ନୂଆଦିଲ୍ଲୀ, ୨୮/୦୧: ଚଳିତ ବର୍ଷ ଗ୍ରୀଷ୍ମରେ ପୁଣି କୈଳାସ ମାନସରୋବର ଯାତ୍ରା ଆରମ୍ଭ ହେବ । ଭାରତ ଏବଂ ଚୀନ୍ ମଧ୍ୟରେ ୨୦୨୦ରେ ଡୋକଲାମ ବିବାଦ ପରେ ଏହି ଯାତ୍ରାକୁ ବନ୍ଦ କରାଯାଇଥିଲା । ଦୁଇ ଦେଶର ବିଦେଶ ସଚିବଙ୍କ ମଧ୍ୟରେ ସଦ୍ୟ ଆଲୋଚନା ପରେ କୈଳାସ ମାନସରୋବର ଯାତ୍ରା ପୁଣି ଆରମ୍ଭ କରିବା ଲାଗି ନିଷ୍ପତ୍ତି ହୋଇଛି । ସେହିପରି ଦୁଇ ଦେଶ ମଧ୍ୟରେ ପ୍ରତ୍ୟକ୍ଷ ବିମାନ ସେବା ଆରମ୍ଭ କରାଯିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
କୋଭିଡ୍ ପରଠାରୁ ଏହି ସେବା ବନ୍ଦ ଥିଲା । ଭାରତର ବିଦେଶ ସଚିବ ବିକ୍ରମ ମିସ୍ରିଙ୍କ ବେଜିଂ ଗସ୍ତ ଅବସରରେ ଉପରୋକ୍ତ ଆଲୋଚନା ହୋଇଛି । କୈଳାସ ମାନସରୋବରର ଅଧିକାଂଶ ଭାଗ ତିବ୍ୱତରେ ରହିଛି । ତିବ୍ୱତକୁ ଚୀନ୍ ନିଜର ବୋଲି ଦାବି କରିଥାଏ । ତେଣୁ ଏଠାକୁ ଯିବା ଲାଗି ଚୀନ୍ର ଅନୁମତି ଆବଶ୍ୟକ ପଡ଼ିଥାଏ।