- ଭାରତରେ AIର ପ୍ରସାର ନେଇ ପଦକ୍ଷେପ
- ମେଗା ସ୍କିଲିଂ ଅଭିଯାନ ଆରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ
- ଯୁବବର୍ଗକୁ AIର ଦକ୍ଷତା ପ୍ରଦାନ କରିବାର ଲକ୍ଷ୍ୟ
ଜୟପୁର : ଭାରତ ଆର୍ଟିଫିଲିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ସାଧାରଣ ନାଗରିକଙ୍କ ପାଖରେ ପହଞ୍ଚାଇବା ଦିଗରେ ଏକ ବଡ଼ ପଦକ୍ଷେପ ଉଠାଇଛି। କେନ୍ଦ୍ରୀୟ ଇଲେକ୍ଟ୍ରନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜସ୍ଥାନରୁ ଏକ ମେଗା ସ୍କିଲିଂ ଅଭିଯାନର ଆରମ୍ଭ କରିଛନ୍ତି, ଯାହାର ଲକ୍ଷ୍ୟ ମାତ୍ର ଗୋଟିଏ ବର୍ଷରେ ଦେଶର ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ଏଆଇ ଦକ୍ଷତା ପ୍ରଦାନ କରିବା।
ଏହି କାର୍ଯ୍ୟକ୍ରମ ଯୁବକ ଯୁବତୀଙ୍କୁ ରୋଜଗାର ଯୋଗ୍ୟ କରିବା ସହ ଛୋଟ ଛୋଟ ବ୍ୟବସାୟରେ ଉତ୍ପାଦକତା ବଢାଇବା ଓ ଦୈନିକ ଜୀବନରେ ଏଆଇର ବ୍ୟବହାରକୁ ବୃଦ୍ଧି କରାଇବା। ମନ୍ତ୍ରୀ କହିଛନ୍ତି ଯେ, ଦ୍ରୁତ ଗତିରେ ହେଉଥିବା ୫ଜି ରୋଲଆଉଟ୍ ପରି ସେମିକଣ୍ଡକ୍ଟର କ୍ଷେତ୍ରରେ ପ୍ରତିଭା ବିକାଶ ଓ ଏଆଇ ଦକ୍ଷତା ବିକାଶର କାମ ମଧ୍ୟ ସେତିକି ଦ୍ରୁତ ଗତିରେ ହେବ।
ରାଜସ୍ଥାନ କ୍ଷେତ୍ରୀୟ ଏଆଇ ଇମ୍ପାକ୍ଟ ସମ୍ମିଳନୀକୁ ଭର୍ଚୁଆଲ ମାଧ୍ୟମରେ ସମ୍ୱୋଧିତ କରି ମନ୍ତ୍ରୀ ବୈଷ୍ଣବ କହିଛନ୍ତି , ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦୈନିକ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଛି, ଠିକ୍ ସେହିପରି ଯେମିତି କମ୍ପ୍ୟୁଟର, ସେମିକଣ୍ଡକ୍ଟର, ଇଣ୍ଟରନେଟ୍ ଓ ମୋବାଇଲ ଫୋନ୍ ଦ୍ୱାରା ପରିଚାଳିତ ଗତ ଟେକ୍ନିକାଲ ସଂଘର୍ଷ ଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ, ଏଆଇ ଏକ ସମାନସ୍ତରର ପରିବର୍ତ୍ତନର ପ୍ରତିନିଧିତ୍ୱ କରିଥାଏ ଏବଂ ଏହାର ଭବିଷ୍ୟତର ତୁଳନା ବିଦ୍ୟୁତ ସହ କରିଛନ୍ତି, ଯିଏକି ଗୋଟେ ସମୟରେ ପ୍ରତି ଘର ଓ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ସମାଜକୁ ନୂଆ ରୂପ ଦେଇ ଥିଲା।
ସେ କହିଥିଲେ ଯେ,ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସର୍ବବ୍ୟାପୀ ହେବାକୁ ଯାଉଛି ଏବଂ ପ୍ରତି ବ୍ୟକ୍ତି , ଘର ଓ କୋଠା ଯାଏ ପହଞ୍ଚିବ। ଏହାର ସମ୍ଭାବିତ ଲାଭ ଉପରେ ଜୋର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏହି ଟେକ୍ନିକାଲ ପରିବର୍ତ୍ତନକୁ ଆପଣାଇବା ଉଚିତ୍ ଏବଂ ଏହାକୁ ଦୈନିକ ଜୀବନରେ ସଂପୃକ୍ତ କରିବା ଆବଶ୍ୟକ। ଭାରତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରତି ଦୃଷ୍ଟିକୋଣ ବିଷୟରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି , ପ୍ରଧାନମନ୍ତ୍ରୀଙ୍କ ଏକ ସ୍ପଷ୍ଟ ଓ ସୁସ୍ପଷ୍ଟ ଦୃଷ୍ଟିକୋଣ ଅଛି, ଯାହା ସମାଜର ବ୍ୟାପକ ହିତ ପାଇଁ ଏଆଇର ଉପଯୋଗରେ କେନ୍ଦ୍ରିତ। ସେ କହିଛନ୍ତି ଯେ, ଏହି ଦୃଷ୍ଟିକୋଣର ପ୍ରଥମ ମାର୍ଗଦର୍ଶକ ସିଦ୍ଧାନ୍ତ ଏଆଇର ଗଣତାନ୍ତ୍ରୀକରଣ, ଏହା ସୁନିଶ୍ଚିତ କରିବାର ପ୍ରତ୍ୟେକ ନାଗରିକଙ୍କୁ ପ୍ରଯୁକ୍ତିବିଦ୍ୟାର ସମାନ ଅବସର ପ୍ରାପ୍ତ ହେଉ।