ନୂଆଦିଲ୍ଲୀ,୦୭/୧୨: ଆଡିଲେଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନରେ ପ୍ରଥମ ସେସନ୍ ଶେଷ ହୋଇଛି । ଆଜି ଦ୍ବିତୀୟ ଦିନରେ ପ୍ରଥମ ସେସନ୍ ଶେଷ ସୁଦ୍ଧା ଭାରତକୁ ୩ଟି ୱିକେଟ ମିଳିଥିଲା । ୧୧ ରନରେ ଆଗୁଆ ଅଛି ଅଷ୍ଟ୍ରେଲିଆ । ପିଙ୍କ ବଲ୍ ଟେଷ୍ଟରେ ପ୍ରଥମ ଇନିଂସରେ ଭାରତ ୧୮୦ରନ କରି ଅଲଆଉଟ ହୋଇଥିଲା । ଏହାପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରି ପ୍ରଥମ ସେସନ୍ ଶେଷ ସୁଦ୍ଧା ୪ ୱିକେଟ ହରାଇ ୧୯୧ ରନ କରିଛି । ଯଶପ୍ରୀତ ବୁମରା ୨୩ ରନ ଦେଇ ୩ଟି ୱିକେଟ ନେଇଛନ୍ତି ।
That's the end of the 1st session on Day 2.#TeamIndia pick 3 wickets ; Australia lead by 11 runs.
— BCCI (@BCCI) December 7, 2024
Scorecard - https://t.co/urQ2ZNmHlO… #AUSvIND pic.twitter.com/DRAa0DxMiG
ପ୍ରଥମ ଦିନ ଖେଳ ସୁଦ୍ଧା ୮୬ରନ କରି ଅଷ୍ଟ୍ରେଲିଆ ଗୋଟିଏ ୱିକେଟ ହାରାଇଥିଲା । ଉସମାନ ଖ୍ବାଜାଙ୍କୁ ଆଉଟ କରିଥିଲେ ବୁମରା । ୯୪ରନ ଟ୍ରାଏଲ କରୁଥିଲା କଙ୍ଗାରୁ ଦଳ । ଦ୍ବିତୀୟ ଦିନ ୩୬.୧ ଓଭରରୁ ଖେଳ ଆରମ୍ଭ ହୋଇଥିଲା । ଏହି ସମୟରେ ଅଷ୍ଟ୍ରେଲିଆକୁ ଝଟକା ଲାଗିଥିଲା । ନାଥନ ୩୯ ରନ କରି ବୁମାରଙ୍କ ଶିକାର ହୋଇଥିଲେ । ଏହା ପରେ ପରେ ଷ୍ଟିଭେନ ସ୍ମିଥ ୨ ରନ କରି ବୁମରାଙ୍କ ବଲରେ ପାଭିଲିୟନ ଫେରିଥିଲେ । ୧୦୭ରନରେ ଘରୋଇ ଦଳ ୩ଟି ୱିକେଟ ହରାଇଥିଲା । ନିତୀଶ ରେଡ୍ଡୀ ମାନସ ଲାବୁସେନଙ୍କୁ ଆଉଟ କରିଥିଲେ । ଲାବୁସେନ ୧୨୬ ବଲରେ ୬୪ ରନ କରିଥିଲେ । ପ୍ରଥମ ଇନିଂସ ଶେଷ ହୋଇଛି । ୧୯୧ ରନ କରି ୪ ୱିକେଟ ହରାଇଛି କଙ୍ଗାରୁ ଦଳ । ଭାରତଠୁ ୧୧ରନ ଆଗରେ ଅଛି ଅଷ୍ଟ୍ରେଲିଆ ।
ଭାରତ ପ୍ରଥମ ଇନିଂସରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ବିପର୍ଯ୍ୟୟର ସାମ୍ନା କରିଥିଲା ଦଳ । ନୀତିଶ ରେଡ୍ଡୀଙ୍କୁ ଛାଡିଦେଲେ ଅନ୍ୟ କେହି ବ୍ୟାଟ୍ସମ୍ୟାନ ସଫଳ ହୋଇନଥିଲେ । ୧୮୦ରେ ଭାରତ ଅଲଆଉଟ ହୋଇଥିଲା । ମିଚେଲ ଷ୍ଟାର୍କ ୬ଟି ୱିକେଟ ନେଇଥିଲେ । ଏହା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା । ଉସମାନ ଖ୍ବାଜା ଓ ନାଥାନ ମ୍ୟାକସ୍ବିନି ୨୪ ରନ କରିଥିଲେ । ଖ୍ବାଜାଙ୍କୁ ଆଉଟ କରି ଏହି ଯୋଡିଙ୍କୁ ଭାଙ୍ଗିଥିଲେ ବୁମରା । ଲାବୁସାନ ଓ ମ୍ୟାକସ୍ବିନି ଷ୍ଟମ୍ପ ଘୋଷଣା ଯାଏ କ୍ରିଜରେ ଜମି ରହିବାରେ ସଫଳ ହୋଇଥିଲେ । ପ୍ରଥମ ଇନିଂସ ଶେଷ ସୁଦ୍ଧା ଯଶପ୍ରୀତ ବୁମରା ୩ଟି ୱିକେଟ ନେଇଛନ୍ତି ।