ନୂଆଦିଲ୍ଲୀ, ୧୨/୨ : ଟି-୨୦ ବିଶ୍ବକପ ୨୦୨୬ରେ ଭାରତ ନିଜର ଦ୍ବିତୀୟ ମୁକାବିଲା ନାମିବିୟା ବିପକ୍ଷରେ ଖେଳିବାକୁ ଯାଉଛି । ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ନାବିବିୟା । ଭାରତ ପ୍ରଥମେ ବ୍ୟାଟିଂ କରିବ । ତେବେ ଭାରତ ପ୍ରଥମ ମ୍ୟାଚରେ ଆମେରିକାକୁ ପରାସ୍ତ କରି ଥିବାବେଳେ ଏହି ମ୍ୟାଚରେ ବିଶାଳ ସ୍କୋର କରିବ ବୋଲି ଆଶା ରଖାଯାଇଛି । ତେବେ ଆଜିର ମ୍ୟାଚରେ ଅଭିଶେକ ଶର୍ମାଙ୍କ ବଦଳରେ ସଞ୍ଜୁ ସାମସନଙ୍କୁ ଖେଳିବାକୁ ମିଳିଛି ସୁଯୋଗ।

ଗ୍ରୁପ୍-ଏ ରେ ରହିଥିବା ଏହି ଦୁଇ ଦଳ ମଧ୍ୟର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ମ୍ୟାଚରେ ଭାରତ ଦୁଇଟି ପରିବର୍ତ୍ତନ କରିଛି । ଅଭିଶେକ ଶର୍ମା ଅସୁସ୍ଥ ଥିବାବେଳେ ତାଙ୍କ ସ୍ଥାନରେ ସଞ୍ଜୁ ସାମସନ ଖେଳୁଛନ୍ତି । ଅନ୍ୟପଟେ ପ୍ରଥମ ମ୍ୟାଚରେ ଖେଳିନଥିବା ଦ୍ରୁତ ବୋଲର ଜଶପ୍ରତି ବୁମରାଙ୍କୁ ଦଳରେ ସୁଯୋଗ ମିଳିଛି । ମହମ୍ମଦ ସିରାଜ ଏହି ମ୍ୟାଚରେ ବସିଥିବାବେଳେ ତାଙ୍କ ସ୍ଥାନ ନେଇଛନ୍ତି ବୁମରା । ଭାରତ ପ୍ରଥମେ ବ୍ୟାଟିଂ କରିଥିବାବେଳେ ଆଜିର ମ୍ୟାଚରେ ୨୦୦ରୁ ଅଧିକ ସ୍କୋର କରିବ ବୋଲି ଆଶା ରଖାଯାଇଛି । ସେପଟେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଖରାପ ପ୍ରଦର୍ଶନ କରିଥିବା ସଞ୍ଜୁଙ୍କୁ ଆଜି ସୁଯୋଗ ମିଳିଥିବାବେଳେ ଏହା ତାଙ୍କ ପାଇଁ ପରୀକ୍ଷା ସଦୃଶ ରହିଛି । ​​​​​​​

ଏହାସହ ପଢ଼ନ୍ତୁ : ମାଡ୍ରାସ କୋର୍ଟଙ୍କ ଆଦେଶ, ଧୋନୀ ଜମା କରିବେ ୧୦ ଲକ୍ଷ