ପ୍ରମୂଖ ଖବର
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ବଦଳିବ ଭାରତ-ଚୀନ ସମୀକରଣ; ପିଏମ ମୋଦିଙ୍କୁ ଭେଟିପାରନ୍ତି ସି ଜିଙ୍ଗ ପିଙ୍ଗ

Published By : Bijay Swain | May 31, 2025 8:18 PM

ନୂଆଦିଲ୍ଲୀ: ବର୍ତ୍ତମାନ ପାକିସ୍ତାନ ସହ ଚାଲିଥିବା ସାମରିକ ଉତ୍ତେଜନା ଓ ଚାଇନା ପକ୍ଷରୁ ପାକିସ୍ତାନକୁ ଯୋଗାଇ ଦିଆଯାଉଥିବା ସହାୟତା ମଧ୍ୟରେ ଭାରତ ଓ ଚୀନ ମଧ୍ୟରେ ନୂଆ କୂଟନୈତିକ ସମ୍ପର୍କରେ ନୂତନ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। କାରଣ ଆସନ୍ତା ଜୁଲାଇ ମାସରେ ବ୍ରାଜିଲର ରିଓ ଡି ଜେନେରିଆରେ ହେବାକୁ ଥିବା ୧୭ତମ BRICS (ବ୍ରିକ୍ସ) ଶିଖର ସମ୍ମିଳନିରେ ଦୁଇ ରାଷ୍ଟ୍ରମୁଖ୍ୟ ଆମ୍ନାସାମ୍ନା ହେବାକୁ ଯାଉଛନ୍ତି। ଭାରତକୁ ପ୍ରତିନିଧିତ୍ତ୍ୱ କରିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ପକ୍ଷରୁ ସି ଜିଙ୍ଗ ପିଙ୍ଗ ଏହି ସମ୍ମିଳନିକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

ଗତବର୍ଷ ଋଷର କଜାନ ସହରରେ ହୋଇଥିବା ବ୍ରିକ୍ସ ସମ୍ମିଳନି ପରେ, ଏହି ବୈଠକ ଦୁଇ ନେତାଙ୍କ ମଧ୍ୟରେ ସମ୍ଭାବ୍ୟ ଦ୍ୱିତୀୟ ବୈଠକ ହେବାକୁ ଯାଉଛି। ଯାହା ଦୁଇ ଦେଶର ସମ୍ପର୍କକୁ ସାମାନ୍ୟ କରିବା ପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଦିଗ ବୋଲି ବିଶେଷଜ୍ଞମାନେ ଅନୁମାନ ପ୍ରକଟ କରିଛନ୍ତି। 

ଗତ କିଛି ମାସ ମଧ୍ୟରେ ଚୀନ ପାକିସ୍ତାନକୁ ଅତ୍ୟାଧୁନିକ ସାମରିକ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରିଆସୁଛି। ଯାହା ମଧ୍ୟରେ J-35A ଭଳି ପଞ୍ଚମ ପିଢିର ଷ୍ଟିଲଥ୍ ଲଢୁଆ ବିମାନ, ସାଟେଲାଇଟ ଯୋଗାଯୋଗ ଉପଗ୍ରହ ସମେତ PL-15 ଭଳି ଏୟାର ଟୁ ଏୟାର ଡିଫେନ୍ସ ମିସାଇଲ ସାମିଲ ରହିଛି। ତେବେ ପାକିସ୍ତାନ ଏହି ଉପକରଣ ଗୁଡିକୁ ବରାବର ଭାରତ ବିରୋଧରେ ବ୍ୟବହାର କରୁଛି। ଏସବୁ ମଧ୍ୟରେ ଭାରତ, ଚୀନ ସହ ଆଞ୍ଚଳିକ ସ୍ଥିରତା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛି। 

ପହଲାଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିପକ୍ଷରେ ଭାରତ ନେଇଥିବା କଡା କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଭାରତ ଚୀନକୁ ନିଜର ସ୍ଥିତି ସମ୍ପର୍କରେ ଜଣାଇଥିଲା ଏବଂ ଏହି ବିବାଦ ଉଭୟ ଦେଶର ସମ୍ପର୍କକୁ ଯେପରି ପ୍ରଭାବିତ ନ କରେ ତା ଉପରେ ଧ୍ୟାନ ଦେଇଥିଲା। ତେବେ ଚାଇନା ପାକିସ୍ତାନକୁ ଦେଉଥିବା ସାମରିକ ସମର୍ଥନକୁ ବିଶିୱ ମଞ୍ଚରେ ଖୋଲାଖୋଲି ଭାବେ ଗ୍ରହଣ କରିନଥିଲା। କିନ୍ତୁ କୂଟନୈତିକ ସ୍ତରରେ ଚାଇନା ନିଜର ସମର୍ଥନ ଜାରି ରଖିଥିଲା। ଏହି ସମୟକାଳ ମଧ୍ୟରେ ଚାଇନା ପାକିସ୍ତାନର “ସବୁ ସମୟର ସାଥି” ଏବଂ “ସଂପ୍ରଭୂତା ଓ ଆଞ୍ଚଳିକ ଅଖଣ୍ଡତା” ରକ୍ଷା କରିବା ପାଇଁ ପାକିସ୍ତାନକୁ ସମର୍ଥନ ଦେଇଥିଲା। ଏହା ସହ ଜମ୍ମୁ ଓ କାଶ୍ମୀରରେ ହୋଇଥିବା ଏହି ଆକ୍ରମଣର ନିଷ୍ପକ୍ଷ ଯାଞ୍ଚ ମାମଲାରେ ମଧ୍ୟ ଚାଇନା ପାକିସ୍ତାନକୁ ସମର୍ଥନ କରିଥିଲା। 

BRICS ସମ୍ମିଳନୀ ଭାରତ ପାଇଁ, ଏମିତି ଏକ ପ୍ଲାଟଫର୍ମ ଯେଉଁଠାରେ ଦେଶ ଚୀନ୍ ସହିତ ବିଭିନ୍ନ ରଣନୈତିକ ଆଲୋଚନା ଜାରି ରଖିବାକୁ ଚେଷ୍ଟା କରିଥାଏ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସି ଜିଙ୍ଗ ପିଙ୍ଗଙ୍କ ସହ ସମ୍ଭାବ୍ୟ ବୈଠକ ଏହା ସୂଚାଇବ ଯେ ଭାରତ ଏହି ବହୁପାକ୍ଷିକ ସଂଗଠନକୁ ଏକ ପ୍ରମୁଖ କୂଟନୈତିକ ସୁଯୋଗ ଭାବରେ ଦେଖୁଛି। 

ବ୍ରାଜିଲ ସମ୍ମିଳନୀ ପୂର୍ବରୁ, ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ବେଜିଂରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଡାରଙ୍କୁ ଭେଟିଥିଲେ। ଏହି ବୈଠକରେ ଦୁଇ ଦେଶ ସେମାନଙ୍କର ସୁରକ୍ଷା ସହଭାଗୀତାକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ସମୟରେ, ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ୨.୦ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଯାହା ଆଞ୍ଚଳିକ ରଣନୈତିକ ସମୀକରଣକୁ ପ୍ରଭାବିତ କରିପାରେ ବୋଲି ବିଶେଷଜ୍ଞ ମତ୍ତ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.