ନୂଆଦିଲ୍ଲୀ,୧୫/୦୭: ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆରେ କ୍ୟାପ୍ଟେନ୍ ଶୁଭମନ ଗିଲ୍ ଚମତ୍କାର ଇନିଂସ ଖେଳିଥିଲେ । ଅପରାଜିତ ୮୦ ରନ୍ କରିଥିଲେ । ଶତକ ନିକଟତର ହେଉଥିବା ସମୟରେ କ୍ରାମ୍ପ ପାଇଁ ସେ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରିଥିଲେ । ସେଞ୍ଚୁରୀକୁ ବଳିଦାନ ଦେଇ ରିଟାୟାର ହର୍ଟ ହେବାକୁ ବାଧ୍ୟ ହୋଇଥିଲେ । ଏହା ଭାରତ ପାଇଁ ଭଲ ସଙ୍କେତ ନଥିଲା । ତଥାପି ଅକ୍ଷର ପଟେଲ୍ ଏବଂ ୱାସିଂଟନ ସୁନ୍ଦରଙ୍କ ପାର୍ଟନରସିପ ଇନିଂସ ଭାରତକୁ ୬ ୱିକେଟରେ ବଜୟୀ କରିଥିଲା । ଗତ ୧୫ ବର୍ଷ ମଧ୍ୟରେ ଦିନିକିଆ କ୍ରିକେଟରେ ରିଟାୟାର ହର୍ଟ ହୋଇଥିବା ସେ ପ୍ରଥମ ଭାରତୀୟ । ଶେଷ ଥର ପାଇଁ ୨୦୧୧ ମସିହାରେ ଜଣେ ଭାରତୀୟ ଦିନିକିଆ କ୍ରିକେଟରେ ରିଟାୟାର ହର୍ଟ ହୋଇଥିଲେ।
ଦିନିକିଆରେ ରିଟାୟାର ହର୍ଟ ହୋଇଥିବା ଭାରତୀୟ- ମନୋଜ ତିୱାରୀ ଦିନିକିଆ କ୍ରିକେଟରେ ହର୍ଟ ହେବାର ଶେଷ ଭାରତୀୟ ଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଅପରାଜିତ ୧୦୪ ରନ୍ କରିବା ପରେ ରିଟାୟାର ହର୍ଟ ହୋଇଥିଲେ । ରୋହିତ ଶର୍ମ, ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗଲିଙ୍କ ଭଳି ପ୍ରମୁଖ ନାମ ସହିତ ଶୁଭମନ ଗିଲ ଏହି ତାଲିକାରେ ସାମଲ ହେବାରେ ୧୨ ତମ ଭାରତୀୟ ଖେଳାଳି ହୋଇଛନ୍ତି । ଦିନିକିଆରେ ରିଟାୟାର ହର୍ଟ ହେବାରେ ୪ଜଣ ଭାରତୀୟ ଖେଳାଳିଙ୍କ ନାମ ୨ ଥର ଅଛି । ସେମାନେ ହେଲେ ଦିଲ୍ଲୀପ, ଶ୍ରୀକାନ୍ତ, ଅଜୟ ଜାଡେଜା ଏବଂ ସୌରଭ ଗାଙ୍ଗୁଲି ।
ଏହା ବି ପଢନ୍ତୁ...Jasprit Bumrah: ୯୬୮ ଦିନ ପରେ ଦିନିକିଆକୁ ଫେରି ଇତିହାସ ରଚିଲେ ବୁମରା...ଇଂଲଣ୍ଡରେ ଇଣ୍ଡିଆର NO 1 ବୋଲର୍
ସଚିନ୍ ତେନ୍ଦୁକର ଏଠି ନମ୍ବର ୱାନ୍- ଦିନିକିଆରେ ରିଟାୟାର ହର୍ଟ ପୂର୍ବରୁ କେବଳ ୨ ଜଣ ଭାରତୀୟ ଶତକ ହାସଲ କରିଛନ୍ତି । ଜଣେ ହେଉଛନ୍ତି ମନୋଜ ତିୱାରୀ । ଯିଏକି ୨୦୧୧ ମସିହାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ରିଟାୟାର ହର୍ଟ ପୂର୍ବରୁ ୧୦୪ ରନ୍ କରି ଅପରାଜିତ ଇନିଂସ ଖେଳିଥିଲେ । ଏହି ତାଲିକାରେ ଅନ୍ୟ ନାମ ହେଉଛି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଯିଏକି ରିଟାୟର୍ଟ ହର୍ଟ ପୂର୍ବରୁ ସବୁଠାରୁ ଲମ୍ବା ଇନିଂସର ରେକର୍ଡ ରଖିଛନ୍ତି । ୨୦୦୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସଚିନ୍ ରିଟାୟାର ହର୍ଟ ହୋଇଥିଲେ । କିନ୍ତୁ ସେ ତାଙ୍କ କାମ କରିସାରିଥିଲେ । ସେହି ମ୍ୟାଚରେ ୧୬୩ ରନର ଅପରାଜିତ ଇନିଂସ ଖେଳିଥିଲେ । ଯାହା ତାଙ୍କୁ ନମ୍ବର ୱାନ୍ କରିଛି ।