ନୂଆଦିଲ୍ଲୀ,୦୭/୦୬; ଭାରତୀୟ ମହିଳା ଫୁଟବଲ୍ ଦଳ ଦୀର୍ଘ ୭ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ଚଳିତ ବର୍ଷ ସାଫ୍ ଚାମ୍ପିଅନସିପ୍ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି । ଶନିବାର ଅନୁଷ୍ଠିତ ଫାଇନାଲରେ ଭାରତୀୟ ଦଳ ବାଂଲାଦେଶକୁ ୩-୧ ଗୋଲରେ ପରାସ୍ତ କରି ଷଷ୍ଠ ଥର ପାଇଁ ସାଫ୍ ମହିଳା ଚାମ୍ପିଅନସିପ୍ ଜିତିଛି । ଓଡ଼ିଆ ଝିଅ ପ୍ୟାରୀ ଖାଖା ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଚାମ୍ପଅନ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦାକ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ।

ପଣ୍ଡିତ ଜବାହଲଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ୪୨ତମ ମିନିଟରେ ପ୍ୟାରୀ ଗୋଟିଏ ଦର୍ଶନୀୟ ଗୋଲ୍ କରି ଭାରତର ଖାତା ଖୋଲିଥିଲେ । ମାତ୍ର ବାଂଲାଦେଶ ଇନଜ୍ୟୁରୀ ଟାଇମରେ ଗୋଲ୍ ପରିଶୋଧ କରିଥିଲା । ସାନଫିଦା ନୋଙ୍ଗ୍ରମ (୪୬ତମ ମିନିଟ୍) ଏବଂ ଲିଣ୍ଡା କୋମ୍ ସେର୍ଟୋ (୮୨ତମ ମିନିଟ୍) ଗୋଲ କରିଥିଲେ । ବାଂଲାଦେଶର ଏକମାତ୍ର ଗୋଲ ଋତୁ ପୋର୍ନା ଚକମା (୪୫ତମ ଏବଂ ୨ୟ ମିନିଟ୍) କରିଥିଲେ। ଆୟୋଜକ ଦଳ ଗ୍ରୁପ ପର୍ଯ୍ୟାୟରେ ସମାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୩-୦ ଗୋଲରେ ପରାସ୍ତ କରିଥିଲା । ଟିମ୍ ଇଣ୍ଡିଆର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଭାରତୀୟ ଫୁଟବଲ୍ ପାଇଁ ଏହା ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି । SAFF ମହିଳା ଚାମ୍ପିଅନସିପ୍ ୨୦୨୬ ଟ୍ରଫି ଉଠାଇବା ପାଇଁ ଆମର ବ୍ଲୁ ଟାଇଗ୍ରେସକୁ ହାର୍ଦ୍ଦିକ ଅଭିନନ୍ଦନ ।