ଅହମ୍ମଦାବାଦ, ୮/୩ : ଫାଇନାଲ ମୁକାବିଲା ପୂର୍ବରୁ ବଡ଼ ଚର୍ଚ୍ଚା । ନ୍ୟୁଜିଲାଣ୍ଡ ବିପକ୍ଷରେ କେଉଁ ଭାରତୀୟ ଖେଳାଳି କରିବେ ବଡ଼ ସ୍କୋର ? କାହା ଉପରେ ରହିବ ସମସ୍ତଙ୍କ ନଜର ? କିଏ ଭାରତକୁ ଜିତାଇବେ ? ଏଭଳି ଅନେକ ପ୍ରଶ୍ନ ଉଠୁଥିବାବେଳେ କୁହାଯାଉଛି କି, ବ୍ୟାଟିଂରେ ଟପ୍ ଅର୍ଡରଙ୍କ ଉପରେ ଅଧିକ ଭରଷା ରଖିବ ଦଳ । ପୂର୍ବ ଦୁଇ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ସମୟରେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଘାତକ ବ୍ୟାଟିଂ ଦଳକୁ ଏକ ବିଶାଳ ସ୍କୋର କରିବାରେ ସହାୟକ ହୋଇଥିଲା । ଏଣୁ ଆଜିର ମ୍ୟାଚରେ ଦଳର ଟପ୍ ଅର୍ଡରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଯଦି ଜଣେ ବଡ଼ ପାଳି ଖେଳନ୍ତି ତାହେଲେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି କୁହାଯାଉଛି ।
ପାକିସ୍ତାନ ବିପକ୍ଷ ମ୍ୟାଚରେ ଏକ କଷ୍ଟ ପିଚରେ ଓପନର ଇଶାନ କିଷନ ୪୦ ବଲରୁ ୭୭ ରନର ପାଳି ଖେଳିଥିଲେ । ଏହି ମ୍ୟାଚରେ ଭାରତ ୬୧ ରନରେ ବିଜୟୀ ହୋଇଥିଲା । ଜିମ୍ବାଓ୍ବେ ବିପକ୍ଷରେ ଅଭିଶେକ ଶର୍ମାଙ୍କ ଦ୍ରୁତ ଅର୍ଦ୍ଧଶତକ ଭାରତୀୟ ଦଳକୁ ଏକ ବଡ଼ ସ୍କୋର କରିବାର ଦିଶା ଦେଖାଇଥିଲା । ଏହାପରେ ଇଂଲଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ୍ ବଡ଼ ମ୍ୟାଚରେ ସଞ୍ଜୁଙ୍କ ଜବରଦସ୍ତ ପାଳି ଦଳକୁ ବିଜୟୀ କରାଇଥିଲା । ଏହାସହ ବ୍ୟାଟିଂରେ ଦମଦାର କରିଥିଲା ଦଳ ।
ସେପଟେ ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚରେ କିନ୍ତୁ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ଫ୍ଲପ୍ ହୋଇଥିଲେ । ଜଣେ ମଧ୍ୟ ବଡ଼ ପାଳି ଖେଳିବାରେ ସକ୍ଷମ ହୋଇନଥିଲେ । ଯେଉଁ କାରଣରୁ ଭାରତକୁ ୧୮୮ ରନର ପିଛା କରିବାକୁ ଯାଇ ମାତ୍ର ୧୧୧ରେ ସୀମିତ ରହିଥିଲା । ଏଣୁ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଦଳର ମୂଳଦୂଆକୁ ଦୃଢ଼ କଲେ ଦଳ ଏକ ବିଶାଳ ସ୍କୋର କରିବାରେ ସକ୍ଷମ ହୋଇପାରିବ । ଦଳର ତିନି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅଭିଶେକ, ସଞ୍ଜୁ ଏବଂ ଇଶାନଙ୍କ ମଧ୍ୟରୁ ଜଣେ ଦ୍ରୁତ ବ୍ୟାଟିଂ କରିବା ଆବଶ୍ୟକ । ସେପଟେ ଶୀଘ୍ର ଓ୍ବିକେଟ୍ ଖସିଲେ ପାଳି ସମ୍ଭାଳିବା ପାଇଁ ଆସନ୍ତି ତିଲକ । ମାତ୍ର ଯେତେବେଳେ ଦ୍ରୁତ ସ୍କୋର ଶେଷ ଓଭର ସମୟରେ ଆବଶ୍ୟକ ସେତେବେଳେ ସେ ସପ୍ତମ ସ୍ଥାନରେ ମଧ୍ୟ ବ୍ୟାଟିଂ ପାଇଁ ଆସନ୍ତି।
ଏହାସହ ପଢ଼ନ୍ତୁ : ଧୋନିଙ୍କ ରାସ୍ତାରେ ସାମସନ, ମାତ୍ର ୧ ରନ୍ କଲେ ହେବେ ଦ୍ବିତୀୟ ଭାରତୀୟ...