ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ବେଙ୍ଗାଲୁରୁ ସିଭିଲ କୋର୍ଟଙ୍କ ନିର୍ଦ୍ଦେଶ, କନ୍ନଡ଼ ଭାଷା-ସଂସ୍କୃତି ଉପରେ ଟିପ୍ପଣୀ ଦେଇପାରିବେନି କମଲ

Published By : Krishna Priya | July 6, 2025 8:36 AM

ବେଙ୍ଗାଲୁରୁ ୦୬/୦୭: ଅଭିନେତା କମଲ ହାସନ ଏଣିକି କନ୍ନଡ଼ ଭାଷା ଓ ସଂସ୍କୃତି ବିରୋଧରେ କୌଣସି ଟିପ୍ପଣୀ ଦେଇପାରିବେ ନାହିଁ । ବେଙ୍ଗାଲୁରୁର ଏକ ସିଭିଲ୍‌ କୋର୍ଟ ଏଥିଲାଗି ରୋକ୍‌ ଲଗାଇଛନ୍ତି । କନ୍ନଡ଼ ସାହିତ୍ୟ ପରିଷଦ ପକ୍ଷରୁ କୋର୍ଟରେ ଏ ନେଇ ପିଟିସନ ଦାୟର ହୋଇଥିଲା । ଶୁକ୍ରବାର ଦେଇଥିବା ନିଜ ନିର୍ଦ୍ଦେଶରେ ଅଦାଲତ କହିଛନ୍ତି, ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କମଲ ହାସନ ଏଭଳି କୌଣସି ବୟାନ ଦେଇପାରିବେ ନାହିଁ, ଯାହା କନ୍ନଡ଼ ଭାଷା, ସାହିତ୍ୟ, ସଂସ୍କୃତି ଓ ଭୂମିକୁ ଆଘାତ ପହଞ୍ଚାଉଥିବ । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩୦ରେ ହେବ ।

ଏହା ପୂର୍ବରୁ ଜୁନ୍‌ ୧୮ରେ ସୁପ୍ରିମକୋର୍ଟ କହିଥିଲେ କି କମଲ ହାସନଙ୍କୁ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ନାହିଁ । ମାମଲାରେ କ୍ଷମା ମାଗିବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ଯେଉଁ ଆଦେଶ ଦେଇଥିଲେ ସେଥିପାଇଁ ସର୍ବୋଚ୍ଚ ଅଦାଲତ ତାଗିଦ କରିଛନ୍ତି । କମଲ ହାସନଙ୍କ ଫିଲ୍ମ କର୍ଣ୍ଣାଟକରେ ମୁକ୍ତିଲାଭ ନ କରାଇବା ସହ ଜଡ଼ିତ ଏକ ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଥିଲେ । ଉଲ୍ଲେଖଯୋଗ୍ୟ, ମେ ୨୪ରେ ଅଭିନେତା ଜଣକ ଚେନ୍ନାଇରେ ‘ଠଗ୍‌ ଲାଇଫ୍‌’ର ଅଡିଓ ରିଲିଜ ବେଳେ କନ୍ନଡ଼ ଭାଷାକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ । ତାମିଲରୁ କନ୍ନଡ଼ର ସୃଷ୍ଟି ହୋଇଥିବା ସେ କହିଥିଲେ । ଏହାପରେ ଅଭିନେତାଙ୍କୁ କର୍ଣ୍ଣାଟକରେ ଲଗାତର ବିରୋଧ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.