ନୂଆଦିଲ୍ଲୀ,୨୧/୦୪; ବିବାହ ଉତ୍ସବରେ ଅଘଟଣ । ଖୁସିର ଆସର ଫିକା ପଡିଗଲା । ଭୋଜିରେ ହୋଇଥିବା ବିଭିନ୍ନ ସୁଆଦିଆ ଆଇଟମ୍ ଖାଇଲେ । ବିବାହ ଉପଭୋଗ କରୁଥିଲେ । ହେଲେ କିଛି ଘଣ୍ଟା ଭିତରେ ଚହଳ ପଡିଗଲା । ଗୁଜରାଟର ଦାହୋଦ ଜିଲ୍ଲ ଆଭଲୋଦ ଗାଁରେ ଏକ ବିବାହ ଉତ୍ସବରେ ବିଷାକ୍ତ ଖାଦ୍ୟ ଖାଇବା ପରେ ୪୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡିଛନ୍ତି । ଏହା ଘଟଣା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ବହୁ ସଂଖ୍ୟକ ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ରିପୋର୍ଟ ଅନୁସାରେ, ବିବାହ ଉତ୍ସବରେ ଲୋକେ ଖାଦ୍ୟ ଖାଇବାର କିଛି ଘଣ୍ଟା ମଧ୍ୟରେ ବାନ୍ତି, ଝାଡ଼ା ଏବଂ ପେଟ ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କରିଥିଲେ। ପ୍ରଭାବିତ ଲୋକଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରୁ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ସୂଚନା ଦିଆଯାଇଥିଲା। ଅସୁସ୍ଥ ଲୋକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଅନୁଯାୟୀ, ଅଧିକାଂଶ ପୀଡ଼ିତଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଅଛି। କିଛି ଜଣଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛ। ଏହି ଘଟଣା ପୁଣି ବଡ଼ କାର୍ଯ୍ୟକ୍ରମରେ ଖାଦ୍ୟର ଗୁଣବତ୍ତା ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ପ୍ରଶ୍ନ ଉଠାଇଛି ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଖାଦ୍ୟରେ କିଛି ସମସ୍ୟାଥିବାର ସନ୍ଦେହ କରାଯାଇଛି। ପରିବେଷଣ କରାଯାଇଥିବା ଖାଦ୍ୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି। ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି, ରିପୋର୍ଟ ଆସିବା ପରେ ହିଁ ଖାଦ୍ୟ ବିଷାକ୍ତ ହେବାର ପ୍ରକୃତ କାରଣ ସ୍ପଷ୍ଟ ହେବ। ସେମାନେ ଏହି ଘଟଣାରେ ଜଡିତ ଖାଦ୍ୟ ଯୋଗାଣ ବ୍ୟବସ୍ଥାର ମଧ୍ୟ ତଦନ୍ତ କରୁଛନ୍ତି, ଯାହା ଦ୍ଵାରା ଯଦି କୌଣସି ଅବହେଳା ଦେଖାଯାଏ ତେବେ ଦାୟୀ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏପରି ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟତମ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଯୋଗାଯୋଗ କରିବାକୁ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ଅନୁରୋଧ କରାଯାଇଛି । ତେବେ ଗୁଜରାଟରେ ଚଳିତ ମାସରେ  ଭୋଜିରେ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହେବା ମାମଲା ପ୍ରଥମ ନୁହେଁ । ଏପ୍ରିଲ ୯ ତାରିଖରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଭୋଜି ଖାଇ ୧୦୦ ଜଣ ଅସୁସ୍ଥ ହୋଇଥିଲ ।

ଏହା ବି ପଢନ୍ତୁ...ଅଖିଳେଶଙ୍କ ବଡ଼ ଘୋଷଣା: ’ଆମ ସରକାର ଆସିଲେ ୩୦୦ ୟୁନିଟ୍ ମାଗଣା ବିଜୁଳି ସହ ମହିଳା ପାଇବେ ୪୦ ହଜାର ପେନସନ୍’​​​​​​​

FSSAIର ଖାଦ୍ୟ ଯୋଗାଣ ନିର୍ଦ୍ଦେଶାବଳୀ- ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣର କ୍ୟାଟରିଂ କ୍ଷେତ୍ର ପାଇଁ ଖାଦ୍ୟ ସୁରକ୍ଷା ପରିଚାଳନା ବ୍ୟବସ୍ଥା ଅନୁଯାୟୀ, ଏହି ନିୟମଗୁଡିକ କ୍ୟାଟରିଂ କ୍ଷେତ୍ରରେ ଖାଦ୍ୟ ଉତ୍ପାଦକ, ପ୍ୟାକିଂ, ସଂରକ୍ଷଣ ଏବଂ ପରିବହନ ସହିତ ଜଡ଼ିତ ଖାଦ୍ୟ ବ୍ୟବସାୟକୁ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି । ଯାହା ନିଶ୍ଚିତ କରିବ କି ଯୋଗାଣ ଶୃଙ୍ଖଳା ଖାଦ୍ୟ-ସମ୍ବନ୍ଧୀୟ ଦିଗକୁ ଲକ୍ଷ୍ୟ ରଖାଯାଇଛି ।