ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଭାରତ ଆସି କିଡ୍‌ନି ବିକୁଛନ୍ତି ବାଂଲାଦେଶୀ: ଅଧା ଟଙ୍କା ମିଳିଛି, ଗୋଟିଏ କିଡ୍‌ନିରେ ବଞ୍ଚିଛନ୍ତି...

Published By : Prameya | July 6, 2025 1:29 PM

ଢାକା/ନୂଆଦିଲ୍ଲୀ,୦୬/୦୭: ବାଂଲାଦେଶର  ଉତ୍ତର-ପଶ୍ଚିମ ଜିଲ୍ଲା ଜୟପୁରହାଟସ୍ଥିତ ଏକ ଛୋଟ  ଗ୍ରାମ ବାଝଗୁନୀ । ଏବେ ଏହା ‘ୱାନ୍‌ କିଡ୍‌ନି ଭିଲେଜ’  ନାମର ପରିଚିତ । ଏଭଳି ନାମକରଣ ପଛରେ ବଡ଼  କାରଣ ହେଉଛି ଏଠାରେ ପ୍ରତି ୩୫ ବ୍ୟକ୍ତିଙ୍କ ମଧ୍ୟରୁ  ଜଣେ ନିଜ କିଡ୍‌ନି ବିକ୍ରି କରିଦେଇଛନ୍ତି । ସମ୍ପୂର୍ଣ୍ଣ ଗ୍ରାମ  କିଡ୍‌ନି ତସ୍କରୀର ଶିକାର ହୋଇଛି । 

ରିପୋର୍ଟ ଦର୍ଶାଇଛି ଯେ ଭାରତ ଓ ବାଂଲାଦେଶ  ମଧ୍ୟରେ ଚାଲିଥିବା ବେଆଇନ ଅଙ୍ଗ ତସ୍କରୀ ର‌୍ୟାକେଟ  ଅନେକ ପରିବାରକୁ ବରବାଦ କରିଦେଇଛି । ୪୫  ବର୍ଷୀୟ ସଫିରୁଦ୍ଦିନ୍‌ ଏହି ଗ୍ରାମର ନିବାସୀ । ଗତବର୍ଷ  ଗ୍ରୀଷ୍ମଦିନରେ ସେ ଭାରତ ଆସି ୨.୫ ଲକ୍ଷ ଟଙ୍କାରେ  ନିଜ କିଡ୍‌ନି ବିକ୍ରି କରିଦେଇଥିଲେ । ଦାରିଦ୍ର‌୍ୟରୁ  ମୁକୁଳିବା ଏବଂ ନିଜ ପିଲାଙ୍କ ପାଇଁ ଘର ବନାଇବାକୁ  ସେ ଏତେ ବଡ଼ ପଦକ୍ଷେପ ନେଇଥିଲେ । କିନ୍ତୁ  ତାଙ୍କର ଏହି ପଦକ୍ଷେପ ବେଶ୍‌ ମହଙ୍ଗା ପଡ଼ିଛି । ତାଙ୍କ  ଘରତୋଳା ଅଧା ପଡ଼ିଛି ଏବଂ ଶରୀରରେ ଲଗାତର  ଯନ୍ତ୍ରଣା ହେଉଛି । ସେ କାମ କରିବାର ସାମର୍ଥ୍ୟ ବି  ହରାଇ ବସିଛନ୍ତି । 

ଏ ନେଇ ସଫିରୁଦ୍ଦିନ୍‌ କୁହନ୍ତି, ‘‘ଦଲାଲମାନେ  କହିଥିଲେ କି ଅଙ୍ଗଦାନ ଅତ୍ୟନ୍ତ ସହଜ । ଏଥିରେ  କୌଣସି ଅସୁବିଧା ହେବନାହିଁ । ଗୋଟିଏ କିଡ୍‌ନିରେ  ମଧ୍ୟ ସାରା ଜୀବନ ବଞ୍ଚିହେବ । ମୁଁ ସେମାନଙ୍କ  କଥାରେ ରାଜି ହୋଇଥିଲି । କିନ୍ତୁ ଅସ୍ତ୍ରୋପଚାର ପରେ  ମୋ ପାସ୍‌ପୋର୍ଟ, ମେଡିକାଲ ଚିଠା ଏବଂ ଔଷଧ  କେଉଁଆଡ଼େ ଗାୟବ ହୋଇଯାଇଛି । ଏବେ କାହାକୁ  ନିଜ ଦୁଃଖ ଜଣାଇବି, ଭାବିପାରୁ ନାହିଁ ।’’ 

