ନୂଆଦିଲ୍ଲୀ,୦୮/୦୬: ଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ କ୍ଲବ୍‌ରେ ସୋମବାର ଦିନ ୧୨ଟାରେ ବିରୋଧୀ ଦଳଗୁଡ଼ିକର ‘ଇଣ୍ଡି’ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ, ଶିବସେନା (ୟୁବିଟି), ଏନ୍‌ସିପି (ଏସ୍‌ପି ) ଭଳି ୨୩ଟି ରାଜନୈତିକ ଦଳ ଏଥିରେ ଯୋଗଦେବେ । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ରବିବାର ସୋସିଆଲ ମିଡିଆରେ କହିଛନ୍ତି, ୨୩ଟି ଦଳ ଯୋଗଦେବା ନେଇ ସହମତି ପ୍ରଦାନ କରିଛନ୍ତି ।

ଯଦିଓ କିଛି ଦଳ ନିଜସ୍ୱ କାରଣରୁ ଆସିପାରିବେ ନାହିଁ ବୋଲି ଜଣାଇଛନ୍ତି, କିନ୍ତୁ ସେମାନେ ମୋଦି ସରକାରଙ୍କ ନୀତି ଓ କାର୍ଯ୍ୟକଳାପକୁ ଦୃଢ଼ ବିରୋଧ କରୁଛନ୍ତି । ବୈଠକରେ ଦରଦାମ ବୃଦ୍ଧି, ବେକାରୀ, ସମ୍ବିଧାନ ଏବଂ କେନ୍ଦ୍ର ସରକାରଙ୍କ ନୀତିକୁ ନେଇ ଥିବା ଦଳଗୁଡ଼ିକର ରଣନୀତି ଉପରେ ବ୍ୟାପକ ଚର୍ଚ୍ଚା ହେବା ନେଇ କୁହାଯାଉଛି । ଡିଏମ୍‌କେ ଏବଂ ଆମ୍ ଆଦ୍‌ମି ପାର୍ଟି (ଆପ୍) ବୈଠକରେ ଯୋଗଦେବେ ନାହିଁ । ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ରବିବାର ଦିଲ୍ଲୀରେ ପହଞ୍ଚିଛନ୍ତି ।

ଅଧିକ ପଢ଼ନ୍ତୁ :-  Uttar Pradesh Viral Marriage Case: ଶାଶୁଙ୍କୁ ସ୍ତ୍ରୀ ବନାଇଲେ ଜ୍ବାଇଁ, କୋର୍ଟରେ କଲେ ବିବାହ

​​​​​​​