ନୂଆଦିଲ୍ଲୀ,୧୫/୦୭: ବ୍ୟାକ୍ ଟୁ ବ୍ୟାକ୍ ଟି-ଟ୍ୱେଣ୍ଟି ସିରିଜ ହାରିବା ପରେ ବିଜୟ ଟ୍ରାକକୁ ଫେରିଛି ଟିମ୍ ଇଣ୍ଡିଆ । ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତ ପ୍ରଥମ ଦିନିକିଆକୁ ୬ ୱିକେଟରେ ଜିତିଛି । ୯୬୮ ଦିନ ପରେ ଦିନିକିଆ କ୍ରିକେଟକୁ ଫେରିଥିବା ଯଶପ୍ରୀତ ବୁମରା ଆସୁ ଆସୁ ଇତିହାସ ରଚିଛନ୍ତି . ଇଂଲଣ୍ଡ ବିପକ୍ଷରେ ବର୍ମିଂହାମ ପ୍ରଥମ ଦିନିକିଆରେ ଇତିହାସ ସୃଷ୍ଟି କରିଛନ୍ତି । ସେ ୧୫୦ ଦିନିକିଆ ୱିକେଟ ହାସଲ କରିଥିଲେ । ସବୁଠାରୁ କମ୍ ବୋଲରେ ଏହି ମାଇଲଖୁଣ୍ଟ ଛୁଇଁବାରେ ଭାରତର ତୃତୀୟ ବୋଲର ହୋଇଥିଲେ । ସେ ଇଂଲଣ୍ଡ ମାଟିରେ ଭାରତ ପାଇଁ ଦିନିକିଆ ୱିକେଟ ନେବାରେ ମଧ୍ୟ ସଫଳ ହୋଇଥିଲେ । ବୁମରା ଇଂଲଣ୍ଡରେ ୩୧ଟି ଦିନିକିଆ ୱିକେଟ ହାସଲ କରି ରେକର୍ଡ ସ୍ଥାପନ କରିଛନ୍ତି ।
ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆର ୧୩.୧ ଓଭରରେ ବୁମରାଙ୍କ ପ୍ରଥମ ବଲରେ ହ୍ୟାରୀ ବ୍ରୁକ୍ ଆଉଟ୍ ହୋଇଥିଲେ । ବୁମରା ଅଫ୍ ଷ୍ଟମ୍ପ ବାହାରେ ଏକ ସର୍ଟ ଅଫ୍ ଲେନ୍ଥ ଡେଲିଭରୀ କରିଥିଲେ, ଯେଉଁଥିରେ ଅତିରିକ୍ତ ବାଉନ୍ସ ଏବଂ ଅଫ୍ ବାହାରେ ଗତି ଥିଲା । ବ୍ରୁକ୍ ବଲକୁ ଥାର୍ଡମ୍ୟାନ୍ ଆଡକୁ ଗାଇଡ୍ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବାହାର ଲାଇନକୁ ନେଇଯାଇଥିଲେ । ପ୍ରଥମ ସ୍ଲିପରେ ଠିଆ ହୋଇଥିବା ରୋହିତ ଶର୍ମା ଏକ ସହଜ କ୍ୟାଚ୍ ଧରିଥିଲେ । ଦୀର୍ଘ ଦିନ ପରେ କମବ୍ୟାକ୍ କରିଥିବା ବୁମରା ପ୍ରମାଣ କରିଛନ୍ତି ଯେ, ତାଙ୍କ ଗତି ଏବଂ ତୀକ୍ଷ୍ମତା ହ୍ରାସ ହୋଇନାହିଁ । ବୁମରା ଇଂଲଣ୍ଡରେ ଦିନିକିଆରେ ତାଙ୍କର ପ୍ରାଧାନ୍ୟ ବିସ୍ତାର କରି ରଖିଛନ୍ତି । ସେ ଇଂଲଣ୍ଡ ମାଟିରେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଥିବା ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି ।
ଇଂଲଣ୍ଡରେ ଭାରତ ପାଇଁ ସର୍ବାଧିକ ଦିନିକିଆ ୱିକେଟ୍
ଯଶପ୍ରୀତ ବୁମରା- ୩୧ଟି ୱିକେଟ୍
ରବିନ୍ଦ୍ର ଜାଡେଜା- ୩୦ ୱିକେଟ୍
ଭୁବନେଶ୍ୱର କୁମାର- ୨୮ଟି ୱିକେଟ୍
ମଦନ ଲାଲ- ୨୭ଟି ୱିକେଟ୍
ମହମ୍ମଦ ସାମି- ୨୬ଟି ୱିକେଟ୍
ଏହା ବି ପଢନ୍ତୁ...Ind vs Eng 1st ODI: ମ୍ୟାଚ୍ ଜିତି ବି ଭାରତକୁ 'ଟ୍ରିପଲ ଫେଲିୟର' ଝଟ୍କା, ରୋ-କୋଙ୍କ ସହ କିଏ କଲେ ନିରାଶ ?
ଭାରତ ପାଇଁ କମ୍ ବଲରେ ୧୫୦ ଦିନିକିଆ ୱିକେଟ୍
ମହମ୍ମଦ ଶାମି- ୪୦୭୦ ବଲ୍
କୂଳଦୀପ ଯାଦବ- ୪୫୧୩ ବଲ୍
ଯଶପ୍ରୀତ ବୁମରା-୪୬୦୫ ବଲ୍
ଅଜିତ୍ ଅଗରକର- ୫୦୨୭ ବଲ୍
ଇର୍ଫାନ ପଠାନ୍- ୫୧୩୧ ବଲ୍
ଡବଲ୍ ଉପହାର- ବୁମରାଙ୍କ ପାଇଁ ଏହି ମ୍ୟାଚ୍ କେବଳ ଏକ ପ୍ରତ୍ୟାବର୍ତ୍ତନ ନୁହେଁ, ବରଂ ରେକର୍ଡ ବୁକରେ ନିଜ ନାମକୁ ଆହୁରି ମଜଭୁତ୍ କରିବାର ଏକ ସୁଯୋଗ ମଧ୍ୟ ଥିଲା । ୯୬୮ ଦିନ ପରେ ଦିନିକିଆ ଫର୍ମାଟକୁ ଫେରି ଫେରି ସେ ପ୍ରମାଣ କରିଛନ୍ତି ଯେ, ତାଙ୍କୁ କାହିଁକି ଭାରତର ସବୁଠାରୁ ଶକ୍ତିଶାଳୀ ବୋଲିଂ ଆକ୍ରମଣ ବୋଲି କୁହାଯାଏ । ଆଘାତରୁ ଫେରିବା, ଏକ ଲମ୍ବା ଅପେକ୍ଷା । କିନ୍ତୁ ପଡିଆରେ ଏଣ୍ଟ୍ରୀ କରିବା ପରେ ସେ ସେହି ପୁରୁଣା ବୁମରା ଥିଲେ । ସଠିକ୍ ବିପଦଜ୍ଜନକ ଏକ ରେକର୍ଡ ବ୍ରେକର ବୁମରା ।