ନୂଆଦିଲ୍ଲୀ,୨୧/୦୪; ଏପ୍ରିଲ ୨୨ ତାରିଖ । ଭାରତ ପାଇଁ ଏକ କଳାଦିନ । ଆସନ୍ତାକାଲି ଅର୍ଥାତ ଏପ୍ରିଲ ୨୨ ତାରିଖରେ ଭୟଙ୍କର ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ । ୨୨ ଏପ୍ରିଲ୍, ୨୦୨୨ କେବଳ ଏକ ତାରିଖ ନୁହେଁ, ବରଂ ଏକ ଚିତ୍କାର ଯାହା ଭାରତର ହୃଦୟକୁ ଚିରି ଦେଇଥିଲା । ଏପରି ଏକ ଆଘାତ ଯାହାକୁ ସମୟର କୌଣସି ପଟି କେବେ ପୂରଣ କରିପାରିବ ନାହିଁ । ସେହି ଦିନ, ପହଲଗାମର ଉପତ୍ୟକା ଶାନ୍ତି ନୁହେଁ, ଶୋକରେ ଥିଲା । ଭାରତ କାନ୍ଦୁଥିଲା । କାପୁରୁଷ ଆତଙ୍କବାଦୀଙ୍କ ପହଗାମରେ ମୃତ୍ୟୁର ତାଣ୍ଡବ ରଚିଥିଲା । ନୀରିବ ଲୋକଙ୍କୁ ଗୁଳି କରିଥିଲେ । ପହଲଗାମ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯାଇଥିଲା । ଅନେକ ଘର ସବୁଦିନ ପାଇଁ ଅନ୍ଧାର ହୋଇଯାଇଥିଲା । ପହଲଗାମ ଆକ୍ରମଣକୁ ବର୍ଷେ ପୂର୍ବରୁ ଭାରତୀୟ ସେନା ପାକିସ୍ତାନକୁ କଡ଼ା ମେସେଜ ଦେଇଛି ।
ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ, ଭାରତୀୟ ସେନା ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଏକ୍ସରେ ପୋଷ୍ଟ କରିଛି । ଭାରତୀୟ ସେନା କହିଛି, "ଯେତେବେଳେ ମାନବତାର ସୀମା ଲଙ୍ଘନ କରାଯାଏ, ସେତେବେଳେ ପ୍ରତିକ୍ରିୟା ନିର୍ଣ୍ଣାୟକ ହୋଇଥାଏ। ଭାରତ ଭୁଲେ ନାହିଁ । ନ୍ୟାୟ ପ୍ରଦାନ କରାଯାଇଛି । ଭାରତ ଏକତ୍ରିତ ହୋଇ ଠିଆ ହୋଇଛି । " ଏପ୍ରିଲ ୨୨ ତାରିଖ ୨୦୨୫ ମସିହା । ବୈସରନର ସୁନ୍ଦର ଉପତ୍ୟକା ହଠାତ୍ ଚିତ୍କାର ଏବଂ ବାରୁଦ ଧୂଆଁରେ ପରିପୂର୍ଣ୍ଣ ହୋଇଗଲା । ଆତଙ୍କବାଦୀଙ୍କ ଗୁଳି ମୃତ୍ୟୁର ତାଣ୍ଡବ ରଚିଥିଲା । ସେହି ଦିନ, ଯାହାକୁ ବିଶ୍ୱ "ମିନି ସ୍ୱିଜରଲ୍ୟାଣ୍ଡ" ଭାବରେ ଜଣେ, ସେଠାରେ ମୃତ୍ୟୁର ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଥିଲା । ମୃତ୍ୟୁ ଛାଇ ପରି ପିଛା କରୁଥିଲା । ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଅତର୍କିତ ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ୨୬ ନିରୀହ ଲୋକ ପ୍ରାଣ ହରାଇଥିଲେ । ଏହି ହୃଦୟବିଦାରକ ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା, ଅନେକ ପରିବାର ଛାରଖାର ହୋଇଥିଲା ।
When boundaries of humanity are crossed, the response is decisive.
— ADG PI - INDIAN ARMY (@adgpi) April 21, 2026
Justice is Served.
India Stands United.#SindoorAnniversary #JusticeEndures #NationFirst pic.twitter.com/rtgYu9Hg11
ଏହା ବି ପଢନ୍ତୁ...ବିବାହ ଭୋଜିରେ ସ୍ୱାଦିଷ୍ଟ ଆଇଟମ୍ ଖାଇ ଅସୁସ୍ଥ, ୪୦୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି; ମାସେରେ ଦ୍ୱିତୀୟ ଘଟଣା
'ଅପରେସନ ସିନ୍ଦୂର'ରେ ମିଳିଥିଲା ଜବାବ- ପହଲଗାମ ଆକ୍ରମଣରେ ପ୍ରତିଟି ଭାରତୀୟଙ୍କ ମନରେ କ୍ରୋଧ ଏବଂ କୋହ ଥିଲା । କିଏ ସ୍ୱାମୀ ତ କିଏ ବାପା ତ ପୁଣି ଆଉ କିଏ ପୁଅକୁ ହରାଇଥିଲା । ଆଜି ମଧ୍ୟ ସେହି ଦୃଶ୍ୟ ମନେ ପଡ଼ିଲେ ଛତା ଥରିଯାଉଛି । ଆକ୍ରମଣର କିଛି ଦିନ ପରେ, ଭାରତ 'ଅପରେସନ ସିନ୍ଦୂର' କରିଥିଲା। ମେ ୬-୭ ତାରିଖରେ ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (PoK)ରେ ଅନେକ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଯେଉଁଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା ।