ନୂଆଦିଲ୍ଲୀ ୧୧/୧ : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍ । ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚଟି ଭଦୋଦରାରେ ଖେଳାଯାଉଛି । ଆଇସିସି ରାଙ୍କିଂ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଥିବା ଦୁଇ ଦଳ ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର । ତେବେ ଏହି ମ୍ରାଚ୍ ମଝିରେ ଉଠିଛି ବାଲାଂଦେଶ କଥା । ଭାରତ-ନ୍ୟୁଜିଳାଣ୍ଡ ମ୍ୟାଚରେ ଟିଭି ଅମ୍ପାୟାର ରହିଛନ୍ତି ବାଂଲାଦେଶର ସରଫୁଦେଲା ସୈକତ । ସେ ଟିଭି ଅମ୍ପାୟାରଭାବେ ଭାରତ- ନ୍ୟୁଜିଳାଣ୍ଡ ମ୍ୟାଚରେ ପରିଚାଳନା କରୁଛନ୍ତି । ଏହି ଖବର ଯେତେବେଳେ ଫ୍ୟାନ୍ସମାନେ ଜାଣିଥିଲେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଭାରତ ମ୍ୟାଚରେ କାହିଁକି ଅମ୍ପାୟାର ଭାବେ ରହିଛନ୍ତି ବାଂଲାଦେଶର । ତେବେ ଖଣ ରହିଛି ଆଇସିସି ନିୟମ ? ଆନ୍ତର୍ଜାତୀୟ ମ୍ୟାଚରେ କେମିତି ବଛାଯାଏ ଅମ୍ପାୟାର ?

ବାଲାଂଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଏବଂ ହତ୍ୟା ଘଟଣାକୁ ନେି ଏବେ ଭାରତ-ବାଂଲାଦେଶ ମଧ୍ୟରେ କୁଟ ନୈତିକ ସମ୍ପର୍କ ଖରାପ ହୋଇଛି । ତେବେ ବାଲାଂଦୋର ଅମ୍ପାୟାର ଭାରତ ମ୍ୟାଚରେ ପରିଚାଳନା କରିବାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହୋଇଛି । ତେବେ ଏଥିରେ ବିସିସିଆଇ କୌଣସି ଭୂମିକା ନାହିଁ । ଆଇସିସିର ନିୟମ ଅନୁସାରେ ସେମାନେ ନିଜର କାମ କରୁଛନ୍ତି । ଆଇସିସି ସିରିଜ୍ ହିସାବରେ ଅମ୍ପାୟାରଙ୍କୁ ନିଯୁକ୍ତ କରିଥାଏ । ଏହାସହ ଅଭିଜ୍ଞତା ହିସାବରେ ମଧ୍ୟ ପ୍ରତି ମ୍ୟାଚରେ ଅମ୍ପାୟାରଙ୍କୁ ନିଯୁକ୍ତ କରାଯାଇଥାଏ । ଏଣୁ ତାଙ୍କୁ ତୃତୀୟ ଅମ୍ପାୟାରଭାବେ ନିଯୁକ୍ତ କରାଯାଇଛି ।

ସେପଟେ ବାଲାଂଦେଶୀ ବୋଲର ମୁସ୍ତାଫିଜୁରଙ୍କୁ ଆଇପିଏଲରୁ ବାଦ୍ ଦେବା ପରେ ଏହାକୁ ନେଇ ତାଙ୍କ ବୋର୍ଡ କଠୋର ହୋଇଛି । ଭାରତରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ବକପରେ ଭାରତରେ ମ୍ୟାଚ୍ ଖେଳିବା ପାଇଁ ମନା କରି ଦେଇଛି ।  ଏନେଇ ଆଇସିସିକୁ ଚିଠି ଲେଖିଥିବାବେଳେ ଆଇସିସି ସିଧା ମନା କରି ଦେଇଥିଲା । ଦ୍ବିତୀୟଥର ପାର୍ଇ ବାଲାଂଦେଶ କ୍ରିକେଟ ବୋର୍ଡ ପକ୍ଷରୁ ଚିଠି ଲେଖାଯାଇଛି । ଯେଉଁଥିରେ ଉଲ୍ଲେଖ ରହିଛି କି, ସେମାନେ ପାକିସ୍ତାନ ଭଳି ଭାରତ ବଦଳରେ ସେମାନଙ୍କ ମ୍ୟାଚ ଶ୍ରୀଲଙ୍କାରେ ଖେଳିବାକୁ ଚାହୁଁଛନ୍ତି । ଭାରତରେ ସେମାନଙ୍କ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ବୋର୍ଡ ଏଭଳି ନିଷ୍ପତ୍ତି ନେଇଥିବା ଜଣା ଯାଇଛି ।