ଜୟପୁର,୦୯/୧୨: ବର୍ତ୍ତମାନ ବିଶ୍ବ ନିବେଶକ ଭାରତକୁ ନେଇ ଉତ୍ସାହିତ । ରିଫର୍ମ, ପର୍ଫମ ଓ ଟ୍ରାନ୍ସଫର୍ମ ମନ୍ତ୍ରକୁ ନେଇ ଭାରତର ଯେଉଁ ବିକାଶ କରିଛି ତାହା ସବୁ କ୍ଷେତ୍ରରେ ନଜର ଆସୁଛି । ଭାରତର ସଫଳତା ଗଣତନ୍ତ୍ର, ଡେମୋଗ୍ରାଫି, ଡିଡିଟାଲ ଡାଟା ଏବଂ ବିତରଣର ବାସ୍ତବିତ ଚିତ୍ର ପ୍ରଦର୍ଶିତ କରିଛି । ଏହି ଶତାଦ୍ଦି ଟେକ୍ ଡ୍ରିଭେନ ଓ ଡାଟା ଡ୍ରିଭେନ ଯୁଗ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଙ୍କ୍ ସିଟି ଜୟପୁରରେ ଆୟୋଜିତ ରାଇଜିଂ ରାଜସ୍ଥାନ ଗ୍ଲୋବାଲ ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।
ରାଇଜିଂ ରାଜସ୍ଥାନ ଗ୍ଲୋବାଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜସ୍ଥାନରେ ଆର ଫ୍ୟାକ୍ଟର ରହିଛି । ରାଜସ୍ଥାନ ରାଇଜିଂ, ରିଲାୟବୁଲ,ରେସପେକ୍ଟେଭି ଓ ସମୟ ସହ ନିଜୟକୁ ରିଫାଇନ ବି କରିବା ଜାଣିଛି । ଆଜି ଦୁନିଆରେ ଏପରି ଏକ ବ୍ୟବସ୍ଥାର ଆବଶ୍ୟକତା ରହିଛି ଯାହା ବଡ ବଡ ସଂଙ୍କଟରେ ବି ମଜବୁଜ ଚାଲିବା ଦରକାର । ତାହା କେବେ ନଅଟକୁ । ଏ ନେଇ ଭାରତରେ ବ୍ୟାପକ ମାନୁଫାକ୍ଚରିଙ୍କ ବେସ୍ ରହିବା ଜରୁରୀ । ଭାରତ ସରକାର ନୀତି ଓ ନିର୍ମାଣରେ ଏମଏସଏମଇକୁ ଲାଗାତାର ମଜବୁତ କରୁଛନ୍ତି । ଭାରତର ଏମଏସଏମଇ କେବଳ ଭାରତକୁ ନୁହେଁ ବରଂ ଗ୍ଲୋବାଲ ସପ୍ଲାଏ ଏବଂ ଭାଲ୍ୟୁ ଚେନକୁ ସଶକ୍ତ କରିବାରେ ବଡ ଭୂମିକା ତୁଲାଇଛି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ରାଜସ୍ଥାନ ବିକାଶ ଯାତ୍ରାରେ ଆଜି ଏକ ବଡ ଦିନ । ବିଭିନ୍ନତା ଭରା ଭାରତରେ ଡେମୋକ୍ରାସି ଏତେ ସଶକ୍ତ ହେଉଛି ଯାହା ବଡ ଉପଲବ୍ଧି । ଏହା ଦ୍ବାରା ମାନବତାର କଲ୍ୟାଣ ହେଉଛି । ଆଜି ଭାରତର ଜନତା ତାର ଡେମୋକ୍ରାଟି ହକ ଜରିଆରେ ସ୍ଥିର ସରକାର ପାଇଁ ଭୋଟ ଦେଉଛି । ରାଜ୍ୟର ବିକାଶ ହେଲେ ଦେଶର ବିକାଶ ହୁଏ । ରାଜସ୍ଥାନ ବିକାଶର ନୂଆ ଶିଖର ଛୁଇଁଲେ ଦେଶ ବି ନୂଆ ସଫଳତାର ଶିଖର ଛୁଇଁବ । କ୍ଷେତ୍ରଫଳ ହିସାବରେ ରାଜସ୍ଥାନ ବଡ ରାଜ୍ୟ ଆଉ ରାଜସ୍ଥାନର ହୃଦୟ ବି ବଡ । ଏଠାକାର ଲୋକଙ୍କ ପରିଶ୍ରମ, ସଚ୍ଚୋଟତା, ଦେଶ ପାଇଁ କିଛି ବି କରିବାର ପ୍ରେରଣା ରାଜସ୍ଥାନର କୋଣ ଅନୁକୋଣରେ ଦେଖା ଦେଉଛି । ଚ୍ୟାଲେଞ୍ଜର ସାମ୍ନା କରିବାର ଅନ୍ୟନାମ ରାଜସ୍ଥାନ । ନୂଆ ଅବସରର ନାମ ରାଜସ୍ଥାନ ।