ନୂଆଦିଲ୍ଲୀ,୧୮/୦୪: ସାରା ଦେଶରେ ୨୫ ଶହ କିମିର ଏଲ୍‌ପିଜି ପାଇପ୍ଲାଇନ ବିଛାଇବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ଦ୍ୱାରା ରାଜପଥ ଯୋଗେ ଏଲ୍‌ପିଜି ପରିବହନ ନିର୍ଭରତା କମାଇବା ଲକ୍ଷ୍ୟ ରହିଛି । ଏ କ୍ଷେତ୍ରରେ ସାରା ଦେଶରେ ୪ଟି ପ୍ରମୁଖ ପାଇପଲାଇନ ପ୍ରକଳ୍ପ ଆସିବ । ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ନିୟାମକ ବୋର୍ଡ (ପିଏନ୍ଜିଆର୍ବି) ନିକଟରେ ଏହି ପ୍ରସ୍ତାବଗୁଡ଼ିକ ଚୂଡାନ୍ତ ପର୍ଯ୍ୟାୟରେ ରହିଛି । ଏହି ପ୍ରକଳ୍ପ ଗୁଡ଼ିକରେ ୧୨ ହଜାର କୋଟି ଟଙ୍କାର ନିବେଶ ହେବ ।

ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପାରାଦୀପ- ରାୟପୁର ଲିଙ୍କ, ଝାନସୀ-ସିତରଗଞ୍ଜ, ସିକ୍ରାପୁର-ହୁବଲି-ଗୋଆ କରିଡର ଏବଂ ଚେରାପାଲି-ନାଗପୁର ସାମିଲ ରହିଛି । ଏଲ୍ପିଜି ପାଇପ୍ଲାଇନର ବିସ୍ତୃତ ଯୋଜନା ମଧ୍ୟରେ ଏହି ଯୋଜନା ସାମିଲ ରହିଛି । ଏହି ପ୍ରକଳ୍ପଗୁଡ଼ିକ ଦେଶର ଶକ୍ତି ଲଜିଷ୍ଟିକ୍ସ ନେଟୱର୍କ ଦୃଢ଼ୀକରଣ ଏବଂ ସୁରକ୍ଷିତ ଏଲ୍ପିଜି ପରିବହନ କ୍ଷେତ୍ରରେ ସହାୟକ ହେବ ବୋଲି କହିଛି ପିଏନ୍ଜିଆର୍ବି ।

ଅଧିକ ପଢ଼ନ୍ତୁ :-  ବିଶେଷଜ୍ଞଙ୍କ ଅନୁମାନ: କୋଭିଡ୍ ଭଳି ବିଧ୍ବଂସକାରୀ ହେବ ତୈଳ ସଂକଟ, ଅଭିବୃଦ୍ଧିର ପଥରୋଧ କରିପାରେ