ଚେନ୍ନାଇ, ୨୬/୨ : ଜିମ୍ବାଓ୍ବେ ଆଗରେ ୨୫୭ ବିଶାଳ ସ୍କୋରର ଲକ୍ଷ୍ୟ ରଖିଲା ଭାରତ । ୪ ଓ୍ବିକେଟ୍ ବିନିମୟରେ ଭାରତ ୨୫ ଏହି ବିଶାଳ ସ୍କୋର କରିପାରିଛି । ଜିମ୍ବାଓ୍ବେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଶେକ ଶର୍ମା ଏବଂ ସଞ୍ଜୁ ସାମସନ ଦମଦାର ପାଳି ଆରମ୍ଭ କରିଥିଲେ ।
ବଡ଼ ବଡ଼ ସଟ୍ ମାରି ଜିମ୍ବାଓ୍ବେ ବୋଲରଙ୍କୁ ଧରାଶାୟୀ କରିଥିଲେ । ସାମସନ ୧୫ ବଲରୁ ୨୪ ରନ କରିଥିବାବେଳେ ଅଭିଶେକ ଶର୍ମା ୫୫ ରନ କରିଛନ୍ତି । ପରେ ଇଶାନ କିଷନ ୩୮ ଏବଂ ସୂର୍ଯ୍ୟକୁମାର ଯାଦବ ୩୩ ରନ କରିଥିଲେ ।
ଏହାସହ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମା ମଧ୍ୟ ଶେଷ ଓଭର ଗୁଡ଼ିକରେ ବଡ଼ ବଡ଼ ସଟ୍ ଖେଳିଥିଲେ । ଭାରତ ପାଇଁ ଏହି ମ୍ୟାଚ କର ବା ମର ରହିଛି । ଏହି ମ୍ୟାଚ ଜିତି ଶେଷ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ଭାରତ ହରାଇଲେ ସେମିଫାଇନାଲରେ ପ୍ରବେଶ କରିବ ।
ଏଣୁ ଆଜି ଆରମ୍ଭରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ପାଳି ଆରମ୍ଭ କରିଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ । ସମସ୍ତେ ଆସୁ ଆସୁ ବଡ଼ ସଟ୍ ଖେଳି ଦଳର ଆତ୍ମବିଶ୍ବାସକୁ ଆଗକୁ ବଢ଼ାଇବାରେ ସହାୟକ ହୋଇଛନ୍ତି ।
ଏହାସହ ପଢ଼ନ୍ତୁ : ବାହାଘର ପରେ ପ୍ରଥମ ଫଟୋ ସେୟାର କଲେ ରଶ୍ମିକା