ନୂଆଦିଲ୍ଲୀ,୧୭।୫: ଭାରତରେ ମୁଦ୍ରାସ୍ପିତି ହାର ପୁଣିଥରେ ଚରମ ସୀମାରେ ପହଁଞ୍ଚିଛି। ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟ୍ ଉପରେ କଡିଛି। ଏହାର ସବୁଠାରୁ ବଡ଼ କାରଣ କେବଳ ଘରୋଇ ବଜାର ନୁହେଁ, ବଂର ଦୁନିଆରେ ବଡୁଥିବା ବିବାଦ ମଧ୍ୟ ରହୁଛି। ଅପ୍ରେଲ ୨୦୨୬ ରେ ଦେଶରେ ହୋଲ୍ସେଲ୍ ପ୍ରାଇସ୍ ଇଣ୍ଡେକ୍ସ ବା ପାଇକାରୀ ମୂଲ୍ୟ ସୂଚୀ ବଢି ୮.୩ ପ୍ରତିଶତ ପହଁଞ୍ଚି ଯାଇଛି, ଯାହାକି ଗତ ସାଢେ ୩ ବର୍ଷରେ ସବୁଠାରୁ ଉଚ୍ଚ ସ୍ତରରେ ରହିଛି।
ସବୁଠାରୁ ଖାସ କଥା ଯେ, ମୁଦ୍ରାସ୍ପିତି ଏତେ ଅଧିକ ପରିମାଣରେ ବୃଦ୍ଧି ପାଇଛି ଯେତେବେଳେ ଆମେରିକା-ଇରାନ ବିବାଦ, ଅଶୋଧିତ ତୈଳ ଦର ବୃଦ୍ଧି ଓ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ଯାହାଫଳରେ ଏହା ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଚାପ ପକାଉଛି। ବିଶେଷଜ୍ଞଙ୍କ ମତରେ ଆଗାମୀ ମାସରେ ଲୋକଙ୍କୁ ଆଶ୍ବସ୍ତି ମିଳିବାର ସମ୍ଭାବନା ନାହିଁ। ଆସନ୍ତୁ ଜାଣିବା ଆଗାମୀ ଦିନରେ କ’ଣ ଖାଦ୍ୟପେୟ ଜିନିଷ ଦାମ୍ ମହଙ୍ଗାରେ ହୋଇପାରେ କି ?
ବ୍ୟାଙ୍କ ଅଫ୍ ବରୋଦାର ଏକ ରିପୋର୍ଟ ଅନୁସାରେ, ଯଦି ପଶ୍ଚିମ ଏସିଆରେ ଜାରି ବିବାଦ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରୁହେ ଓ ସ୍ଥିତି ସ୍ବାଭାବିକ ନରୁହେ, ତେବେ ପେଟ୍ରୋଲ-ଡିଜେଲ ଓ ଗ୍ୟାସ୍ ଦାମ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକ ରହିପାରେ। ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ନିତିଦିନିଆ ଜୀବନ ଉପରେ ପଡିପାରେ। ଭାରତ ନିଜର ଆବଶ୍ୟକତାର ବଡ ଅଂଶ ବିଦେଶରୁ ଆମଦାନୀ କରିଥାଏ। ତେଣୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମହଙ୍ଗା ଯସଦି ହୁଏ ତେବେ ଦେଶରେ ଇନ୍ଧନ ଦାମ ବଢିପାରେ।
ଅପ୍ରେଲରେ ସବୁଠାରୁ ଅଧିକ ପ୍ରଭାବ ଫୁଏଲ ଓ ପାଓ୍ବାର କାଟାଗୋରୀରେ ଦେଖିବାକୁ ମିଳିଛି। ମୁଦ୍ରାସ୍ପିତି ହାର ୨୪.୭ ପ୍ରତିଶତ ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି। ଏହା ଗତ ୪୨ ମାସରେ ସବୁଠାରୁ ବଡ଼ ବୃଦ୍ଧି। ଆଭିଏସନ୍ ଟର୍ବାଇନ୍ ଫୁଏଲ ଅର୍ଥାତ ବିମାନ ଇନ୍ଧନର ମୂଲ୍ୟ ୧୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ସେଭଳି ପେଟ୍ରୋଲ, ଡିଜେଲ, କିରୋସିନି ଭଳି ଜିନିଷ ବି ମହଙ୍ଗା ହୋଇସାରିଛି। ଏହାର ବଡ କାରଣ ହେଉଛି ବିଶ୍ବ ବଜାରରେ ଅଶୋଧିତ ତୈଳର ଦାମ୍ରେ ୫୪ ପ୍ରତିଶତ ଅଧିକ ବୃଦ୍ଧି ହୋଇଛି। କେବଳ ଇନ୍ଧନ ନୁହେଁ ଧାତୁ, ମେଟାଲ୍ସର ଦାମ୍ରେ ମଧ୍ୟ ବୃଦ୍ଧି ହୋଇଛି। ଆଲୁମିନିୟମ ଓ କପୁର ଭଳି ଧାତୁ ମହଙ୍ଗା ହେବା ସହ ମାନୁଫାକଚରିଂ ସେକ୍ଟର ଉପରେ ଚାପ ବଢିଛି। ମେସିନାରୀ, ଟେକ୍ସଟାଇଲ୍ସ, କେମିକାଲ ଓ ଔଷଧ ଉଦୋଗ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ଆଗାମୀ ସମୟରେ ଆହୁରି ବହୁ ଜିନିଷ ମହଙ୍ଗା ହୋଇପାରେ। ପରିବା, କ୍ଷୀର, ଅଣ୍ଡା, ମାଛ, ମାଂସର ଦାମ୍ ପୂର୍ବ ତୁଳନାରେ ଆହୁରି ବୃଦ୍ଧି ପାଇବ।