ଭୁବନେଶ୍ଵର, ୦୬/୦୬ : ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍। ଭୁବନେଶ୍ଵର, ବାରିପଦା, ଧର୍ମଶାଳା ଏବଂ ବାଲିଗୁଡ଼ାରେ ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସ୍ପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।  

ସୂଚନାନୁଯାୟୀ, ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କର ଭୁବନେଶ୍ଵର ଚନ୍ଦ୍ରଶେଖରପୁର ସ୍ଥିତ ଏକ ଚାରି ମହଲା କୋଠା, ଶୈଳେଶ୍ରୀବିହାର ସ୍ଥିତ ତିନି ମହଲା ଘର, ପଟିଆ ସ୍ଥିତ ଦୁଇ ମହଲା ଘର, ଚନ୍ଦ୍ରଶେଖରପୁର ସ୍ଥିତ ଦୁଇ ମହଲା ଘର, ଧର୍ମଶାଳା ସ୍ଥିତ ପୈତୃକ ଘର, ବାରିପଦା ଟାଉନରେ ଥିବା ସମ୍ପର୍କୀୟଙ୍କ ଘର, ଧର୍ମଶାଳା କଲେଜ ନିକଟରେ ଥିବା ସମ୍ପର୍କୀୟଙ୍କ ଘର, ସହକାରୀ ଯନ୍ତ୍ରୀଙ୍କ ଅଫିସ୍ ଏବଂ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି।.. 

ଆହୁରି ପଢନ୍ତୁଝାନ୍ସୀରେ ନାବାଳିକାଙ୍କୁ ବିକ୍ରି ମାମଲା, ଝାନ୍‌ସୀରୁ ଚନ୍ଦ୍ରପାଳକୁ ଉଠାଇ ଆଣିଲା ପୁଲିସ୍‌, ପୀଡ଼ିତାଙ୍କୁ ହେପାଜତ୍‌କୁ ନେଲା ସିଡବ୍ଲୁସି

ଶ୍ରୀକ୍ଷେତ୍ରରୁ Live ମଙ୍ଗଳ ଆଳତି | ଦର୍ଶନ କରନ୍ତୁ ମହାପ୍ରଭୁଙ୍କୁ