ନୂଆଦିଲ୍ଲୀ : ଭାରତ ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି , ଯେଉଁଥିରେ ସେମାନଙ୍କୁ ସତର୍କ ରହିବା ଓ ସୁରକ୍ଷା ନୀତିନିର୍ଦ୍ଦେଶ ଗୁଡ଼ିକୁ ଦୃଢ ଭାବେ ପାଳନ କରିବାକୁ ଅପିଲ କରାଯାଉଛି। ଏହି ପରାମର୍ଶରେ ମିଡିଲ ଇଷ୍ଟରେ ବଢୁଥିବା ଉତ୍ତେଜନାକୁ ଦେଖି, ଭାରତୀୟ ନାଗରିକଙ୍କୁ ଇସ୍ରାଏଲର ଅନାବଶ୍ୟକ ଯାତ୍ରାରୁ ନିବୃତ୍ତ ରହିବାକୁ ମଧ୍ୟ ଅନୁରୋଧ କରାଯାଇଛି , ଏହାସହ ସ୍ଥାନୀୟ ସୁରକ୍ଷା ନୀତି ନିର୍ଦ୍ଦେଶର ପାଳନ କରିବାକୁ କୁହାଯାଇଛି।
ଏହାସହ ମଧ୍ୟ ପଢନ୍ତୁ : ଇରାନ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ଆମେରିକାର ପରମାଣୁ ବିମାନବାହୀ ଜାହାଜ
ବୈଦେଶିକ ମନ୍ତ୍ରଣାଳୟର ଆଡଭାଇଜରୀରେ କୁହାଯାଇଛି ଯେ, କ୍ଷେତ୍ରରେ ଥିବା ସ୍ଥିତିକୁ ଧ୍ୟାନରେ ରଖି , ଏହି ସମୟରେ ଇସ୍ରାଏଲରେ ଥିବା ସବୁ ଭାରତୀୟ ନାଗରିକଙ୍କୁ ସତର୍କ ରହିବା ଓ ଇସ୍ରାଏଲୀୟ ଅଧିକାରୀମାନେ ତଥା ହୋମ୍ ଫ୍ରଣ୍ଟ କମାଣ୍ଡ ଦ୍ୱାରା ଜାରି ସୁରକ୍ଷା ନୀତିନିର୍ଦ୍ଦେଶ ଓ ପ୍ରୋଟୋକଲ୍ର ଦୃଢ ଭାବେ ପାଳନ କରିବାର ପରାମର୍ଶ ଦିଆଯାଏ।
ADVISORY
— India in Israel (@indemtel) January 15, 2026
In view of the prevailing situation in the region, all Indian nationals currently in Israel are advised to remain vigilant and strictly adhere to the safety guidelines and protocols issued by the Israeli authorities and the Home Front Command (https://t.co/033m9pwvDj)… pic.twitter.com/VcxeN6DQEi
ଆଡଭାଇଜରୀରେ ଆହୁରି କୁହାଯାଇଛି ଯେ, ଭାରତୀୟ ନାଗରିକଙ୍କୁ ଇସ୍ରାଏଲର ସବୁ ଅନାବଶ୍ୟକୀୟ ଯାତ୍ରା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି। କୌଣସି ବି ଜରୁରିକାଳୀନ ସ୍ଥିତିରେ ,ଭାରତୀୟ ନାଗରିକ ଭାରତୀୟ ଦୂତାବାସର ଚବିଶ ଘଣ୍ଟିଆ ହେଲ୍ପଲାଇନ୍ ( ଟେଲିଫୋନ୍ + 972-54-7520711, +972-54-3278392 ) ରେ ସଂପର୍କ କରି ପାରିବେ।
କହି ରଖୁଛି କି ଏହି ଚେତାବନୀ ଏମିତି ସମୟରେ ଜାରି କରାଯାଇଛି, ଯେବେ ଇରାନ ବ୍ୟାପକ ବିରୋଧ ପ୍ରଦର୍ଶନ ଦେଇ ଗତି କରୁଛି ଏବଂ ଆମେରିକା ସେଠାରେ ହସ୍ତକ୍ଷେପ ତଥା ସାମରିକ କାର୍ଯ୍ୟାନୁଷ୍ଠାନର ସମ୍ଭାବନାକୁ ଏଡେଇ ନାହିଁ। ଇରାନ ମଧ୍ୟ ଚେତାବନୀ ଦେଇଛି ଯେ, ଯଦି ଆମେରିକା ଆକ୍ରମଣ କରେ ତ ସେହି କ୍ଷେତ୍ରରେ ଥିବା ଆମେରିକୀୟ ସାମରିକ ସ୍ଥଳି ଇରାନୀ ହମଲାର ବୈଧ ଟାର୍ଗେଟ୍ ହେବ।