ନୂଆଦିଲ୍ଲୀ,୨୩।୬: ଆମେରିକା ପକ୍ଷରୁ ତିନୋଟି ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ ପରେ ହର୍ମୁଜ୍ ଷ୍ଟ୍ରେଟ୍କୁ ବନ୍ଦ କରିଛି ଇରାନ। ଏନେଇ ଇରାନ ସଂସଦରେ ଏହାକୁ ମଞ୍ଜୁରୀ ମିଳିଛି। ଏହି କରିଡର ସାରା ଦୁନିଆକୁ ତେଲ ଓ ଗ୍ୟାସ୍ ସପ୍ଲାଇକୁ ପ୍ରଭାବିତ କରିବ। ଏଭଳି ସ୍ଥିତିରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ର ଅଭାବ ହୋଇପାରେ କିମ୍ବା ବଢିପାରେ। ଏହା ବନ୍ଦ ହେବା ଫଳରେ ଭାରତ ସହ ଚୀନ୍ ଭଳି ପଡୋଶୀ ଦେଶକୁ ଲାଗିବ ବଡ଼ ଝଟକା। କାରଣ ଚୀନ୍ ସବୁଠାରୁ ଅଧିକ ତେଲ ଇରାନଠାରୁ କ୍ରୟ କରିଥାଏ।
ଇରାନ ନିଜ ଆବଶ୍ୟକତାର ୪୭ ପ୍ରତିଶତ ଅଂଶ ମଧ୍ୟ ପୂର୍ବ ଦେଶରୁ କିଣିଥାଏ। ଏହି ତେଲର ସପ୍ଲାଇ ହର୍ମୁଜ୍ ଷ୍ଟ୍ରେଟ୍ ବାଟ ଦେଇ ଆସିଥାଏ। କେବଳ ସେତିକି ନୁହେଁ ଭାରତ ପାଇଁ ଏହା ମଧ୍ୟ ଚିନ୍ତାର ସ୍ଥିତି ହେବ। କାରଣ ଆମର ଆବଶ୍ୟକୀୟ ୪୦% ତୈଳ ଏହି ରାସ୍ତା ଦେଇ ଭାରତ ଆସିଥାଏ। ଏହାଛଡା ଇରାନରୁ ୨୦% ତୈଳ ମଧ୍ୟ ଭାରତ କ୍ରୟ କରିଥାଏ। ବର୍ତ୍ତମାନ ଭାରତ ସରକାର ରୁଷ ନିକଟରୁ ତୈଳ କ୍ରୟ କରିବା ବଢାଇ ଦେଇଛନ୍ତି। କିନ୍ତୁ ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ ହବା ଫଳରୁ ଏହାର ଦାମ୍ ଉପରେ ପ୍ରଭାବ ପହିବ। ଏଭଳି ସ୍ଥିତିର ଲାଭ ରୁଷ ମଧ୍ୟ ଉଠାଇବାକୁ ଚାହିଁବ।
ଭାରତ ପ୍ରତିଦିନ ପ୍ରାୟ ୫୦.୫ ଲକ୍ଷ ବ୍ୟାରେଲ ତୈଳ ଆମଦାନୀ କରିଥାଏ। ଏଥିରେ ୨୦ ଲକ୍ଷ ବ୍ୟାରେଲ ଅଶୋଧିକ ତୈଳ ପ୍ରତିଦିନ ଏହି ଜଳମାର୍ଗ ଦେଇ ଆସିଥାଏ। ଭାରତ ନିଜର ଆବଶ୍ୟକୀୟ ୯୦% ତୈଳ ଆମଦାନୀ କରିଥାଏ। ଏଭଳିସ ସ୍ଥିତି ମଧ୍ୟ ଚୀନ୍ର ରହିଛି। ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ ହେବା ଫଳରେ ଭାରତ ଓ ଚୀନ୍ ଭଳି ଦେଶକୁ ଅଧିକ କ୍ଷତି ସହିବାକୁ ହେବ। ଆମେରିକା ଓ ପାଶ୍ଚାତ୍ୟ ଦେଶକୁ ଉଚିତ ଜବାବ ଦେବା ପାଇଁ ଇରାନ ଏହି ରାସ୍ତାକୁ ବନ୍ଦ କରିଥିଲେ ବି ତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବନି କିମ୍ବା କ୍ଷତି ହେବନି। କାରଣ ଆମେରିକା ତୈଳ ମାମଲାରେ ଆତ୍ମନିର୍ଭର ହୋଇସାରିଛି। ତେବେ ପୂର୍ବରୁ ଏଭଳି ଏକ ସମୟ ଥିଲା ର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ ହେଲେ ଆମେରିକା ଓ ୟୁରୋପୀୟ ଦେଶ ଆଶଙ୍କିତ ଥିଲେ। ଆଜିର ସମୟରେ ଚୀନ୍ ଓ ଭାରତ ଭଳି ଦେଶ ଉପରେ ଏହାର ଅଧିକ ପ୍ରଭାବ ପଡିବ।