ନୂଆଦିଲ୍ଲୀ,୦୩/୧୨; ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରାୟପୁରରେ ଆରମ୍ଭ ହୋଇଛି ଦ୍ୱିତୀୟ ଦିନିକିଆ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ସାଉଥ ଆଫ୍ରିକା । ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି ଭ୍ରମଣକାରୀ ଦଳ । ଲଗାତାର ୨୦ ଥର ଟସ୍ ହାରିଛି ଭାରତ । ପ୍ଲେଇଙ୍ଗ ଇଲେଭେନ୍ରେ ୩ ପରିବର୍ତ୍ତନ କରିଛି ସାଉଥ୍ ଆଫ୍ରିକା । କ୍ୟାପ୍ଟେନ୍ ତେମ୍ବା ବାଭୁମାଙ୍କ ବ୍ୟତୀତ ସ୍ପିନର କେଶବ ମହାରାଜ ଏବଂ ଦ୍ରୁତ ବୋଲର ଲୁଙ୍ଗି ଏନଗିଡି ସାମିଲ ହୋଇଛନ୍ତି । ବାଭୁମା ଏବଂ ମହାରାଜଙ୍କୁ ପ୍ରଥମ ଦିନିକିଆରେ ବିଶ୍ରାମ ଦିଆଯାଇଥିଲା । ଭାରତ ତାର ଏକାଦଶରେ କିଛି ପରିବର୍ତ୍ତନ କରିନାହିଁ ।
ବିଶ୍ୱ କ୍ରିକେଟ୍ ପ୍ରେମୀଙ୍କ ନଜର ଦୁଇ ମହାନ ଦିନିକିଆ ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ରହିଛି । ପ୍ରଥମ ଦିନିକିଆରେ ଶତକ ହାସଲ କରିଥିବା କିଙ୍ଗ କୋହଲି ଆଜି ବି ଦମଦାର ପାଳି ଖେଳିବେ ବୋଲି ଆଶା କରିଛନ୍ତି ଫ୍ୟାନ୍ସ । ପ୍ରଥମ ଦିନିଆ ଜିତି ୧-୦ରେ ଆଗୁଆ ଥିବା ଭାରତ ଦ୍ୱିତୀୟ ଦିିନିକିଆ ଜିତି ଆଗୁଆ ସିରିଜ କବଜା ଲକ୍ଷ୍ୟରେ ରହିଛି । ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚ୍ ‘କର ବା ମର’ ସ୍ଥିତି ପରି ହୋଇଛି ।
Here's a look at our Playing XI for the 2⃣nd #INDvSA ODI 🙌#TeamIndia have named an unchanged side.
— BCCI (@BCCI) December 3, 2025
Updates ▶️ https://t.co/oBs0Ns6SqR@IDFCFIRSTBank pic.twitter.com/B4CQac3rE6
ରାଞ୍ଚିରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ବିଜୟ ହାସଲ କରିଥିଲେ ହେଁ ଦକ୍ଷିଣ ଆଫ୍ରିକାର ଲଢୁଆ ପ୍ରଦର୍ଶନ ଦଳର ନିଦ ହଜାଇ ଦେଇଛି । ବିଶାଳ ଲକ୍ଷ୍ୟକୁ ମଧ୍ୟ ସହଜରେ ଟପି ଯିବା ଭଳି ବ୍ୟାଟିଂ ବିଭାଗ ଦକ୍ଷିଣ ଆଫ୍ରିକା ନିକଟରେ ରହିଥିବା ଭାରତ ଉପଲବ୍ଧି କରିସାରିଛି । ତେଣୁ ଏହି ମ୍ୟାଚକୁ ହାଲୁକା ଭାବେ ନେବା ବୁମେରାଂ ସାବ୍ୟସ୍ତ ହୋଇପାରେ । ତେଣୁ ଆଜି ଉଭୟ ଦଳର ପେସ୍ ବୋଲର ଘାତକ ସାବ୍ୟସ୍ତ ହେବା ଆଶା କରାଯାଉଛି । ପ୍ରଥମ ମ୍ୟାଚ୍ରେ ଭାରତ ପକ୍ଷରୁ ହର୍ଷିତ ରାଣା ଓ ଦକ୍ଷିଣ ଆଫ୍ରିକା ପକ୍ଷରୁ ନାନ୍ଦ୍ରେ ବର୍ଗର ଶୃଙ୍ଖଳିତ ବୋଲିଂ କରିଥିଲେ । ଆଜି ଉଭୟଙ୍କ ପ୍ରଦର୍ଶନ ଉପରେ ଦର୍ଶକଙ୍କ ନଜର ରହିବ । ଭାରତ ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ କରିନାହିଁ । ପ୍ରଥମ ଦିନିକିଆକୁ ୧୭ରନରେ ଜିତିଥିଲା ଭାରତ ।
ଭାରତର ଚୂଡାନ୍ତ ଏକାଦଶ- ରୋହିତ ଶର୍ମା, ଯଶସ୍ୱୀ ଜୈସ୍ୱାଲ୍, ବିରାଟ କୋହଲି, ଋତୁରାଜ ଗାଏକୱାଡ୍, କେଏଲ ରାହୁଲ(ଅଧିନାୟକ), ୱାସିଂଟନ ସୁନ୍ଦର, ରବିନ୍ଦ୍ର ଜାଡ଼େଜା, ହର୍ଷିତ ରାଣା, କୁଳଦୀପ ଯାଦବ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା ।
ଦକ୍ଷିଣ ଆଫ୍ରିକାର ଚୂଡାନ୍ତ ଏକାଦଶ- ଆଡେନ ମାରକ୍ରମ, କ୍ୱିଣ୍ଟନ ଡି କକ୍, ତେମ୍ବା ବଭୁମା (ଅଧିନାୟକ), ଟୋନି ଡି ଜର୍ଜି, ମାଥ୍ୟୁ ବ୍ରୀଜକି, ଡିୱାଲ୍ଡ ବ୍ରେଭିସ, ମାର୍କୋ ଜାନସେନ, କର୍ବିନ ବସ୍କ, କେଶବ ମହାରାଜ, ନାନ୍ଦ୍ରେ ବର୍ଗର, ଲୁଙ୍ଗି ନିଗିଡି ।