ହରାରେ,୨୬/୦୭: ଭାରତ ଏବଂ ଜିମ୍ବାଓ୍ବେ ମଧ୍ୟରେ ଖେଳାଯାଉଥିବା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜର ଅନ୍ତିମ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଭାରତ ୫ ଓ୍ବିକେଟ ହରାଇ ୧୯୨ ରନ୍ କରିଛି। ରବିବାର ମୁକାବିଲାରେ ଭାରତ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ବୈଭବ ସୁର୍ଯ୍ୟବଂଶୀ ୪୯ ବଲରେ ୮ ଚୌକା ଏବଂ ୪ ଛକା ସହାୟତାରେ ୮୧ ରନ୍ର ଏକ ଦମଦାର ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଶାନ କିଷନ ୨୯, ଶ୍ରେୟସ୍ ଆୟର ୨୭, ରିଙ୍କୁ ସିଂହ ୨୫ ଏବଂ ତିଳକ ବର୍ମା ୧୧ ରନ୍ କରିଥିଲେ। ଆଜିର ମ୍ୟାଚ୍ରେ ମଧ୍ୟ ଫ୍ଳପ୍ ହୋଇଛନ୍ତି ଅଭିଶେଷ ଶର୍ମା।
ଜିମ୍ବାଓ୍ବେ ପକ୍ଷରୁ ବ୍ରାଡ୍ ଇଭାନ୍ସ ସର୍ବାଧିକ ଦୁଇଟି ଓ୍ବିକେଟ ପାଇଥିବା ବେଳେ ସିକନ୍ଦର ରାଜା, ବ୍ଳେସିଙ୍ଗ ମୁଜାରବାନୀ ଏବଂ ଓ୍ବେସଲି ମାଧେବେରେ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ। ବର୍ତ୍ତମାନ ଭାରତୀୟ ଦଳ ଦେଇଥିବା ୧୯୩ ରନ୍ର ଟାର୍ଗେଟକୁ ପୁରା କରିବାକୁ ମଇଦାନକୁ ଓହ୍ଲାଇବ ଜିମ୍ବାଓ୍ବେ ଦଳ।