ପୁରୀ ୧୫/୦୭: ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ହଜାର ହଜାର ସଂଖ୍ୟାର ଗାଡ଼ି ପୁରୀ ଆସିବ । ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ମୋବିଲିଟି ପ୍ଲାନ୍ ପ୍ରସ୍ତୁତ ହୋଇଛି । ଟ୍ରାଫିକ ପରିଚାଳନା ସହ ଭିଡ଼ ନିୟନ୍ତ୍ରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଚଳିତବର୍ଷ ଭିଡ଼କୁ ଇଣ୍ଟିଗ୍ରେଟେଡ କଣ୍ଟୋଲ୍ ରୁମ୍ (ଆଇସିଆର୍) ଜରିଆରେ ପରିଚାଳନା କରାଯିବ ।
ହ୍ୱାଟ୍ସଆପ୍ ଚାଟ୍ବଟ୍ରେ ଟ୍ରାଫିକ ସୂଚନା
ରଥଯାତ୍ରା ଭିଡ଼ରେ ଟ୍ରାଫିକ ପରିଚାଳନା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳର ସହୟତା ନିଆଯାଇଛି । ଏଥିସହ ଏକ ହ୍ୱାଟ୍ସ ଆପ୍ ଚାଟ୍ବଟ୍ ଖୋଲାଯାଇଛି । ଏଥିରେ ଏକ କ୍ୟୁଆର୍ ସ୍କାନର ରହିଛି । ଏହି ସ୍କାନରକୁ ବିଭିନ୍ନ ସ୍ଥାନରେ ଲଗାଯିବ । ଏହି ସ୍କାନରକୁ ଶ୍ରଦ୍ଧାଳୁମାନେ ମୋବାଇଲରେ ସ୍କାନ୍ କରିବା ଦ୍ୱାରା କେଉଁ ପାଶ୍ୱର୍ରେ ସୁବିଧାରେ ଯାଇ ସିଧାସଳଖ ପାର୍କିଂରେ ପହଞ୍ଚିବେ ସେ ସମ୍ପର୍କରେ ଅବଗତ ହୋଇପାରିବେ । କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ପୁଲିସ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ସେହିଭଳି ସହରରେ ଲାଗିଥିବା ବିଭିନ୍ନ ଏଲ୍ଇଡିରେ ମଧ୍ୟ ଟ୍ରାଫିକ କଟକଣା ସୂଚନା ଉପଲବ୍ଧ ହେବ ।
ଏନ୍ଏଚ୍ରେ ଗାଡ଼ି ଗଣିବ କ୍ୟାମେରା
ରଥଯାତ୍ରା ଦିନ ପୁରୀର ୩ ପ୍ରବେଶ ପଥରେ ପଇଁତରା ମାରିବ ଡ୍ରୋନ୍ କ୍ୟାମେରା । ପୁରୀ ସହରକୁ କେତେ ସଂଖ୍ୟାରେ ଯାନବାହନ ଆସୁଛି ତାହାକୁ ଗଣତି କରିବ । ଏପରିକି ବସ୍, କାର୍, ଅଟୋ ଓ ବାଇକ୍ ସଂଖ୍ୟା ଇଣ୍ଟିଗ୍ରେଟେଡ କଣ୍ଟୋଲ୍ ରୁମ୍ରୁ ଚିତ୍ର ସ୍ପଷ୍ଟ ହୋଇପାରିବ । ସେହିଭଳି ଜାତୀୟ ରାଜପଥରେ ଟ୍ରାଫିକ ଭିଡ଼ ।
ଅଧିକ ପଢ଼ନ୍ତୁ :- Liquor Shops Closed: ରଥଯାତ୍ରା ଲାଗି ନିଶା କାରବାରରେ କଟକଣା, ପୁରୀ ସହରରେ ୪ ଦିନ ମଦ, ଭାଙ୍ଗ ଦୋକାନ ବନ୍ଦ
ମାଗଣାରେ ୩ ସ୍ଥାନରୁ ସଟଲ୍ ସେବା
ତାଳବଣିଆ, ସମଙ୍ଗ ଓ ଷ୍ଟର୍ଲିଂ ଛକ ପାର୍କିଂରୁ ଯାତ୍ରୀଙ୍କୁ ବଡ଼ଦାଣ୍ଡ ନିକଟସ୍ଥ ଅଞ୍ଚଳରେ ପହଞ୍ଚାଇବା ଲାଗି ମାଗଣା ବ୍ୟବସ୍ଥା ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।