ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

'ଟାରିଫ୍ ଚାପରେ ନଇଁବୁନି, ଯେଉଁଠୁ ଶସ୍ତାରେ ମିଳିବ ସେଠୁ କିଣିବୁ'; ଟ୍ରମ୍ପଙ୍କୁ ସିଧା ଜବାବ ଦେଲେ ଋଷରେ ଭାରତର ରାଷ୍ଟ୍ରଦୂତ

Published By : Ankita S | August 25, 2025 1:25 PM

ନୂଆଦିଲ୍ଲୀ,୨୫/୦୮:  ଆମେରିକା ଏବଂ ଭାରତ ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାତାର ଟାରିଫ୍ ଚାପ ପକାଇ ଆସୁଛନ୍ତି । ଭାରତ ଋଷରୁ ତେଲ କିଣିବା ନେଇ ସେ କ୍ରୋଧିତ । ଏହି କାରଣରୁ ସେ ୫୦ ପ୍ରତିଶତ ଶୁଳ୍କ ମଧ୍ୟ ଲଗାଇଛନ୍ତି । ତଥାପି, ଭାରତ ଏହି ପ୍ରସଙ୍ଗରେ ନିଜର ମତ ସ୍ପଷ୍ଟ କରିଛି । ଋଷରେ ଭାରତର ରାଷ୍ଟ୍ରଦୂତ ବିନୟ କୁମାର କହିଛନ୍ତି ଯେ, ଟାରିଫ୍ ଚାପରେ ନଇଁବ ନାହିଁ । ରାଷ୍ଟ୍ରହିତ ପ୍ରଥମ । ଯେଉଁଠାରୁ ଶସ୍ତାରେ ତେଲ ମିଳିବ ସେହିଠାରୁ ତେଲ କିଣିବ।

ମସ୍କୋରେ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ଆମେରିକାକୁ ସ୍ପଷ୍ଟ ଜବାବ ଦେଇଛନ୍ତି । ଋଷ ସରକାରୀ ଏଜେନ୍ସି TASSକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ''ଭାରତୀୟ କମ୍ପାନୀଗୁଡ଼ିକ ମହଙ୍ଗା ତେଲ କିଣିବେ ନାହିଁ । ଆମର ନୀତି ସ୍ପଷ୍ଟ । ଭାରତୀୟ କମ୍ପାନୀଗୁଡ଼ିକ ସେହି ଚୁକ୍ତି ବାଛିବେ ଯାହା ସେମାନଙ୍କ ପାଇଁ ଲାଭଦାୟକ ହେବ। ଶକ୍ତି ସୁରକ୍ଷା ଭାରତର ଲୋକଙ୍କ ପାଇଁ ପ୍ରାଥମିକତା ।ଚୀନ୍‌କୁ ଆଶ୍ୱସ୍ତି ଦେବା ପାଇଁ ଭାରତ ଉପରେ ଟ୍ରମ୍ପ ଚାପ ପକାଇଲେ । ଟ୍ରମ୍ପ ପ୍ରଶାସନ ଭାରତକୁ ଋଷରୁ ରିହାତି ହାରରେ ଅଶୋଧିତ ତୈଳ କିଣିବାକୁ ସମାଲୋଚନା କରି ଆସୁଛି । ଆଶ୍ଚର୍ଯ୍ୟର କଥା ହେଉଛି, ୱାଶିଂଟନ୍ ଋଷର ଅଶୋଧିତ ତୈଳର ସବୁଠାରୁ ବଡ଼ ଆମଦାନୀକାରୀ ଚୀନ୍‌କୁ ସମାଲୋଚନା କରୁନାହିଁ ।''

ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଉପରେ କୌଣସି ଚୁକ୍ତିନାମା ହୋଇନାହିଁ- ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଥିଲା, କିନ୍ତୁ ଏ ନେଇ କୌଣସି ଚୁକ୍ତିନାମା ହୋଇନାହିଁ । ଟ୍ରମ୍ପ ଚାହାଁନ୍ତି ଯେ, ଭାରତ କୃଷି ଏବଂ ଦୁଗ୍ଧଜାତୀୟ ଉତ୍ପାଦ କ୍ଷେତ୍ର ସହିତ କାର୍ଯ୍ୟ କରୁ, କିନ୍ତୁ ଭାରତ ଏଥିପାଇଁ ପ୍ରସ୍ତୁତ ନୁହେଁ । ଆମେ ପୂର୍ବରୁ କହିଛୁ ଯେ କୃଷକମାନଙ୍କ ସହ ଜଡିତ ପ୍ରସଙ୍ଗରେ କୌଣସି ବୁଝାମଣା ହୋଇପାରିବ ନାହିଁ ବୋଲି କହିଛନ୍ତି ଋଷରେ ଭାରତର ରାଷ୍ଟ୍ରଦୂର ବିନୟ କୁମାର ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.