ଭାରତରେ ମାନବ ଅଙ୍ଗ ପ୍ରତିରୋପଣ  ଆଇନ (ଟିଏଚ୍‌ଓଏ), ୧୯୯୪ ମୁତାବକ କିଡ୍‌ନି  ଦାନ କେବଳ ନିକଟ ସମ୍ପର୍କୀୟ କିମ୍ବା ସରକାରଙ୍କ  ଅନୁମତିରେ ହିଁ କରାଯାଇ ପାରିବ । କିନ୍ତୁ ଦଲାଲମାନେ  ନକଲି ଦସ୍ତାବିଜ ଓ ସମ୍ପର୍କୀୟଙ୍କ ଭୁଲ ପ୍ରମାଣପତ୍ର  ଜରିଆରେ ଏହି ନିୟମକୁ ଚକ୍‌ମା ଦେଉଛନ୍ତି ।  ଡବ୍ଲ୍ୟୁଏଚ୍‌ଓର ବିଶେଷଜ୍ଞ ମୋନିର ମନିରୁଜ୍ଜମାଂଙ୍କ  ମୁତାବକ, ଜାଲ ପରିଚୟପତ୍ର, ନୋଟାରି ପ୍ରମାଣପତ୍ର  ଓ ଡିଏନ୍‌ଏ ରିପୋର୍ଟ ପର୍ଯ୍ୟନ୍ତ ସବୁ ବନାଯାଉଛି ।  ହସ୍ପିଟାଲଗୁଡ଼ିକ ମଧ୍ୟ ଜାଣିପାରୁ ନାହାନ୍ତି ତାହା ଅସଲ  କିମ୍ବା ନକଲି ପ୍ରମାଣପତ୍ର । କିଛି ହସ୍ପିଟାଲ ଜାଣିଶୁଣି  ଏହାକୁ ନଜରଅନ୍ଦାଜ କରିଦେଉଛନ୍ତି । 

ବିନାଇ ଗ୍ରାମର ଜୋଶନା ବେଗମ୍‌ ଓ ତାଙ୍କ ପତି  ବେଲାଲଙ୍କୁ ୨୦୧୯ରେ ଜଣେ ଦଲାଲ ଭାରତ ଆଣି  କୋଲକାତାର ଏକ ହସ୍ପିଟାଲରେ କିଡ୍‌ନି ଟ୍ରାନ୍ସପ୍ଲାଣ୍ଟ  କରାଇଥିଲେ । ଦଲାଲ ତାଙ୍କୁ ପ୍ରଥମେ ୭ ଲକ୍ଷ ଟଙ୍କା  ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଅସ୍ତ୍ରୋପଚାର  ପରେ ୩ ଲକ୍ଷ ଟଙ୍କା ଦିଆଯାଇଛି । ଜୋଶନା କୁହନ୍ତି,  ବାକି ଟଙ୍କା ଦେବା ଦୂର କଥା, ପାସ୍‌ପୋର୍ଟ ବି  ଫେରାଉ ନାହାନ୍ତି । ପରେ ସ୍ୱାମୀ ବେଲାଲ ମୋତେ  ଛାଡ଼ି ପଳାଇଛନ୍ତି । ଜୋଶନା ହିଁ ସ୍ୱାମୀ ଓ ଦଲାଲଙ୍କ  କଥାରେ ରାଜି ହୋଇ ନିଜ କିଡ୍‌ନି ବିକିଥିଲେ । ଏବେ  ସେ ହତାଶ ହୋଇପଡ଼ିଛନ୍ତି । ଔଷଧ କିଣିବାକୁ ସମ୍ବଳ  ନାହିଁ । ଭାରୀ କାମ କରିବାକୁ ସେ ଅସମର୍ଥ ।

ଇ-କମର୍ସ ଜାଲିଆତିରେ ସର୍ବସ୍ୱ ହରାଇବା ପରେ  ଢାକା ବ୍ୟବସାୟୀ ମହମ୍ମଦ ସଜଲ ୨୦୨୨ରେ ଦିଲ୍ଲୀରେ  ନିଜ କିଡ୍‌ନି ବିକିଥିଲେ । ୮ ଲକ୍ଷ ପାଇବା ଆଶାରେ ସେ  ଏଭଳି କରିଥିଲେ । ଠକାମିର ଶିକାର ହେବା ପରେ  ସେ ନିଜେ ଦଲାଲ ସାଜି ଅନ୍ୟ ବାଂଲାଦେଶୀଙ୍କୁ କିଡ୍‌ନି ବିକିବାକୁ ପ୍ରୋତ୍ସାହିତ କରିଥିଲେ । ଏଭଳି ଅନେକ  ଘଟଣା ସାମ୍ନାକୁ ଆସିବା ପରେ ବାଂଲାଦେଶ ପୁଲିସ  ଅଙ୍ଗ ତସ୍କରୀ ନେଟ୍‌ୱର୍କ ଉପରେ ଚଢ଼ଉ ଜୋରଦାର  କରିଦେଇଛି । ଅନେକ ଦଲାଲ ଗିରଫ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.