଲଣ୍ଡ ଗସ୍ତରେ ଶ୍ରେୟସ ଅୟର ପ୍ରଥମ ଥର ଟିମ୍ ଇଣ୍ଡିଆର ଅଧିନାୟକତ୍ବ କରିବେ । ସେହିଭଳି ତିଲକ ବର୍ମାଙ୍କୁ ଉପଅଧିନାୟକ କରାଯିବାର ସଙ୍କେତ ଅଛି । ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଯୁବଙ୍କୁ ଆଗକୁ ବଢାଇ ଲଙ୍ଗ୍-ଟର୍ମ ପ୍ଲାନ୍ କରୁଛି । ଫ୍ୟାନ୍ସ ବି ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ଦେଖିବା ଲାଗି ଉତ୍ସାହିତ ଅଛନ୍ତି । ଯେତେବେଳେ ଗୋଟିଏ ସିରିଜରେ ଏତେ ସବୁ ଆଶ୍ଚର୍ଯ୍ୟଜନକ ଘଟଣା ଯୋଡ଼ି ହୋଇଛି ତ ପୂରା ସିଡ୍ୟୁଲ୍ ଉପରେ ଆସନ୍ତୁ ନଜର ପକାଇବା । ଜାଣନ୍ତୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜରେ କେତେ ମ୍ୟାଚ୍ ଖେଳାଯିବ ।
ଭାରତୀୟ ଟିମର ଇଂଲଣ୍ଡ ଗସ୍ତ ୧ଜୁଲାଇରୁ ଆରମ୍ଭ ହେବ ଏବଂ ଉଭୟ ଟିମଙ୍କ ମଧ୍ୟରେ ୫ ଟି-୨୦ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଚେଷ୍ଟର ଲି ଷ୍ଟ୍ରିଟରେ ଖେଳାଯିବ । ଯାହାକି ଦ୍ବିତୀୟ ମ୍ୟାଚ୍ ୪ଜୁଲାଇରେ ମଞ୍ଚେଷ୍ଟରରେ ଖେଳାଯିବ । ଏଠାରେ ୫ମ୍ୟାଚର ଟି-୨୦ ସିରିଜ୍ ୧୧ଜୁଲାଇ ପର୍ଯ୍ୟନ୍ତ ଚାଲିବ ।
ପ୍ରଥମ ଟି-୨୦- ୧ ଜୁଲାଇ
ଦ୍ବିତୀୟ ଟି-୨୦- ୪ ଜୁଲାଇ
ତୃତୀୟ ଟି-୨୦ – ୭ଜୁଲାଇ
ଚତୁର୍ଥ ଟି-୨୦- ୯ ଜୁଲାଇ
ପଞ୍ଚମ ଟି-୨୦- ୧୧ ଜୁଲାଇ
ପ୍ରକାଶ ଯେ, ଟି-୨୦ ସିରିଜ ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଓ୍ବାନଡେ ସିରିଜ ଖେଳାଯିବ । ଏହି ଏକ ଦିବସୀୟ ଶୃଙ୍ଖଳା ୧୪ଜୁଲାଇ- ୧୯ଜୁଲାଇ ପର୍ଯ୍ୟନ୍ତ ଖେଳାଯିବ । ବିସିସିଆଇ ଏବେ ଓ୍ବାନଡେ ସିରିଜ ଲାଗି ସ୍କ୍ବାର୍ଡ଼ର ଘୋଷଣା କରି ନାହିଁ ।
ଟି-୨୦ ସିରିଜ ଲାଗି ଭାରତର ସ୍କ୍ବାର୍ଡ଼ : ଶ୍ରେୟସ ଅୟର(ଅଧିନାୟକ), ତିଲକ ବର୍ମା(ଉପଅଧିନାୟକ), ରବି ବିଷ୍ଣୋଇ, ଅଭିଷେକ ଶର୍ମା, ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ସଞ୍ଜୁ ସାମସନ, ଅକ୍ଷର ପଟେଲ, ହର୍ଷିତ ରାଣା, ଇଶାନ କିଶନ, ଓ୍ବାଶିଂଶନ ସୁନ୍ଦର, ଅର୍ଶଦୀପ ସିଂହ, ଶିବମ ଦୁବେ, ବଋଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ, ବୈଭବ ସୂର୍ଯ୍ୟବଂଶୀ ।