ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଓଟର ଟୋପାଏ ଲୁହ ୨୬ ସାପର ବିଷକୁ କରିବ ନିଷ୍କ୍ରିୟ, ଚିକିତ୍ସା ଜଗତରେ ନୂତନ କ୍ରାନ୍ତି

Published By : Harapriya Biswal | July 6, 2025 2:45 PM

ନୂଆଦିଲ୍ଲୀ,୬।୭: ଓଟକୁ ମରୁଭୂମିର ଜାହାଜ କୁହାଯାଏ। ଏହା ସେଠାର ଲୋକଙ୍କ ପାଇଁ ଖୁବ୍ ଉପଯୋଗୀ। କୌଣସି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କିମ୍ବା ପରିବହନ ପାଇଁ ଓଟ ବ୍ୟବହାର କରାଯାଏ। ତେବେ ମେଡିକାଲ ଜଗତରେ ଏବେ କ୍ରାନ୍ତି ଆଣିବାକୁ ଯାଉଛି ଓଟ। ଏକଥା ଆଶ୍ଚର୍ଯ୍ୟ ଲାଗୁଛି କି ? କିନ୍ତୁ ଏହା ସତ। ଓଟ ଲୁହରୁ ତିଆରି ହେବ ସାପ କାମୁଡା ଔଷଧ। ବିକାନେର ସ୍ଥିତ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅନ୍ କ୍ୟାମେଲ୍‌ର ବା NRCC ନୂଆ ଅଧ୍ୟୟନ ସମସ୍ତଙ୍କୁ ଚକିତ କରିଛି। ଅଧ୍ୟୟନରେ ଜଣାପଡିଛି ଯେ, ଓଟ ଲୁହରେ ମିଳୁଥିବା ଆଣ୍ଟିବଡି ୨୬ ସାପର ବିଷକୁ ବି ନିଷ୍କ୍ରିୟ କରିଦେବ। ଏହି ଅଧ୍ୟୟନ ସାପ କାମୁଡା ରୋଗୀଙ୍କ ଚିକିତ୍ସା ପାଇଁ ନୂଆ ରାସ୍ତା ଖୋଲିପାରେ। 

ଲିଭରପୁଲ୍ ସ୍କୁଲ ଅଫ୍ ଟ୍ରପିକାଲ ମେଡିସିନ୍‌ର ସ୍ନେକବାଇଟ୍ ରିସର୍ଚ୍ଚ ସେଣ୍ଟର ମଧ୍ୟ ଏହି କଥାକୁ ସ୍ବୀକାର କରିଛି। ତାହା ହେଲା ଓଟ ଲୁହ ସାପ କାମୁଡିବାର ଔଷଧ ପାଇଁ ଖୁବ୍ ପ୍ରଭାବଶାଳୀ। ଏହା ପୂର୍ବରୁ ଦୁବାଇର ସେଣ୍ଟ୍ରାଲ ଭେଟନାରୀ ରିସର୍ଚ୍ଚ ଲାବରୋଟରୀ ଓଟ ଲୁହର ଉପକାରିତା ଉପରେ ଷ୍ଟଡି କରିସାରିଛି। ଓଟ ଲୁହରେ ଲାଇସୋଜାଇମ୍ ନାମକ ଏନଜାଇମ୍ ରହିଛି। ଯାହାକି ଏକ ପ୍ରାକୃତିକ ଆଣ୍ଟିବାୟୋଟିକ୍ । ଏଭଳି ଦାବି ପରେ ଏବେ ଓଟ ଲୁହର ଦାମ୍ ବଢିପାରେ। 

NRCC ବୈଜ୍ଞାନିକମାନେ କହିଛନ୍ତି ଯେ ଓଟ ଲୁହ ସାପ ବିଷକୁ ନିଷ୍କ୍ରିୟ କରିବାରେ ସକ୍ଷମ।   ଗବେଷକମାନେ ଓଟ ଲୁହ ଦ୍ବାରା ସ-ସ୍କେଲ୍ଡ ଭାଇପର ସାପ ବିଷର ଚିକିତ୍ସା କରିବାରେ ସଫଳ ହୋଇଛନ୍ତି। ଏହା ସବୁଠାରୁ ବିଷାକ୍ତ ପ୍ରଜାତିର ସାପ। ଏହି ସାପ କାମୁଡ଼ିବା ପରେ ବଞ୍ଚିବା କଷ୍ଟକର ବୋଲି କୁହାଯାଏ। ଓଟ ଲୁହରୁ ବାହାର କରାଯାଇଥିବା ଆଣ୍ଟିବଡି ବିଷର ଘାତକ ପ୍ରଭାବକୁ ନିଷ୍କ୍ରିୟ କରିବାରେ ସଫଳ ହୋଇଥିଲା।

ଗବେଷକଙ୍କ କହିବା ଅନୁସାରେ, ଓଟ ଲୁହରେ ବିଶେଷ ପ୍ରକାରର ଆଣ୍ଟିଡୋଟ୍ ଥାଏ, ଯାହା ସାପ ବିଷ ବିରୁଦ୍ଧରେ ଅତ୍ୟନ୍ତ ପ୍ରଭାବଶାଳୀ।ଏଭଳି ସ୍ଥିତିରେ, ସାପ ବିଷର ଚିକିତ୍ସା ପାଇଁ ଓଟ ଲୁହରୁ ପ୍ରଭାବଶାଳୀ ଔଷଧ ତିଆରି କରାଯାଇପାରିବ। ଏହି ପ୍ରକାରର ଔଷଧ ଭାରତ ସମେତ ବହୁ ଦେଶଗୁଡ଼ିକୁ ବହୁତ ଆଶ୍ୱସ୍ତି ଦେଇପାରିବ, ଯେଉଁଠାରେ ପ୍ରତିବର୍ଷ ହଜାର ହଜାର ଲୋକ ସାପ କାମୁଡ଼ା ଯୋଗୁଁ ମରୁଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଓଟ ଲୁହର ମୂଲ୍ୟ ଅଧିକ ହେବାର କାରଣ ହେଉଛି ସାପ କାମୁଡ଼ାର ଚିକିତ୍ସା। ଏହା ବ୍ୟତୀତ ଏଥିରେ ଅନେକ ପ୍ରକାରର ପ୍ରୋଟିନ୍ ମଧ୍ୟ ମିଳିଥାଏ। ଏହି ପ୍ରୋଟିନ୍ ମରୁଭୂମିର କଠିନ ପରିବେଶରେ ଓଟକୁ ବଞ୍ଚି ରହିବାରେ ସାହାଯ୍ୟ କରେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.