ନୂଆଦିଲ୍ଲୀ, ୩୧/୧ : ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ଖେଳାଯିବ ଭାରତ-ପାକିସ୍ତାନରେ ମଧ୍ୟରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍ । ଅଣ୍ଡର-୧୯ ବିଶ୍ବକପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଉଭୟ ଦଳ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ତେବେ ଏହି ମ୍ୟାଚରେ ସମସ୍ତଙ୍କ ଫୋକସ ରହିବ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ । କାରଣ ସେ ଏବେ ଦମଦାର ଫର୍ମରେ ରହିଥିବାବେଳେ ବଡ଼ ବଡ଼ ସଟ୍ ମାରି ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତେବେ ଆସନ୍ତୁ ଜାଣିବା ପାକିସ୍ତାନ ବିପକ୍ଷରେ କଣ ରହିଛି ସୂର୍ଯ୍ୟବଂଶୀଙ୍କ ରେକର୍ଡ ।
୧୯ ବର୍ଷରୁ କମ ଏସୀଆ କପ ମୁକାବିଲା ସମୟରେ ଦଳରେ ଖେଳିବାର ସୁଯୋଗ ପାଇଥିଲେ ବୈଭବ ସୂର୍ଯ୍ୟବଂଶୀ । ସେ ପାକିସ୍ତାନ ବିପକ୍ଷରେ ତିନୋଟି ମ୍ୟାଚ ଖେଳିଥିବାବେଳେ ତାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସର୍ବାଧିକ ସ୍କୋର ମାତ୍ର ୨୬ ରନ ରହିଛି । ତେବେ ୩ ମ୍ୟାଚରେ ମାତ୍ର ସେ ୩୨ ରନ୍ କରିଛନ୍ତି । ଯାହାକୁ ନେଇ ପାକିସ୍ତାନୀ ୟୁଟ୍ୟୁବରମାନେ ମଧ୍ୟ ତାଙ୍କୁ ଟ୍ରୋଲ କରିଥିବା ଦେଖିବାକୁ ମିଳିଛି । ମାତ୍ର ଏବେ ସୂର୍ଯ୍ୟବଂଶୀ ଦମଦାର ଫର୍ମରେ ରହିଥିବାବେଳେ ପାକିସ୍ତାନୀ ବୋଲରଙ୍କ ବିପକ୍ଷରେ ବଡ଼ ପାଳି ଖେଳିବେ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି । ଏହାସହ ପାକିସ୍ତାନୀ ୟୁଟ୍ୟୁବରଙ୍କୁ ନିଜର ଶକ୍ତିଶାଳି ପ୍ରଦର୍ଶନ ମାଧ୍ୟମରେ ଚୁପ୍ କରାଇବେ ବୋଲି ଆଶା ରହିଛି । ତେବେ ସୁପର ସଣ୍ଡେରେ ସୁପର ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି ।
ଏହାସହ ପଢ଼ନ୍ତୁ : ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ, ଓଡ଼ିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେଶ ସାମଗ୍ରୀ: ରାଜ୍ୟ ସମବାୟ ନୀତିକୁ ଅନୁମୋଦନ