ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ବିହାରରେ ମତଦାନ ସୂଚୀରେ ସଂଶୋଧନ ନେଇ ‘ସୁପ୍ରିମ ଚ୍ୟାଲେଞ୍ଜ’, ନିର୍ବାଚନ କମିଶନ୍‌ଙ୍କ ବିରୋଧରେ କୋର୍ଟରେ ପହଁଞ୍ଚିଲା ଏଡିଆର

Published By : Harapriya Biswal | July 5, 2025 4:50 PM

ନୂଆଦିଲ୍ଲୀ,୫।୭: ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର) ବିହାରରେ ମତଦାତାଙ୍କ ସୂଚିରେ ବିଶେଷ ପୁନଃନିରୀକ୍ଷଣ(ଏସଆଇଆର) ପାଇଁ ନିର୍ବାଚନ କମିଶନ୍‌ଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ ଦେଇଛି। ଏଡିଆର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହେବା ସହ ଏହି ନିର୍ଦେଶକୁ ରଦ୍ଦ କରିବାର ଦାବି କରିଛି। ୨୪ ଜୁନ୍‌ରେ ନିର୍ବାଚନ କମିଶନ୍ ବିହାରରେ ଏସଆଇଆର କରିବାରେ ନିର୍ଦେଶ ଜାରି କରିଥିଲେ। ଏହାର ଉଦେଶ୍ୟ ଅଯୋଗ୍ୟ ନାମ ଗୁଡିକୁ ହଟାଇବା ଓ ଏହା ସୁନିଶ୍ଚିତ କରିବା ଯେ, ମତଦାତା ସୂଚୀରେ କେବଳ ଯୋଗ୍ୟ ନାଗରିକ ଅଛନ୍ତି। ବିହାରରେ ଚଳିତ ବର୍ଷ ଶେଷରେ ନିର୍ବାଚନ ହେବାର ଅଛି। 

ପ୍ରଶାନ୍ତ ଭୂଷଣ କହିଛନ୍ତି, ନିର୍ଦେଶ ଅନୁସାରେ, ଜରୁରୀ ଦସ୍ତାବିଜ, ଉଚିତ ପକ୍ରିୟାରେ ଅଭାବ ଓ ବିହାରରେ ମତଦାନ ସୂଚୀରେ ବିଶେଷ ଭାବରେ ପୁନଃନିରୀକ୍ଷଣ କରିବା ପାଇଁ କମ୍ ସମୟ  ସୀମା କାରଣରୁ ଏହି ପକ୍ରିୟାରେ ଲକ୍ଷାଧିକ ମତଦାତାଙ୍କ କ୍ଷତି ହୋଇପାରେ। ଏହା ଜରିଆରେ ଲକ୍ଷାଧିକ ଯୋଗ୍ୟ ମତଦାତାଙ୍କ ନାଁ ମତଦାନ ସୂଚୀରୁ ହଟାଇ ଦିଆଯାଇପାରେ, ଯାହାଫଳରେ ସେମାନେ ମତାଧିକାରରୁ ବଞ୍ଚିତ ହେବେ।   

ବିହାରରେ ଶେଷ ସଂଶୋଧନ ୨୦୦୩ ମସିହାରେ କରାଯାଇଥିଲା। ନିର୍ବାଚନ କମିଶନଙ୍କ ଅନୁଯାୟୀ, ଦ୍ରୁତ ସହରୀକରଣ, ନିରନ୍ତର ପ୍ରବାସ, ଯୁବ ନାଗରିକମାନେ ଭୋଟ ଦେବାକୁ ଯୋଗ୍ୟ ହେବା, ମୃତ୍ୟୁ ସୂଚନା ନଦେବା ଏବଂ ବିଦେଶୀ ଅବୈଧ ପ୍ରବାସୀମାନଙ୍କ ନାମ ଅନ୍ତର୍ଭୁକ୍ତ ହେବାର ସମ୍ଭାବନା ଯୋଗୁଁ ଏହି ପ୍ରକ୍ରିୟା ଜରୁରୀ ହୋଇପଡ଼ିଛି। ଏହି ପ୍ରକ୍ରିୟା ମାଧ୍ୟମରେ, ନିର୍ବାଚନ କମିଶନ ତ୍ରୁଟିମୁକ୍ତ ଭୋଟର ତାଲିକାର ଅଖଣ୍ଡତା ଏବଂ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ କହିଥିଲେ।

ଏହି ଏସଆଇଆର ବୁଥ୍ ଅଫିସରମାନଙ୍କ ଦ୍ୱାରା ପରିଚାଳିତ ହେଉଛି, ଯେଉଁମାନେ ଯାଞ୍ଚ ପାଇଁ ଘରକୁ ଘର ବୁଲି ସର୍ଭେ କରୁଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ ସଂଶୋଧନ କରିବା ସମୟରେ ସମ୍ବିଧାନର ଧାରା ୩୨୬ ଏବଂ ଜନପ୍ରତିନିଧି ଆଇନ, ୧୯୫୦ ର ଧାରା ୧୬ ରେ ଥିବା ସାମ୍ବିଧାନିକ ଏବଂ ଆଇନଗତ ବ୍ୟବସ୍ଥାଗୁଡ଼ିକୁ କଠୋରତାର ସହ ପାଳନ କରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.